“ସ୍ବର୍ଗୀୟ ପିତା”

କିଏ ତମେ ମନଦରଜାକୁ ମୋ ବାରବାର କର କରାଘାତ ତୁମକରାଘାତେ ମନମୋ ଚଳଚଞ୍ଚଳ, ଏ ହୃଦୟ ଖୋଜଇ ଏବେବି ତୁମକୁ ନିତ୍ୟ। ଚତୃପାର୍ଶ୍ୱ ଖୋଜିଖୋଜି ମିଳିଲାନି ତୁମ ଭେଟ ପଛରେ ଜାଣିଲି ତୁମେ ମୋ ସ୍ୱର୍ଗୀୟ ପିତା ମୋ ହୃଦୟ ସମ୍ରାଟ। ହେ ଜନ୍ମଦାତା ଘେନଘେନ ମୋ ପ୍ରଣାମ ଅଶେଷ। ପ୍ରିୟପରମ ପିତାଶ୍ରୀଙ୍କ ଉଦ୍ଦେଶ୍ୟରେ (ମିନକେତନ ଦାସ,ସରପାରୀ, ଖୋର୍ଦ୍ଧା)

"“ସ୍ବର୍ଗୀୟ ପିତା”"

”ଜୀବନରେ ସମୟର ଖେଳ”

ଜୀବନର ଦୋ” ଛକି ରେ କେବେ ଖରା ପୁଣି କେବେ ଛାଇ, ତଥାପି ଚାଲିବାକୁ ହୁଏ ….କିଛି ମୋହକୁ ସାଥିରେ ନେଇ,, କେତେ ସବୁ ନୂଆ ମୁହଁ ଦିଶି ଯାଆନ୍ତି ବାଟରେ … କେହି ପୁଣି ସାଥେ ଚାଲେ,, କେହି କଣ୍ଟା ଥୁଏ ବାଟରେ .. କିଏ ପୁଣି ପର,,ଆଉ କିଏ ଅତି ଆପଣାର… ସବୁ ତ ସମୟର ଖେଳ,, ବୁଝିବା କେମିତି,, ଖେଳ ବୁଝ ନ ବୁଝ, ଜୀବନଟା ଚାଲିବ ଏମିତି …..   (ରଶ୍ମିମୟୀ ପଟ୍ଟନାୟକ, ଜଟଣୀ)

"”ଜୀବନରେ ସମୟର ଖେଳ”"

।।ଆରକ୍ଷଣ।।

-ଏଲି ମହାନ୍ତି,ବାରିପଦା କହିଲୁ, ସତରେ କ’ଣ ତୋ ଡେଣା କାଟିବା ପରି ଅସ୍ତ୍ର ଥିଲା କେବେ ମୋ ପାଖରେ ? ତୋ ଡେଣାରେ ମାଖିହେଇ ପାହାଡ ତଳକୁ ଓହ୍ଲେଇ ଆସୁଥିଲା ଆଲୁଅ ତୁ ଗୁଣୁ ଗୁଣେଇଲେ ଧାନ କେଣ୍ଡାରେ ତେଣ୍ଡି ଯାଉଥିଲା କ୍ଷୀର ତୁ ହିଁ କେବେ ରୁଅ ହେଇ ଠିଆ ହେଲୁ ମୋ ଘର ପାଇଁ ତୋତେ ଭରାଦେଇ ମୁଁ ବାନ୍ଧିଲି ଚଉଷଠି ବନ୍ଧନ ମୋ ଉଆସ ବାହାରେ ତୁ ଘାସରେ ପଡିଥିବା ବୁନ୍ଦେ କାକର !! ପାଂଚ ହଜାର ବର୍ଷର ଲଢେଇ ପରେ ବି ଚିହ୍ନିନୁ ତୋ ଉଡାଣ କି ମୋ ଉଦାରପଣ….. ଛାଇର ରଂଗ ଅଲଗା ନୁହେଁ ତଥାପି ଛିଂଚୁଥାଏ ଗୋବର…

"।।ଆରକ୍ଷଣ।।"

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଚନ୍ଦ୍ରଶେଖର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୯-୨ (ଓଡ଼ିଆ ପୁଅ) ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଚନ୍ଦ୍ରଶେଖର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ରଥ ଜଣେ ପ୍ରଥିତଯଶା ଲେଖକ ଓ ବିଦ୍ବାନ ଥିଲେ। ଅନେକ କାଳଜୟୀ କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଜରିଆରେ ସେ ଓଡ଼ିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ଓଡିଆ ଭାଷା ଓ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଅମର ହୋଇ ରହିବେ ବୋଲି ପ୍ରକାଶ କରି ତାଙ୍କ ପରଲୋକ ଓଡ଼ିଶା ଓ ଓଡ଼ିଆ ଭାଷା ପାଇଁ ଏକ ବିରାଟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି…

"ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଚନ୍ଦ୍ରଶେଖର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଶ୍ରଦ୍ଧାଞ୍ଜଳି"

