Home କୋରାପୁଟ ସପ୍ତାହନ୍ତ ସଟଡାଉନରେ ଅମାନିଆ ମଟରସାଇକେଲରେ ବୁଲିଲେ ଜୋରିମାନା ସହ ଗାଡି ଜବତ କରିବ କୋରାପୁଟ ଟାଉନ...

ସପ୍ତାହନ୍ତ ସଟଡାଉନରେ ଅମାନିଆ ମଟରସାଇକେଲରେ ବୁଲିଲେ ଜୋରିମାନା ସହ ଗାଡି ଜବତ କରିବ କୋରାପୁଟ ଟାଉନ ପୋଲିସ

82

କୋରାପୁଟ ୧୪-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ ସହରରର ବିଭିନ୍ନ ସଂଗଠନ ସହ ପୋଲିସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଟାଉନଥାନା ପରିସରରେ କୋରାପୁଟ ଉପଖଣ୍ଡ ଅଧିକାରୀ ଗୁଣନିଧି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ସହରରେ ସଂଧ୍ୟା ସମୟରେ କୈାଣସି କାମ ନ ଥାଇ ଲୋକମାନେ ବାହାରକୁ ବାହାରି ସହରର ବିଭିନ୍ନ ଛକରେ ରୁଣ୍ଡ ହୋଇଥିବା କାରଣରୁ  ପୋଲିସ ଫୋର୍ସ ମଗାଇ ପେଟ୍ରୋଲିଂକୁ ଜୋରଦାର କରିବାକୁ କୋରାପୁଟ ବାର ଆସୋସିଏସନର ପ୍ରତିନିଧି ଭାବେ ଯୋଗଦେଇଥିବା ଓକିଲ ଅଶୋକ ଷଡଙ୍ଗୀ ପ୍ରସ୍ତାବ ଦେଇଥିଲେ ।ବାହାର ରାଜ୍ୟରୁ କୋରାପୁଟ ସହରକୁ ଫେରୁଥିବା ଲୋକମାନଙ୍କର ସୂଚନା  ପୋଲିସ ଓ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା ଏବଂ ବଜାରକୁ ପ୍ରବେଶ ସ୍ଥାନରେ ବ୍ୟାରିକେଡ ସ୍ଥାପନ କରିବାକୁ ଉପସ୍ଥିତ ବ୍ୟକ୍ତିମାନେ ପ୍ରସ୍ତାବ ଦେଇଥିଲେ । ବ୍ୟାରିକେଡ ସ୍ଥାନରେ ପୋଲିସ ମୃତୟନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଆସିଥିବା ପ୍ରସ୍ତାବ ଗୁଡିକର କାର୍ଯ୍ୟକାରୀ ନିମନ୍ତେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।ବାହାର ରାଜ୍ୟରୁ ଯଦି କୈାଣସି ବ୍ୟକ୍ତି ଆସୁଛନ୍ତି ତେବେ ଉକ୍ତ ସାହିର ଲୋକମାନେ କୋରାପୁଟ ଟାଉନ ପୋଲିସକୁ ସୂଚନା ଦେବାକୁ ସେ ନିବେଦନ କରିଥିଲେ । ୧୫ ଓ ୧୬ ତାରିଖ ଦିନ ସପ୍ତାହନ୍ତ ସଟଡାଉନ  ଥିବାରୁ ଲୋକମାନେ ବାହାରକୁ ନ ବାହାରିବାକୁ ସେ ନିବେଦନ କରିବା ସହ ଅମାନିଆମାନେ ଯଦି ମଟରସାଇକେଲରେ  ବାହାରିବେ  ତେବେ  ଜୋରିମାନ ସହ ଗାଡି ଜବତ  କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଏହି ବୈଠକରେ ଅତିରିକ୍ତ ଆଇଆଇସି ଏସ.ପି.ମାଝି, ସବ-ଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ , ସ୍ୱେଛାସେବୀ ଅନୁଷ୍ଠାନ ଶୋଭାର ବିଜୟ କୁମାର ପଟନାୟକ,ବ୍ୟବସାୟୀ ସଂଘର କର୍ମକର୍ତା ଏବଂ ସାମ୍ବାଦିକମାନେ ଉପସ୍ଥିତ ନିଜ ନିଜର ମତ ଉପସ୍ଥାପନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.