ଆରଜିଏଚରେ ମାଗଣା ଡାଇଲିସିସ ବ୍ୟବସ୍ଥା କରିବାକୁ ଦାବି

ରାଉରକେଲା ୬-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ରାଉରକେଲା ସରକାରୀ ହସ୍ପିଟାଲରେ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଆରଜିଏଚରେ ମାଗଣା ଡାଇଲିସିସ ବ୍ୟବସ୍ଥା କରିବା ପାଇଁ ଟିମ ହୋପ ଅଫ ଲାଇଫର ସଦସ୍ୟ ମାନେ ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କୁ ସାକ୍ଷାତ କରିଥିଲେ। ରାଉରକେଲା ସ୍ମାର୍ଟସିଟିର ମାନ୍ୟତା ପାଇଥିଲେ ମଧ୍ୟ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଅନୁଯାୟୀ ରାଉରକେଲା ସରକାରୀ ଡାକ୍ତରଖାନା ବହୁ ପଛରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହାୟ ଯୋଜନା ଅନୁସାରେ ପ୍ରତ୍ୟେକ ଜିଲା ଚିକିତ୍ସାଳୟକୁ ମାଗଣା ଡାଇଲିସିସ, ସିଟି ସ୍କାନ, ମଆରଆଇ, ଆଇସିୟୁ ଭଳି ସୁବିଧା ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହି ସବୁ ସୁବିଧାରୁ…

"ଆରଜିଏଚରେ ମାଗଣା ଡାଇଲିସିସ ବ୍ୟବସ୍ଥା କରିବାକୁ ଦାବି"

ଗାୟତ୍ରୀ ପରିବାର ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତା ଚୟନ

ରାଉରକେଲା ୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଫର୍ଟିଲାଇଜର ସ୍ଥିତ ଗାୟତ୍ରୀ ପ୍ରଜ୍ଞାପୀଠରେ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତା ଚୟନ ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଜ୍ଞାପୀଠର ମୁଖ୍ୟ ଡାକ୍ତର ତଥା ଗାୟତ୍ରୀ ଉପାସକ ରାହାସ ବିହାରୀ ମହାପାତ୍ର କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। କାର୍ଯ୍ୟକ୍ରମରେ ଫର୍ଟିଲାଇଜର ଗାୟତ୍ରୀ ପରିବାରର ମହିଳା ଶାଖା ମୁଖ୍ୟ ଏବଂ ସୁନ୍ଦରଗଡ଼ ଜିଲା ଗାୟତ୍ରୀ ପରିବାର ମହିଳା ବିଭାଗ ସଂଯୋଜନା ଦାୟିତ୍ୱରେ ଥିବା ଡ.ମଂଜୁଶର୍ମା ମହାପାତ୍ର ଉପସ୍ଥିତ ଥିଲେ। ବିଶେଷ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ଗାୟତ୍ରୀ ପରିବାରର ମୁଖ୍ୟ ସଂଯୋଜକ ଏସ.କେ.ଧୀରଙ୍କ ନେତୃତ୍ୱରେ ଆର.ଏନ. ଦାସ (ସଙ୍ଗଠନ), ଅତିରିକ୍ତ ଜିଲା ସଂଯୋଜକ ବିଚିତ୍ରାନନ୍ଦ ଦାସ, ଟ୍ରଷ୍ଟି ଚରଣ କର, ବିଚିତ୍ରାନନ୍ଦ ସ୍ୱାଇଁ(ଭାରତୀୟ…

"ଗାୟତ୍ରୀ ପରିବାର ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତା ଚୟନ"

