ଶହୀଦ ଯବାନକୁ ଶ୍ରଦ୍ଧାଞ୍ଜଳୀ ସଂଜୟ ମାଝୀ ଅମର ରହେ ନାରାରେ କମ୍ପିଲା ସହର

ରାୟଗଡା ୧୦/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ସେ ଥିଲା ବାପା, ମା ର ଗୋଟିଏ ବୋଲି ପୁଅ। ବୁଢା ବାପା ମା ର ସାହାର ହୋଇଥାନ୍ତି। ପୁଅ କୁ ନେଇ କେତେ ଯେ ସ୍ୱପ୍ନ ଦେଖିଥିଲେ ବାପା, ମା। କିନ୍ତୁ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି ବାପା, ମା ର। ପୁଅ ସଂଜୟ ର ମୃତ୍ୟୁ ଘଟିଛି ଏବଂ ଜୀବନର ସବୁଠୁ ବଡ ସତ୍ୟର ସାମ୍ନା କରିଛନ୍ତି ସଂଜୟର ବାପା, ମା। ଏ ହେଉଛି ସେଇ ସଂଜୟ ମାଝି ର କାହାଣୀ ଯିଏ ସୋମବାର ଦିନ ଲ୍ୟାଣ୍ଡମାଇନ ବିଷ୍ପୋରଣରେ ଶହୀଦ ହୋଇଛି। ଜନ୍ମେଜୟ ଏବଂ ମାଧବୀଲତା ମାଝୀ…

"ଶହୀଦ ଯବାନକୁ ଶ୍ରଦ୍ଧାଞ୍ଜଳୀ ସଂଜୟ ମାଝୀ ଅମର ରହେ ନାରାରେ କମ୍ପିଲା ସହର"

ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୪ – ଜିଲ୍ଲା ସ୍ତରୀୟ ନିର୍ମାଣ ସେବା ସପ୍ତାହ ସ୍ଥାନୀୟ କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଜା ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦର ସଭାପତି ଜଗନ୍ନାଥ ନୁଣ୍ଡୃକା ମଂଚରେ ମଂଚାସୀନ ଥିଲେ। ଅନ୍ୟ ମଂଚାସୀନ ଅତିଥି ମାନେ ହେଲେ ଜିଲ୍ଲା ଚିକିତ୍ସା ଅଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ, ମତ୍ସ ଅଧିକାରୀ ହେମନ୍ତ କୁମାର ଦାସ, ସହକାରୀ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ, ଶ୍ରମ ଅଧିକାରୀ…

"ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ"

ଲ୍ୟାଣ୍ଡମାଇନ ବଷ୍ଫୋରଣ, ଅଳ୍ପକେ ବର୍ତିଲେ ୪୦ ସିଆରପିଏଫ ଜବାନ

ରାୟଗଡା ୦୬/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସିଆରପିଏଫ ଚତୁର୍ଥ ବାଟାଲିୟନର ୪୦ ଜଣ ଜବାନ ଲ୍ୟାଣ୍ଡମାଇନ ବଷ୍ଫୋରଣରୁ ଅଳ୍ପକେ ବର୍ତି ଯାଇଛନ୍ତି। ରାୟଗଡା ଜିଲ୍ଲା ସଦର ମହକୁମା ବାରିଝୋଲା ଗ୍ରାମ ଠାରେ ବନ୍ଧୁକ ଚାଳନା ଅଭ୍ୟାସ ପାଇଁ ଯିବା ସମୟରେ ଏକ ଲ୍ୟାଣ୍ଡ ମାଇନ ଠାବ ହୋଇଥିଲା। ଅଧିକ ଲ୍ୟାଣ୍ଡମାଇନ ପୋତା ଯାଇଥିବା ସନ୍ଦେହ ନେଇ ସନ୍ଧାନୀ କୁକୁର ସହାୟତରେ ଲ୍ୟାଣ୍ଡମାଇନର ସ୍ଥିତି ଜାଣିବା ପରେ ସେ ଗୁଡିକୁ ନଷ୍ଟ କରାଯାଇଛି। ଏହି ଘଟଣା ଘଟିବା ପରେ ସମଗ୍ର ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି କାରଣ ସହର ଠାରୁ ମାତ୍ର ୪ କି.ମି ଦୂରରେ ଏହି…