ମହାପ୍ରଭୁ ‘‘ଶ୍ରୀ ଜଗନ୍ନାଥ ଭଜନ ବଲ୍ଲରୀ’’ ପୁସ୍ତକ ଲୋକାର୍ପିତ

ଭଦ୍ରକ, ୯ା ୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ତାଙ୍କ ଲୀଳାକୁ ନେଇ ରଚିତ ‘‘ଶ୍ରୀ ଜଗନ୍ନାଥ ଭଜନ ବଲ୍ଲରୀ’’ ପୁସ୍ତକ ମହାସମାରୋହରେ ଲୋକାର୍ପିତ ହୋଇଯାଇଛି। ଭଦ୍ରକ ଜିଲ୍ଲା କଳାକାର ସଂଘର ସଭାପତି ଉଜ୍ଜ୍ୱଳ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉସ୍ôବରେ ଜିଲ୍ଲା ସୂଚନା ଲୋକ ସଂମ୍ପର୍କ ଓ ସଂସ୍କୃତି ଅଧିକାରୀ ଗୋଲକ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଶ୍ୱର ଦେବତା ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ସଂସ୍କୃତି ଆଧାରିତ ଏହି ପୁସ୍ତକ ବେଶ ଜନାଦୃତ ହେବ ବୋଲି କହିଥିଲେ। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ସାହିତ୍ୟ…

"ମହାପ୍ରଭୁ ‘‘ଶ୍ରୀ ଜଗନ୍ନାଥ ଭଜନ ବଲ୍ଲରୀ’’ ପୁସ୍ତକ ଲୋକାର୍ପିତ"

ସାହିତ୍ୟିକ ଓ ଗବେଷକ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ସ୍ମୃତିସଭା

ଭୁବନେଶ୍ୱର, ତା ୨୮ା୧ (ଓଡ଼ିଆ ପୁଅ): ବିଶିଷ୍ଟ କବି, ସାହିତ୍ୟିକ, ଗବେଷକ, ସାମାଜିକ, ଆଧ୍ୟାମିକ ସଂଗଠକ, ଅବସରପ୍ରାପ୍ତ ଅନୁଶାସନ ସଚିବ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଭୁବନେଶ୍ୱର ବରଗଡ଼ ବାସଭବନରେ ଗତକାଲି ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଭୁବନେଶ୍ୱର ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣି, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ନେତ୍ରାନନ୍ଦ ସାମନ୍ତରାୟ, ଡଃ ରମାକାନ୍ତ ରାଉତ, ଡଃ ସୁରେନ୍ଦ୍ର କୁମାର ମହାରଣା, ପ୍ରଫେସର ସୁରେନ୍ଦ୍ର ନାଥ ଦାସ, ବୀର କିଶୋର ପ୍ରଧାନ, ବ୍ରଜବନ୍ଧୁ ପରିଡ଼ା, ନାରାୟଣ ସୁବୁଦ୍ଧି, ସଂଜୟ ପାତ୍ର, ଲକ୍ଷ୍ମୀଧର ବେହେରା, ଦିଲ୍ଲୀପ ହାଲି, ଯତୀନ୍ଦ୍ର…

"ସାହିତ୍ୟିକ ଓ ଗବେଷକ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ସ୍ମୃତିସଭା"

ସାରଳା ସାହିତ୍ୟ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି

ତିର୍ତ୍ତୋଲ ୨୮/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଆଦିକବି ସାରଳାଦାସ ସମାଧିପୀଠ ଠାରେ ଆୟୋଜିତ ଶ୍ରାଦ୍ଧ ସଭାରେ ଓଡ଼ିଆ ଭାଷା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ଆଦିକବି ସାରଳାଦାସ ରଚନା କରିଥିବା ସାହିତ୍ୟ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟିକରିପାରିଛିବୋଲି ବକ୍ତାମାନ ମତପ୍ରକାଶ କରିଥିଲେ। ମା ଶାରଳା ମହିମା ପ୍ରଚାର ଟ୍ରଷ୍ଟ ପକ୍ଷରୁ ଡ଼ାଃ ଅମରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ବରିଷ୍ଠ ପ୍ରଶାସକ ଡ଼. ଅଲେଖ ଚନ୍ଦ୍ର ପଢ଼ିଆରୀ, ମୁଖ୍ୟବକ୍ତା ଭାବେ ରେଭେନସା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ସଂଜୟ ଶତପଥି, ସମ୍ମାନୀତ ଅତିଥି ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, କବି ରମାକାନ୍ତ ଜେନା, ସାହିତ୍ୟିକ ଆଜାଦ…

"ସାରଳା ସାହିତ୍ୟ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି"