ଜୁଲୁମ: ଦିଲ୍ଲୀରେ ମୁକ୍ତିକାନ୍ତ ଓ ରାଉରକେଲାରେ ଗୋପାଳଙ୍କ ଉପରେ ଦାଉସାଧିଲା ପୁଲିସ

ରାଉରକେଲା ୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପ୍ରାୟ ସପ୍ତାହ ହେଲା ଦିଲୀରେ ପହଂଚି ସାରିଥିଲେ ସୁଦ୍ଧା, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଯାଏ ସାକ୍ଷାତ କରି ପାରିନାହାନ୍ତି। ଏହାକୁ ନେଇ ରାଜନୀତିକ ଉଷ୍ମତା ଦିନକୁ ଦିନ ବଢିବାରେ ଲାଗିଛି। ଦିଲ୍ଲୀ ଠାରୁ ଶିଳ୍ପ ରାଜଧାନୀ ରାଉରକେଲା ପର୍ଯ୍ୟନ୍ତ କୁହୁଳୁଛି ମୁକ୍ତିକାନ୍ତ ନିଆଁ। ଏପଟେ ଦିଲ୍ଲୀରେ ମୁକ୍ତିକାନ୍ତ ଓ ରାଉରକେଲାରେ ଗୋପାଳ ଜେନା ଅନଶନ ଜାରି ରଖିଥିବା ବେଳେ, ପିଏମଓ ଅଫିସ ଚାପରେ ଉଭୟଙ୍କୁ ଗତକାଲି ପୁଲିସ ଅନଶନ ସ୍ଥଳରୁ ଉଠାଇ ନେଇ ଡାକ୍ତରଖାନାରେ ଭର୍ତି କରିଛି। ଏଭଳି ଘଟଣାକୁ ଗଣତନ୍ତ୍ରର ହତ୍ୟା ତଥା ପୁଲିସ ଜୁଲୁମ ବୋଲି ବୁଦ୍ଧିଜିବୀ ମହଲରେ…

"ଜୁଲୁମ: ଦିଲ୍ଲୀରେ ମୁକ୍ତିକାନ୍ତ ଓ ରାଉରକେଲାରେ ଗୋପାଳଙ୍କ ଉପରେ ଦାଉସାଧିଲା ପୁଲିସ"

ଚୋରି ଉଦ୍ୟମ ପଣ୍ଡ, ୭ ଲୁଟେରା ଗିରଫ

ରାଉରକେଲା ୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ଜରେଇକେଲା ନିକଟ ରେଲୱେ କେବିନ ନିକଟରୁ କେବୁଲ ଚୋରି କରିବାକୁ ଉଦ୍ୟମ କରୁଥିବା ୭ ଜଣ ଲୁଟେରାକୁ ପୁଲିସ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ଓମିନି କାର ଓ ବାଇକ ଜବତ କରିଛି। ଧରାପଡ଼ିଥିବା ଲୁଟେରା ମାନେ ହେଲେ ସେକ୍ଟର-୬ ଅଂଚଳର ସୁମନ୍ତ ମହାନନ୍ଦ ଓ କାର ଚାଳକ ବନ୍ଧନ। ସେକ୍ଟର-୫ ଅଂଚଳରେ ରହୁଥିବା ତୋଫାନ ବିନ୍ଧାଣୀ, କୋଣାର୍କ ନାୟକ, ନରେନ୍ଦ୍ର ନାୟକ, ଇଶ୍ୱର ନାୟକ ଓ ଅନୀଲ ନାୟକ। ବିଶ୍ରା ପୁଲିସ ସୂଚନା ଅନୁସାରେ ବନ୍ଧନ ମଲ୍ଲିକ କାର ଚାଳକ ଭାବେ କାର୍ଯ୍ୟ…

"ଚୋରି ଉଦ୍ୟମ ପଣ୍ଡ, ୭ ଲୁଟେରା ଗିରଫ"

ଠିକା ଶ୍ରମିକ ଶୋଷଣ ବିରୋଧରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା ୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆରଏସପିର ଟାଉନସିପ ଅଂଚଳରେ କାର୍ଯ୍ୟରତ ଠିକାଦାରଙ୍କ ଅଧିନରେ କାମ କରୁଥିବା ଠିକା ଶ୍ରମିକ ମାନଙ୍କୁ ଶୋଷଣର ଶୀକାର ହେବାକୁ ପଡୁଛି ବୋଲି ସିଆଇଟିୟୁ ପକ୍ଷରୁ ଅଭିଯୋଗ କରାଯାଇଛି। ରାଉରକେଲା କଂଟ୍ରକ୍ଟର ୱାକର୍ସ ଆସୋସିଏସନ(ସିଆଟିୟୁ) ପକ୍ଷରୁ ସେକ୍ଟର-୫ ସ୍ଥିତ ଆରଏସପି ସହରସେବା ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ୟୁନିୟନର ସଭାପତି ତଥା ସିଆଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାକୁ ସିଆଇଟିୟୁ ପକ୍ଷରୁ ବିରୋଧ କରାଯାଇଛି। ୟୁନିୟନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେତେକ ଠିକାଦାର ବହୁ ଳ୍ଳମ୍ବରେ ଶ୍ରମିକ ମାନଙ୍କୁ ମଜୁରୀ ଦେଉଥିବା ବେଳେ, କିଛି ଶ୍ରମିକ ଦରମା ପାଉନାହାନ୍ତି। ଶ୍ରମିକ ମାନଙ୍କ…

"ଠିକା ଶ୍ରମିକ ଶୋଷଣ ବିରୋଧରେ ସିଆଇଟିୟୁର ବିକ୍ଷୋଭ"

