ଭାରତ ଆନ୍ତର୍ଜାତିକ ବସ୍ତ୍ର ମେଳା ଉଦ୍ଘାଟିତ ଭାଗ ନେଲେ୯୫ ରାଷ୍ଟ୍ରର କ୍ରେତା ଓ ୧୧ରାଜ୍ୟର ୨୯୪ ରପ୍ତାନିକାରୀ

ନୂଆଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀର ପ୍ରଗତି ମୈଦାନରେ ବୁଧବାରଦିନ ଭାରତ ଅନ୍ତର୍ଜାତୀୟ ବସ୍ତ୍ର ମେଳା (ଆଇଆଇଜିଏଫ)କୁ ଉଦଘାଟନ କରିଛନ୍ତି ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଟାମଟା। ଏହି ଅବସରରେ ଉପସ୍ଥିତ ଦର୍ଶକଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ପ୍ରମୁଖ କ୍ଷେତ୍ର ମଧ୍ୟରେ ପୋଷାକ ଶିଳ୍ପ କ୍ଷେତ୍ର ଅନ୍ୟତମ। ଆଇଆଇଜିଏଫ ଭଳି ଏକ ବୃହତ ମଂଚରେ ବିଦେଶୀ ପୋଷାକ କ୍ରେତା ଏବଂ ପୋଷାକ ରପ୍ତାନିକାରୀ ଏକତ୍ରିତ ହୋଇପାରୁଛନ୍ତି। ଏହି ମେଳାରେ ଭାରତର ଅର୍ଦ୍ଧାଧିକ ରାଜ୍ୟରୁ ପ୍ରତିନିଧିମାନେ ଭାଗ ନେଇଛନ୍ତି। ଶ୍ରୀ ଟାମଟା କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୟନଶିଳ୍ପ କ୍ଷେତ୍ର ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ ଏହି…

"ଭାରତ ଆନ୍ତର୍ଜାତିକ ବସ୍ତ୍ର ମେଳା ଉଦ୍ଘାଟିତ ଭାଗ ନେଲେ୯୫ ରାଷ୍ଟ୍ରର କ୍ରେତା ଓ ୧୧ରାଜ୍ୟର ୨୯୪ ରପ୍ତାନିକାରୀ"

ସଙ୍କଟରେ କାମ କରୁଛନ୍ତି ଶ୍ରମିକ, ମିଳୁନି ସୁରକ୍ଷା ଉପକରଣ!

ରାଉରକେଲା ୧୮-୧(ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପ୍ରତିଦିନ ଶହଶହ ଶ୍ରମିକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। କୋଠାବାଡି ନିର୍ମାଣ, ଉଚ୍ଚ ଅଟ୍ଟାଳିକାରେ ରଙ୍ଗଦିଆ କାର୍ଯ୍ୟ, ବଡ ବଡ଼ ବୃକ୍ଷ ଛେଦନ ଆଦି କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଛି। ମାତ୍ର ଏହି ଶ୍ରମିକ ମାନେ ବିଦସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଇଛି। କୋଠାବାଡି କାର୍ଯ୍ୟରେ ଶ୍ରମିକ ମାନଙ୍କୁ ୩୦ରୁ ୩୫ ଫୁଟ ଉଚ୍ଚରେ ରହି କାର୍ଯ୍ୟ କରିବାକୁ ପଡୁଥିବା ବେଳେ, ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ଯେପରି ସେଫ୍ଟି ବେଲ୍ଟ ପ୍ରଦାନ କରାଯାଉନାହିଁ। ତେଣୁ କେତେବେଳେ ଯେ, କ’ଣ ଅଘଟଣ ଘଟିବ ତାହାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସେହିପରି…

"ସଙ୍କଟରେ କାମ କରୁଛନ୍ତି ଶ୍ରମିକ, ମିଳୁନି ସୁରକ୍ଷା ଉପକରଣ!"