ଗଳ୍ପ ସଂକଳନ ପରାସ୍ତ ପର୍ଶୁରାମ ଲୋକାର୍ପିତ

ଭୁବନେଶ୍ୱର, ତା ୨୬ା୧ (ଓଡ଼ିଆ ପୁଅ): ଗାଳ୍ପିକ ମଦନ ମୋହନ ମହାକୁଡଙ୍କ ଗଳ୍ପ ସଂକଳନ ‘ପରାସ୍ତ ପର୍ଶୁରାମ’ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର, ୟୁନିଟ୍-୨ସ୍ଥିତ ତାରିଣୀ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି। ପଦ୍ମଲୋଚନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସାରସ୍ୱତ ସଭାରେ ସିନେସମୀକ୍ଷକ ଦିଲ୍ଲୀପ ହାଲି ଅଧ୍ୟକ୍ଷତା କରିଥିବାବେଳେ ଲେଖକ ଶ୍ରୀ ମହାକୁଡ଼ ପୁସ୍ତକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା, ଅକ୍ଷୟ ବେହେରା, ନିରଞ୍ଜନ ସାହୁ, ପର୍ଶୁରାମ ବିଶ୍ୱାଳ, ଗୁରୁପ୍ରସାଦ ମହାନ୍ତି, ଡମ୍ବରୁଧର ଘଣା, ଶୁଭେନ୍ଦୁ କାନୁନ୍ଗୋ, ଶୁଭେନ୍ଦ୍ର ନାୟକ, ବ୍ରତତୀ ହରିଚନ୍ଦନ, ଯୁଧିଷ୍ଠିର ନାୟକ, ବ୍ରଜବନ୍ଧୁ ପତି, ଯଜେ୍ଞଶ୍ୱର…

"ଗଳ୍ପ ସଂକଳନ ପରାସ୍ତ ପର୍ଶୁରାମ ଲୋକାର୍ପିତ"

ପ୍ରଥମ ଜୟଦେବ ଜାତୀୟ ପୁରସ୍କାର ବିଶିଷ୍ଟ କବି ବିଷ୍ଣୁ ଖରେ ପାଇବେ

ଭୁବନେଶ୍ୱର ୧୭-୧ (ଓଡ଼ିଆ ପୁଅ) ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ‘ଧଉଳି ରିଭୁ୍ୟ ଟ୍ରଷ୍ଟ’ ତରଫରୁ ଚଳିତ ବର୍ଷ ଆରମ୍ଭ ହୋଇଥିବା ‘ଜୟଦେବ ଜାତୀୟ କବିତା ପୁରସ୍କାର’ ୨୦୧୭ ପାଇଁ ହିନ୍ଦି ଭାଷାର ବିଶିଷ୍ଟ କବି ବିଷ୍ଣୁ ଖରେଙ୍କୁ ଦେବା ପାଇଁ ମନୋନୀତ କରାଯାଇଛି। ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ଓଡ଼ିଶାର ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରଖ୍ୟାତ ଇଂରାଜୀ କବି ମନୋହର ସେଟ୍ଟି ଓ ବିଶିଷ୍ଟ ହିନ୍ଦି କବି ଆଶୁତୋଷ ଦୁବେ ରହିଥିଲେ। ଭାରତର ବିଭିନ୍ନ ଭାଷାର ପ୍ରକାଶକଙ୍କଠାରୁ ଆସିଥିବା ୪୦ଟି ପୁସ୍ତକରୁ ପ୍ରଥମେ ୧୨ଟି ପୁସ୍ତକ ଦୀର୍ଘ ତାଲିକା (ଲଙ୍ଗ ଲିଷ୍ଟ)ରେ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଶୋକ ବାଜପେୟୀ, ଭାଲ୍…

"ପ୍ରଥମ ଜୟଦେବ ଜାତୀୟ ପୁରସ୍କାର ବିଶିଷ୍ଟ କବି ବିଷ୍ଣୁ ଖରେ ପାଇବେ"

ଶ୍ରୀକ୍ଷେତ୍ର ପୁସ୍ତକ ମେଳା: ସର୍ବୋଦୟ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ସମାରୋହ

ପୁରୀ, ୧୨/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସାହିତ୍ୟରେ ସଂସ୍କୃତି ରହିଛି। ସଂସ୍କୃତି ବଂଚିଲେ ପରମ୍ପରା ବଂଚିବ। ସାହିତ୍ୟକୁ ଭଲପାଅ। ଭାୋ ବଂଚିବ ବୋଲି ଓଡିାଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରମତ ଦେଇଛନ୍ତି। ଶ୍ରୀକ୍ଷେତ୍ର ପୁସ୍ତକ ମେଳା ମଂଚରେ ଗୁରୁବାର ସର୍ବୋଦୟ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଯୋଗ ଦେଇ ସେ କହିଲେ କବିତାରେ ଯୁବତ୍ୱ ଓ ଚେତନା ରହିବା ଉଚିତ। ଯୁବ ଆକ୍ରୋସରେ ସ୍ୱର ସମାଜରେ ପରିବର୍ତ୍ତନ ଆଣିବ।ତାହାକୁ ରୋକାଯାଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି। କବି ସୂଚେତା ମିଶ୍ର କହିଲେ କବିତାକୁ ନେଇ ବଂଚି ହେବ। ଜୀବନ ପାଇଁ ସାହିତ୍ୟ ଜରୁରୀ। ବୁଦ୍ଧି ଏକ ଅସ୍ତ୍ର ଯାହା କୋମଳ ପତି…

"ଶ୍ରୀକ୍ଷେତ୍ର ପୁସ୍ତକ ମେଳା: ସର୍ବୋଦୟ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ସମାରୋହ"