ବଢିବାରେ ଲାଗିଛି ସ୍ୱରେଜ ବୋର୍ଡ ଯନ୍ତ୍ରଣା

ରାଉରକେଲା ୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ବଢିବାରେ ଲାଗିଛି ସ୍ୱରେଜ ବୋର୍ଡ ଯନ୍ତ୍ରଣା। ସହରର ବିଭିନ୍ନ ଅଂହଂଚଳରେ ସ୍ୱରେଜ ବୋର୍ଡ କାର୍ଯ୍ୟ ଚାଲୁଥିବାରୁ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ସହରବାସୀ। ବର୍ତମାନ ବର୍ଷା ଦିନରେ ବର୍ଷା ହେବା ଫଳରେ ରାସ୍ତାରେ ପକାଯାଇଥିବା ମାଯି କାଦୁଅ ହୋଇ ଯାଉଛି। ଫଳରେ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବା ଲୋକ ମାନଙ୍କ ନିମନ୍ତେ ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ସହରର ସିଭିଲଟାଉନସିପ ଅଂଚଳର ପି ପ୍ଲଟ ନିକଟରେ ସ୍ୱରେଜ ବୋର୍ଡ କାର୍ଯ୍ୟ ଚାଲୁଥିବାରୁ ଲୋକଙ୍କୁ ହଇରାଣ ହରକତ ସମ୍ମୁଖୀନ ହେବାକୁ…

"ବଢିବାରେ ଲାଗିଛି ସ୍ୱରେଜ ବୋର୍ଡ ଯନ୍ତ୍ରଣା"

ସର୍ପ ଆତଙ୍କରେ ଥରହର ରାଉରକେଲା!

ରାଉରକେଲା ୪-୭ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବିଭିନ୍ନ ଅଂଚଳରେ ଦିନକୁ ଦିନ ବଢିବାରେ ଲାଗିଛି ସାପ ଆତଙ୍କ। ପ୍ରତିବର୍ଷ ସାପ କାମୁଡ଼ାରେ ମୃତ୍ୟୁବରଣ କରୁଛନ୍ତି ନିରୀହ ଲୋକ। ସର୍ପ ଦଂଶନରୁ ବର୍ତିବା ଲାଗି ଉପଯୁକ୍ତ ଜନସଚେତନତା ଓ ସତର୍କତା ଜରୁରୀ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଅନେକ ବଣବୁଦା, ଅପରିତ୍ୟକ୍ତ କ୍ୱାର୍ଟର, ହୁଇହୁଙ୍କା ଆଦିରେ ଲୁଚି ରହିଛନ୍ତି ବିଶଧର ସର୍ପ। କେବେ କେମିତି କ୍ୱାର୍ଟରରୁ ସାପ ବାହାରିଲେ ସେକ୍ନ ହେଲପ ଲାଇନର ସାହାଯ୍ୟ ନେଇ ଥାଆନ୍ତି ଅଂଚଳବାସୀ। ହେଲେ ଆଜିଯାଏ ପ୍ରଶାସନ ପକ୍ଷରୁ ସାପ କାମୁଡ଼ାରୁ ବର୍ତିବା ଲାଗି କୌଣସି ହେଲେ…

"ସର୍ପ ଆତଙ୍କରେ ଥରହର ରାଉରକେଲା!"

ବିକାଶ ଯେଉଁଠି ସାତସପନ ପ୍ରଶାସନ ଓ ସରକାରୀ ଆଢୁଆଳରେ ୨୦ ବସ୍ତି!

ରାଉରକେଲା ୪-୭ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ଦୀର୍ଘ ୬ ଦଶନ୍ଧୀ ଧରି ଦକ୍ଷିଣ ରାଉରକେଲା ନିକଟ ସହରତଳି ଅଂଚଳରେ ଗଢି ଉଠିଥିଲା ଟାଙ୍ଗରପାଲୀ। ମାତ୍ର ପ୍ରଶାସନିକ ତ୍ୱରିତ ପଦକ୍ଷେପ ଅଭାବ ଯୋଗୁ ଏହି ଅଂଚଳରେ ବିକାଶର ଗତି ମନ୍ଥର ହୋଇ ପଡ଼ିଥିବା ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି। ବହୁ ଦିନରୁ ଗଢି ଉଠିଥିବା ଟାଙ୍ଗରପାଲୀ ଅଂଚଳ ଆରଏସପି ଅଥବା ପଂଚାୟତ ଅଧିନରେ ଆସୁନଥିବାରୁ ଏହା ପ୍ରାୟତଃ ତ୍ରୀଶଙ୍କୁ ଅବସ୍ଥାରେ ଝୁଲି ରହିଛି। କିଛି ସରକାରୀ ଯୋଜନାର ସୁଫଳ ବସ୍ତି ବାସିନ୍ଦା ମାନେ ପାଇ ପାରୁଥିବା ବେଳେ ଅନେକ ଯୋଜନାରୁ ଯୋଜନ ଦୂରରେ ବସ୍ତି ବାସିନ୍ଦା। ଟାଙ୍ଗରପାଲୀ ନାମକୁ ନେଇ ସାରନଗରୀରେ ଟାଙ୍ଗରପାଲୀ ଥାନା, ଡାକଘର…