"ଲ୍ୟାଣ୍ଡମାଇନ ବଷ୍ଫୋରଣ, ଅଳ୍ପକେ ବର୍ତିଲେ ୪୦ ସିଆରପିଏଫ ଜବାନ"

ଜୀବନ ଜୀବିକା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ୪-୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ଗ୍ରାମୀଣ ଆଦିବାସୀ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଜୀବନ ଜୀବିକା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଜରିଆରେ ଫୁଲଝାଡୁ ପ୍ରସ୍ତୁତି ଏବଂ ବଜାର ଉପଲବ୍ଧ ନିମନ୍ତେ ଜେ କେ ପୁର ସ୍ଥିତ ବେଲକଣା ଠାରେ ଏକ ତାଲିମ କାଯ୍ୟ ର୍କ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜେ କେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପ-ସଭାପତି ପବନ କୁମାର ସୂରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜେ କେ କାଗଜ କଳର ବରିଷ୍ଠ ଅଧିକାରୀ ଶାନ୍ତନୁ କୁମାର ମହାପାତ୍ର, ନାବାର୍ଡର ଏସ.କେ ସାମଲ, ଲିଡ ବ୍ୟାଙ୍କ ମ୍ୟାନେଜର…

"ଜୀବନ ଜୀବିକା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ"

ଜାତୀୟ କୃମି ନାଶକ ଦିବସ ପାଳିତ

ରାୟଗଡା ୪-୪ (ଓଡିଆ ପୁଅ/ସଂଗ୍ରାମ ପଟନାୟକ ) ୦୪/୦୪ – ଜାତୀୟ କୃମି ନାଶକ ଦିବସ ସ୍ଥାନୀୟ ଆର.ଏସ.ଇ.ଡ.ବ୍ୟୁ.ସି ବିଦ୍ୟାଳୟ ଠାରେ ପାଳନ ହୋଇଯାଇଛି। ରାୟଗଡା ଜିଲ୍ଲା ନୋଡାଲ ସେକ୍ରେଟେରୀ ବିଷ୍ଣୁପଦ ସେଠୀ ଏବଂ ଜିଲ୍ଲପାଳ ଗୁହା ପୁନମ ତାପସ କୁମାର ମିଳିତ ଭାବେ କୃମି ନାଶକ ଦିବସର ଉଦଘାଟନ କରିଥିଲେ। ୧ ବର୍ଷରୁ ୧୯ ବର୍ଷ ପିଲାମାନଙ୍କୁ କୃମି ନାଶକ ଔଷଧ ଅଲବେନଡୋଜେଲ ଦିଆଯିବ। ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୧୪ ହଜାର ପିଲା ଏହି ଔଷଧ ସେବନ କରି କୃମି ଦାଉରୁ ରକ୍ଷା ପାଇପାରିବେ ବୋଲି ଶିଶୁରୋଗ ବିଶେଷଜ୍ଞ ଡଃ ଆଦିତ୍ୟ ମହାପାତ୍ର ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ପ୍ରବୀପ…

"ଜାତୀୟ କୃମି ନାଶକ ଦିବସ ପାଳିତ"