ଓଡିଶାରେ ଲୁହାପଥର ଉତ୍ପାଦନର ସମୀକ୍ଷା: ସୁପ୍ରିମକୋର୍ଟଙ୍କ ନର୍ଦ୍ଦେଶ ମୁତାବକ ଖଣିଜ ଉତ୍ତୋଳନ କରିବାକୁ କେନ୍ଦ୍ର ଖଣିମନ୍ତ୍ରୀ ତୋମାରଙ୍କ ପରାମର୍ଶ

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଓଡିଶାରେ ୬ଟି ଖଣି ବନ୍ଦ ହେବା ପରେ ରାଜ୍ୟରେ ଖଣିଜ ଇସ୍ପାତର ଉତ୍ପାଦନ ସମୀକ୍ଷା କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟର ଖଣି କମ୍ପାନୀମାନଙ୍କୁ ଭେଟିଛନ୍ତି। ଏହି ସମୀକ୍ଷାରୁ ଜଣାପଡିଥିଲା ଯେ ଏବେବି ଅନୁମତି ପ୍ରଦାନ ମୁତାବକ ସୀମା ଏବଂ ପରିବେଶ ପ୍ରଦୂଷଣକୁ ନେଇ ସ୍ଥିରୀକୃତ ସୀମା ମଧ୍ୟରେ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବା ପାଇଁ କେତେକ ଖଣି କମ୍ପାନୀମାନଙ୍କର ହେଡରୁମ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ସୀମା ମଧ୍ୟରେ ରହି ଉତ୍ପାଦନରେ ସର୍ବାଧିକ ବୃଦ୍ଧି ଆଣିବା ପାଇଁ ମନ୍ତ୍ରୀ ଖଣି କମ୍ପାନୀମାନଙ୍କୁ ଅନୁରୋଧ କରିଥିଲେ।…

"ଓଡିଶାରେ ଲୁହାପଥର ଉତ୍ପାଦନର ସମୀକ୍ଷା: ସୁପ୍ରିମକୋର୍ଟଙ୍କ ନର୍ଦ୍ଦେଶ ମୁତାବକ ଖଣିଜ ଉତ୍ତୋଳନ କରିବାକୁ କେନ୍ଦ୍ର ଖଣିମନ୍ତ୍ରୀ ତୋମାରଙ୍କ ପରାମର୍ଶ"

ସିଆଇପିଏଏମ-ଡିଆଇପିପି ଦ୍ୱାରା ବୈାଦ୍ଧିକ ସମ୍ପଦ ପ୍ରତିଯୋଗିତାର ଶୁଭାରମ୍ଭ: ବିଜେତା ଦଳକୁ ୪ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହିତ ପ୍ରମାଣ ପତ୍ର

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ଔଦ୍ୟୋଗିକ ନୀତି ଏବଂ ପ୍ରୋତ୍ସାହନ ବିଭାଗ (ଡିଆଇପିପି) ଅନ୍ତର୍ଗତ ଆଇପିଆର ପ୍ରୋତ୍ସାହନ ଏବଂ ପ୍ରବନ୍ଧନ ପ୍ରକୋଷ୍ଠ (ସିଆଇପିଏଏମ) ଆସୋକାମ ଏବଂ ଏରିକ୍ସନ ଭାରତ ସହଯୋଗରେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ପାଇଁ ଅଭିନବ ବୌଦ୍ଧିକ ସମ୍ପଦ ପ୍ରତିଯୋଗିତା ‘ଆଇ ପ୍ରିଜିମ’ର ଶୁଭାରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଅନ୍ତର୍ଗତ ଛାତ୍ରମାନଙ୍କଠାରୁ ୩୦ ଏବଂ ୬୦ ସେକେଣ୍ଡର ଦୁଇଟି ଶ୍ରେଣୀରେ ଚୋରି ଏବଂ ଜାଲିଆତି ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ନେଇ ଆବେଦନ ଆମନ୍ତ୍ରଣ କରାଯାଇଛି। ଏହି ପ୍ରତିଯୋଗିତାର ଏକ ଅନ୍ୟ ଶ୍ରେଣୀରେ ବୌଦ୍ଧିକ ସମ୍ପଦ ଉପରେ ମୋବାଇଲ ଗେମିଙ୍ଗ ଆପ ମଧ୍ୟ ରହିଛି। ଏହି ପ୍ରତିଯୋଗିତା ପାଇଁ ୨୦୧୮…