"ବିକାଶ ଯେଉଁଠି ସାତସପନ ପ୍ରଶାସନ ଓ ସରକାରୀ ଆଢୁଆଳରେ ୨୦ ବସ୍ତି!"

ବାହାଘର ହେଲା କାଳ : କଲଭର୍ଟକୁ ପିଟିଲା କାର ୫ ଗୁରୁତର

ରାଉରକେଲା ୩-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) ବଣେଇ ଥାନା ଅନ୍ତର୍ଗତ ବରଡାବାହାଳ ରାସ୍ତା ରେ ଥିବା ପୋଲ ରେ ଏକ ୱାଗନର ଗାଡ଼ି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ ଗୁରୁତର। ଘଟଣାରୁ ପ୍ରକାଶ ଲଲେଇ ଗ୍ରାମର କିଛି ଲୋକ ଜୀବିକା ଗ୍ରାମକୁ ବାହାଘର ବରାତ ରେ ଯୋଗଦେଇ ବଣେଇ ଦେଇ ଘରକୁ ରାତି ୯.୩୦ ପାଖାପାଖି ରେ ଫେରୁଥିବା ବେଳେ ବରଡାବାହାଳ ପାଖ ଏକ ପୋଲରେ କୌଣସି କାରଣରୁ କାର ବାଡେଇ ହେବା ଫଳରେ ବସିଥିବା ଲୋକ ଝଟକାରେ ଗୁରୁତର ହୋଇ ଯାଇଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲେନ୍ସ ସାହାଯ୍ୟରେ ତାଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସା ଲୟକୁ ଅଣାଯାଇ ତାଙ୍କର ପ୍ରାଥମିକ ଚିକିତ୍ସା…

"ବାହାଘର ହେଲା କାଳ : କଲଭର୍ଟକୁ ପିଟିଲା କାର ୫ ଗୁରୁତର"

ଆଜିଏଚ ହସପିଟାଲ ଏବଂ ବ୍ରାହ୍ମଣୀ ବ୍ରିଜ ନିର୍ମାଣ ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବୟାନ ପ୍ରସଙ୍ଗରେ ବୟାନ ଅତ୍ୟନ୍ତ ହାତ୍ସ୍ୟାସ୍ପଦ : ବିଜେପି

– ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବଂ ଅନୁମତି ଦେବାରେ ବିଳମ୍ବ କାରଣରୁ ହିଁ ଉଭୟ ଆଜିଏଚ ଏବଂ ବ୍ରାହ୍ମଣୀ ବ୍ରିଜ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି – ବାସ୍ତବତାରୁ ଦୂରରେ ରହି ସର୍ବଦା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରି ଆସୁଥିବା କଂଗ୍ରେସ ଦଳ ଆଜି ରାଜ୍ୟର ବିପର୍ଯ୍ୟୟ ପାଇଁ ଦାୟୀ – ବିଳମ୍ବର କାରଣର ପ୍ରଶ୍ନ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ପଚାରିବେ କି ? ଭୁବନେଶ୍ୱର, ତା.୦୨/୦୭(ଓଡ଼ିଆ ପୁଅ): ରାଉରକେଲା ଆଜିଏଚ ସୁପର ସ୍ପେସିଆଲିଟି ହସ୍ ପିଟାଲ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏଥିପାଇଁ ୨୩୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଅଗ୍ରୀମ ଭାବେ ୧୦ କୋଟି ଟଙ୍କା ମଧ୍ୟ କେନ୍ଦ୍ର ସରକାର ଯୋଗାଇ…

"ଆଜିଏଚ ହସପିଟାଲ ଏବଂ ବ୍ରାହ୍ମଣୀ ବ୍ରିଜ ନିର୍ମାଣ ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବୟାନ ପ୍ରସଙ୍ଗରେ ବୟାନ ଅତ୍ୟନ୍ତ ହାତ୍ସ୍ୟାସ୍ପଦ : ବିଜେପି"