ଗ୍ରୀଷ୍ମ ନ ଆସୁଣୁ ଜଳକଷ୍ଟ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୩/୩ – ଗ୍ରୀଷ୍ମ ନ ଆସୁଣୁ ରାୟଗଡା ସହରରେ ଜଳକଷ୍ଟ ଦେଖାଦେଇଛି । ସହରରେ ଥିବା ବିଭିନ୍ନ ଓାର୍ଡ ଓ ଗଳି ଗୁଡିକାରେ ଜଳକଷ୍ଟ ଥିବା ଦେଖାଯାଇଛି । ସହରର ନ୍ୟୁକଲୋନୀ, ଗାନ୍ଧୀନଗର ଏରିଆ, ପଂଚବଟୀ ନଗର, ରାଣିଗୁଡା ଫାର୍ମ, କସ୍ତୁରୀ ନଗର, ରୟତି କୋଲନୀ ଏରିଆ ଗୁଡିକରେ ଏବେଠାରୁ ହିଁ ଜଳକଷ୍ଟ ଦେଖାଗଲାଣି । ସହରର ବିଭିନ୍ନ ସ୍ଥାନରେ ୨୩୨ ଗୋଟି ବୋରଓଲ ଥିବା ବେଳେ ୪୨୮ ଗୋଟି ଷ୍ଟାଣ୍ଡପୋଷ୍ଟ ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ୨୩୨ ବୋରଓଲ କେତେ କାର୍ଯ୍ୟକ୍ଷମ ହେଉଛି ଜନସ୍ୱାସ୍ଥ୍ୟ ବିଭାଗ ଠାରେ ସଠିକ ଖବର ନଥିବା…

"ଗ୍ରୀଷ୍ମ ନ ଆସୁଣୁ ଜଳକଷ୍ଟ"

ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନଙ୍କ ଆତ୍ମହତ୍ୟା ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୨୧/୨ – ସ୍ୱାମୀଙ୍କ ମୃତ୍ୟୁ ପରେ ଶକ୍ତ ଆଘାତ ଲାଗିଥିଲା, ସତେଯେପରି ବାକିତକ ଜୀବନ ସ୍ୱାମୀଙ୍କ ମୃତ୍ୟୁ ପରେ ଶେଷ ହୋଇଯାଇଛି ବୋଲି ସେ ଭାବିନେଇଥିଲେ । ନିଜର ୪ ବର୍ଷର ପୁଅର ମୁହଁକୁ ନ ଚାହିଁ ଆତ୍ମହତ୍ୟାର ବାଟ ଆପଣାଇଥିଲେ । ଏହିଭଳି ଏକ ହୃଦୟ ବିଦାରକ ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକ ସ୍ଥିତ ଉକ୍ରଳ ଆଲୁମିନା କାରଖାନା ଠାରେ । ସୂଚନା ଅନୁଯାୟୀ ଉତରପ୍ରଦେଶ ରାଜ୍ୟର ଇଂଜିନିୟର ରାକେଶ ମିଶ୍ର ୨୦୧୩ ମସିହାରୁ ଉକ୍ରଳ ଆଲୁମିନା ଠାରେ ପରିବେଶ ବିଭାଗରେ ପରିଚାଳକ ଭାବେ କାମ କରୁଥିଲେ । ନିଜ…

"ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନଙ୍କ ଆତ୍ମହତ୍ୟା ।"

ଗୁଣିଆ ସନ୍ଦେହରେ ହତ୍ୟା – ୪ ଗିରଫ

ରାୟଗଡା ୧୫/୨ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )  – ରାୟଗଡା ଜିଲ୍ଲାରେ ପୁଣି ଏକ ଗୁଣିଗାରେଡି ଜନିତ ହତ୍ୟାକାଣ୍ଡ ଘଟିଛି। ଜିଲ୍ଲା ସଦରମହକୁମା ଠାରୁ ପ୍ରାୟ ୧୫ କିଲୋମିଟର ସ୍ଥିତ ଶେଷଖାଲ ଥାନା, ମିରାବାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ରାଚାପାକା ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଦେଲେ ଦାସନା ମାଣ୍ଡାଙ୍ଗି (୬୫ )। ଏହି ଘଟଣାଟି ଚଳିତ ମାସ ଘଟିଥିଲା ବେଳେ ବୁଧବାର ଦିନ ଘଟଣାଟି ପ୍ରଘଟ ହୋଇଛି। ଏ ନେଇ ପୋଲିସ ପକ୍ଷରୁ ୪ ଜଣଙ୍କୁ ରାଚାପାକା ଗ୍ରାମରୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ସୁରେଶ ମାଣ୍ଡାଙ୍ଗି, ରମେଶ…

