Home ଜିଲ୍ଲା ପରିକ୍ରମା କରୋନା ରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ସହରରେ ଆରମ୍ଭ ହେଲା ହୋମ ଡେଲିଭରି ସହାୟତା...

କରୋନା ରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ସହରରେ ଆରମ୍ଭ ହେଲା ହୋମ ଡେଲିଭରି ସହାୟତା କେନ୍ଦ୍ର

106

ମାଲକାନଗିରି,୧୪ ।୫ ( ଓଡିଆ ପୁଅ ) ଭୟାବହ କରୋନା ମହାମାରି ପାଇଁ ମାଲକାନଗିରି ସହରରେ ଥିବା ଦୋକାନ ବଜାର ଗୁଡିକ ଆଗରେ ଗ୍ରାହକ ମାନେ ଭିଡ ନକରିବା ଓ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ପୌରପରିଷଦ ଅଚଂଳରେ ଆରମ୍ଭ ହୋଇଛି ହୋମ ଡେଲିଭରି ସହାୟତା କେନ୍ଦ୍ର । ଆଜି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଏହି ସହାୟତା କେନ୍ଦ୍ରକୁ ଜିଲ୍ଲାପାଲ ଡକ୍ଟର ୟେଦୁଲା ବୀଜୟ ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧିପାଉଥିବାରୁ ସହରବାସୀ ଘରୁ ବାହରକୁ ନ ବାହାରି ସେମାନଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଫୋନ ଦ୍ୱାରା ହୋମ ଡେଲିଭରି ମାଧ୍ୟମରେ ପାଇପାରିବେ । ଏଥି ନିମନ୍ତେ ୪ଟି ମୋବାଇଲ ଫୋନ ନମ୍ବର ସବ ର୍ସାଧାରଣଙ୍କ ପାଇଁ ଜାରିକରାଯାଇଛି । ସହରବାସୀ ଘରେ ବସି ଫୋନ ଦ୍ୱାରା ସବ ର୍ ନିମ୍ମ ୨୦୦ଟଙ୍କାରୁ ଉର୍ଦ୍ଦ ନିଜର ମନମୁତାବକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଅର୍ଡର କରିପାରିବେ, ସୁବଠାରୁ ଗୁତ୍ୱପାଣ୍ଣ ର୍ କଥା ହେଉଛି ପୌରକର୍ମଚାରୀ ,ଟିମ ଉଇକେନ,ଜୟ ମାଲକାନଗିରି ର ସ୍ୱେଚ୍ଛାସେବୀ ମାନେ ମିଳିତ ଭାବେ ଘର ଘର ବୁଲି ବିନାଶୁଳ୍କରେ ଲୋକଙ୍କ ନିକଟରେ କେବଳ ସାମଗ୍ରୀର ମୂଲ୍ୟନେଇ ମନମୁତାବକ ସାମଗ୍ରୀ ପହଁଚାଇବାର ବ୍ୟବସ୍ଥା କରାଯାଇଛି । ଏହି ଉଦଘାଟନି ସଭାରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ପୌରପରିଷ ନିର୍ବାହି ଅଧିକାରୀ ତ୍ରିଶୁଳ ମାର୍ଡି,ଅଧ୍ୟାପକ ଡ. ରଜଂନକୁମାର ସ୍ୱାଇଁ ,ପୌରପରିଷଦ ସହକାରି ନିର୍ବାହି ଯନ୍ତ୍ରୀ ଇନ୍ଦୁମାଧବ ସରକାର, କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ପାଳ,ପୌରକର୍ମଚାରୀ,ଟିମ ଉଇକେନ,ଜୟ ମାଲକାନଗିରି ଗୃପର ସ୍ୱେଚ୍ଚାସେବି ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.