"ସିଆଇପିଏଏମ-ଡିଆଇପିପି ଦ୍ୱାରା ବୈାଦ୍ଧିକ ସମ୍ପଦ ପ୍ରତିଯୋଗିତାର ଶୁଭାରମ୍ଭ: ବିଜେତା ଦଳକୁ ୪ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହିତ ପ୍ରମାଣ ପତ୍ର"

ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ ଓ ଶିଶୁ କନ୍ୟାକୁ ଜିଅନ୍ତା ଜାଳି ହତ୍ୟା କଲା

ନବରଙ୍ଗପୁର ୧୮-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ଜିଲ୍ଲାର କୋଡିଙ୍ଗା ଥାନା ଅର୍ନ୍ତଗତ ଚିରିମା ଗ୍ରାମରେ ଘଟିଯାଇଛି ଏକ ଅମାନବୀୟ ନୃଶଂସ କାଣ୍ଡ। ନିଜ ସ୍ତ୍ରୀ ଓ ୬ ମାସର ଶିଶୁ କନ୍ୟାକୁ ଜିଅନ୍ତା ଜାଳି ହତ୍ୟା କରିଛି ସ୍ୱାମୀ। ଘଟଣା ଅନୁଯାୟୀ ଗୁରୁବାର ସକାଳେ ଚିରିମା ଗ୍ରାମର ଟଙ୍କଧର ଭତ୍ରା କୋଡିଙ୍ଗା ଥାନାରେ ନିଜ ସ୍ତ୍ରୀ ଓ ଶିଶୁ କନ୍ୟାକୁ ହତ୍ୟା କରିଥିବା ବୟାନ ଦେଇ ଆତ୍ମ ସମର୍ପଣ କରିଥିଲା। ଅପରପକ୍ଷେ, ଚିରିମା ଗ୍ରାମରେ ଟଙ୍କଧର ଭତ୍ରାଙ୍କ ଘରୁ ଧୁଆଁ ବାହାରୁଥିବା ଗ୍ରାମବାସୀ ଦେଖିଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀମାନେ ପହଞ୍ଚି ଟଙ୍କଧର ଭତ୍ରାଙ୍କ ପତ୍ନୀ ଲୀଳା ଭତ୍ରା ଓ ତାଙ୍କ ୬ ମାସର ଶିଶୁ…

"ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ ଓ ଶିଶୁ କନ୍ୟାକୁ ଜିଅନ୍ତା ଜାଳି ହତ୍ୟା କଲା"

ଭାରତ-ଇସ୍ରାଏଲ ବାଣିଜ୍ୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ମହାମହିମ ବେଞ୍ଜାମିନ ନେତାନ୍ୟାହୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଭାରତ ଓ ଇସ୍ରାଏଲ ବାଣିଜ୍ୟିକ ନେତାମାନେ, ଦେବୀ ଓ ସଜ୍ଜନମଣ୍ଡଳୀ, ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ଇସ୍ରାଏଲ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ମୋର ଦେଶବାସୀଙ୍କ ତରଫରୁ ସ୍ୱାଗତ କରୁଛି। ଉଭୟ ଦେଶର ସିଇଓମାନଙ୍କ ସହ ଏକଜୁଟ୍ ହେବା ଆଉ ଏକ ଖୁସିର କଥା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ଏବେଏବେ ଦ୍ୱିପାକ୍ଷିକ ସିଇଓ ଫୋରମ୍ ମାଧ୍ୟମରେ ଭାରତ ଓ ଇସ୍ରାଏଲର ବ୍ୟବସାୟିକ ନେତାଙ୍କ ସହ ଫଳପ୍ରଦ ବାର୍ତ୍ତାଳାପ ସମାପ୍ତ କରିଛୁ। ଏହି ଆଲୋଚନା ଓ ସିଇଓଙ୍କ ଭାଗିଦାରୀକୁ ନେଇ ମୁଁ ବହୁତ ଆଶାବାଦୀ ଅଛି, ଯାହାକି ଗତବର୍ଷ ଆରମ୍ଭ ହୋଇଥିଲା। ବନ୍ଧୁଗଣ, ମୋର ସର୍ବଦା ଇସ୍ରାଏଲ ଓ ତା’ର…