"ଗୁଣିଆ ସନ୍ଦେହରେ ହତ୍ୟା – ୪ ଗିରଫ"

୧୨ ସୂତ୍ରୀ ସମୀକ୍ଷାର ଯୋଜନା କଲେ କମିଶନର

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୭/୦୨ – ରାଜ୍ୟ ପରିବହନ ସଚିବ ତଥା ରାୟଗଡା ଜିଲ୍ଲା ନୋଡାଲ ଅଧିକାରୀ ଜି.ଶ୍ରୀନିବାସ ଦୁଇ ଦିନିଆ ରାୟଗଡା ଗ୍ରସ୍ତରେ ଆସିଛନ୍ତି । ଏବଂ ଗ୍ରସ୍ତ ସମୟରେ ଜିଲ୍ଲାରେ ଥିବା ସମସ୍ତ ବ୍ଲକ ଗୁଡିକ ବୁଲି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡିଛି । ଜିଲ୍ଲାରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ୧୨ ଟି ଯୋଜନା ପାନୀୟଜଳ,ସାଧାରଣ ବଂଟନ, ମମତା, ନିରାମୟ, ସର୍ବଶିକ୍ଷା ଅଭିଯାନ, ସାଧାରଣ ବଂଟନ ବ୍ୟବସ୍ଥା, ଗ୍ରାମ୍ୟ ଗୃହ ନିର୍ମାଣ, ଭତା, ଗ୍ରାମ୍ୟ ଗୃହ ନିର୍ମାଣ, ନିର୍ମାଣ ଶ୍ରମିକ କଲ୍ୟାଣ ଓ ମିଶନ ଶକ୍ତିର ସମୀକ୍ଷା ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ…

"୧୨ ସୂତ୍ରୀ ସମୀକ୍ଷାର ଯୋଜନା କଲେ କମିଶନର"

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଏବଂ ଏସ.ପି ଙ୍କୁ ଭେଟିଲେ ସାମ୍ବାଦିକ

ରାୟଗଡା ୦୫/୦୨ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ଗତ କାଲି ସମାଜ ଖବରକାଗଜର ପ୍ରତିନିଧି ସୁରେଶ ଚନ୍ଦ୍ର ପାଢୀଙ୍କୁ ଜଣେ କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ସାହୁ ମରାଣନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଶ୍ରୀ ପାଢୀ କାର୍ଯ୍ୟରତ ଥିବା ଏବଂ ଫୋଟ ଉତୋଳନ କରୁଥିବା ସମୟରେ ଏବଂ ଉକ୍ତ ଫୋଟ ଉତୋଳନ କୁ ବିରୋଦ୍ଧ କରି କନେଷ୍ଟବଲ ସାହୁ ସାମ୍ବାଦିକ ଶ୍ରୀ ପାଢୀଙ୍କ ଉପରକୁ ଲୁହା ରଡ ଏବଂ ହାତ ଦ୍ୱାରା ଆକ୍ରମଣ କରିଥିଲେ। ଏପରିକି ପୋଲିସ ର ଉପସ୍ଥିତିରେ ମଧ୍ୟ ଆକ୍ରମଣ କରିବାକୁ କନେଷ୍ଟବଲ ଜଣକ ଆକ୍ରମଣ କରିବାକୁ ପଛେଇ ନଥିଲା। ଏ ନେଇ ଜିଲ୍ଲାରେ ଥିବା କାର୍ଯ୍ୟରତ ସାମ୍ବାଦିକ ଥାନାରେ…

"ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଏବଂ ଏସ.ପି ଙ୍କୁ ଭେଟିଲେ ସାମ୍ବାଦିକ"