"ଭାରତ-ଇସ୍ରାଏଲ ବାଣିଜ୍ୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ"

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ

– ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା, ତୈଳ ଓ ଗ୍ୟାସ, ସାଇବର ସୁରକ୍ଷା, ଫିଲ୍ମ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ସହଯୋଗ ବୁଝାମଣା – ଇସ୍ରାଏଲ ସହ ପ୍ରଯୁକ୍ତି ଆଧାରିତ କୃଷି ସହଯୋଗ ଉପରେ ଗୁରୁତ୍ୱ – ପ୍ରତିରକ୍ଷା କ୍ଷେତ୍ରରେ ଇସ୍ରାଏଲୀ କମ୍ପାନୀଗୁଡ଼ିକୁ ଭାରତରେ ଅଧିକ ପୁଞ୍ଜିନିବେଶ ପାଇଁ ଆହ୍ୱାନ – ଇସ୍ରାଏଲରେ ଖୁବଶୀଘ୍ର ଖୋଲିବ ଭାରତୀୟ ସାଂସ୍କୃତିକ କେନ୍ଦ୍ର – ବିଜ୍ଞାନ ଶିକ୍ଷାରେ ବାର୍ଷିକ ୧୦୦ଜଣ ଯୁବବର୍ଗଙ୍କୁ ଦ୍ୱିପାକ୍ଷିକ ଯାତ୍ରାର ସୁବିଧା ମହାମହିମ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଗଣମାଧ୍ୟମର ସଦସ୍ୟ, ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତରେ ସ୍ୱାଗତ କରି ଅତ୍ୟନ୍ତ ଖୁସି। ୟେଦିଦିହାୟାକର, ବରୁଖିମହାବାୟିମଲେହୋଦୁ! (ମୋର ପ୍ରିୟ ବନ୍ଧୁ, ଭାରତରେ ଆପଣଙ୍କୁ ସ୍ୱାଗତ କରୁଛି…

"ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ"

ଓଡିଶାର ଲୋକମାନେ ପରିବର୍ତ୍ତନ ପାଇଁ ମନ ସ୍ଥିର କରିସାରିଲେଣି- ଧର୍ମେନ୍ଦ୍ର ପ୍ରଧାନ

– ତୃତୀୟ ମହଲା କ୍ଷମତା କେନ୍ଦ୍ର ମାମଲାରେ ସାମ୍ବିଦାକଙ୍କ ପ୍ରଶ୍ନର ଉତର ରାଜ୍ୟ ସରକାର କେବଳ ନିଜର ସାମ୍ବିଧାନିକ ସମୟ କଟାଉଛନ୍ତି ଓ ଓଡିଶାର ଲୋକମାନେ ପରିବର୍ତ୍ତନ ପାଇଁ ମନ ସ୍ଥିର କରିସାରିଲେଣି- ଧର୍ମେନ୍ଦ୍ର ପ୍ରଧାନ – ଓଡିଶାରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଥିବା ବକ୍ତବ୍ୟକୁ ପୁଣି ଦୋହରାଇଲେ – ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ କିଏ କଣ କରିବ ତାର ନୀତି ଓ ପରମ୍ପରା ରହିଛି। ଏହା ଓଡିଶା ପାଇଁ ଓ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଭିନ୍ନ ଭିନ୍ନ ନୁହେଁ – ଓଡିଶାରେ ଏହି ପରମ୍ପରାର ବିଲକ୍ଷଣ ଦେଖାଗଲାଣି – ରାଜ୍ୟରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଛି। ଶାସକ ଦଳ ଭିତରେ ଦଳୀୟ ଅନ୍ତଃକନ୍ଦଳ…

"ଓଡିଶାର ଲୋକମାନେ ପରିବର୍ତ୍ତନ ପାଇଁ ମନ ସ୍ଥିର କରିସାରିଲେଣି- ଧର୍ମେନ୍ଦ୍ର ପ୍ରଧାନ"

୨୨ତମ ବିଶୋଧନ ଓ ପେଟ୍ରୋରସାୟନ ପ୍ରଯୁକ୍ତି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ

– ଏଲଏନଜି କ୍ଷେତ୍ରରେ ଜାପାନ ବିନିଯୋଗ କରିବ ୧୦ ବିଲିୟନ ଡଲାର ପୁଞ୍ଜି – କ୍ରମବର୍ଦ୍ଧିଷ୍ଣୁ ଇନ୍ଧନ ଚାହିଦା ମେଂଟାଇବା ପାଇଁ ପ୍ରତି ବର୍ଷ ୨୦ ନିୟୁତ ଟନ ବିଶୋଧନ କ୍ଷମତା ବଢ଼ାଇବାକୁ ପଡିବ – ୨୦୨୫ ସୁଦ୍ଧା ଆମର ଇନ୍ଧନ ବ୍ୟବହାର ବିଶ୍ୱର ମୋଟ ବ୍ୟବହାରର ୯ ରୁ ୧୦ ପ୍ରତିଶତ ହେବ – ବ୍ରାଉନ ଫିଲ୍ଡ କ୍ଷେତ୍ରରେ ୧୨୦ ନିୟୁତ ଟନ, ଗ୍ରୀନ ଫିଲ୍ଡ କ୍ଷେତ୍ରରେ ୬୯ ନିୟୁତ ଟନ ବିଶୋଧନ କ୍ଷମତା ସୃଷ୍ଟି ହେବ – କୃତ୍ରିମ ଜ୍ଞାନ, ରୋବଟିକ୍ସ, ଇଲେକ୍ଟି୍ରକ ଯାନ, ଡିଜିଟାଲ ଜ୍ଞାନକୌଶଳ ତୈଳ ଓ ବାଷ୍ପ ସେକ୍ଟର ପାଇଁ ବଡ ଆହ୍ୱାନ – ୨୦୪୦ ସୁଦ୍ଧା ଭାରତ…

"୨୨ତମ ବିଶୋଧନ ଓ ପେଟ୍ରୋରସାୟନ ପ୍ରଯୁକ୍ତି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ"

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ପାଳିତ:ମହାପ୍ରଭୁ ମକର ବେଶରେ ଦର୍ଶନ ଦେଲେ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରିତି ନୀତି ମତେ ରବିବାର ଶ୍ରୀ ମନ୍ଦିରରେ ପାଳିତ ହୋଇଛି ମକର ସଂକ୍ରାନ୍ତି। ଏହି ପରିପ୍ରେକ୍ଷୀରେ ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଉତରାୟଣ ଯାତ୍ରା ପାଳିତ ହୋଇଥିଲା। ଏଥିପାଇଁ ସକାଳ ଆଳତୀ ଅବକାଶ ବଢିବା ପରେ ଫୁଟା ପହରଣ ଲାଗି ହେବା ସହ ତ୍ରୀମୂର୍ତିଙ୍କୁ ମକର ଚାଉଳ ଲାଗିହୋଇଥିଲା। ମଧ୍ୟାହ୍ନ୍ୱ ଦୀପ ପରେ ଅଧିବାସ ହୋଇଥିବା ମକର ଚାଉଳ, ଘିଅ, ନଡିଆ, ମସଲା, ଓ ଦୁଧସରମାନ ମହାପ୍ରଭୁଙ୍କ ଶ୍ରୀମୁଖକୁ ଅଣାଯାଇଥିଲା। ସେବକମାନେ ୩ ଟି ରପା ଥାଳିରେ ଏହି ଚାଉଳକୁ ମୁତୁମଳ କରି ରଖିଥିଲେ। ପରେ ଆଲାମଚଣ୍ଡି ମଦନ୍ଦିରରୁ ଯାଇଥିବା ମକର ତାଡରେ ରଖାଯାଇ ବେଢା ପରିକ୍ରମା କରାଯାଇଥିଲା।…

"ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ପାଳିତ:ମହାପ୍ରଭୁ ମକର ବେଶରେ ଦର୍ଶନ ଦେଲେ"