ଗଡ୍ରାମୁଣ୍ଡା ଗାଁ ଠାରେ କନ୍ୟାକିରଣ ଅଭିଯାନ ଅନୁଷ୍ଟିତ

ଖଡିଆଳ/ନୂଆପଡା-୦୭.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନାରୀଶିକ୍ଷାର ଅଭିବୃଦ୍ଧି ସାଂଗକୁ କନ୍ୟା ସନ୍ତାନଙ୍କୁ ନିର୍ଯ୍ୟାତନା ବିରୋଧରେ ଆଜି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁ ସ୍ଥିତ ଆଦିବାସୀ ଭବନଠାରେ ଭୁବନେଶ୍ୱର କିସ ତରଫରୁ କନ୍ୟାକିରଣ ଅଭିଯାନ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ କିସର ୨୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନୂଆପଡା ଜିଲାକୁ ଗ୍ରସ୍ତ କରି ଆଦିବାସୀ ଅଧ୍ୟୁଷିତ ସୁନାବେଡା ଅଭୟାରଣ୍ୟ ବିଭିନ୍ନ ଗାଁକୁ ଯାଇ ନାରୀ ଶିକ୍ଷା ଅଭିବୃଦ୍ଧି ଏବଂ କନ୍ୟା ସନ୍ତାନଙ୍କୁ ନିର୍ଯ୍ୟାତନା ବିରୋଧରେ ସଚେତନତା ର୍ୟାଲି ଓ ସଭାସମିତି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଏହି ପରପ୍ରେକ୍ଷୀରେ ଆଜି ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁ ସ୍ଥିତ ଆଦିବାସୀ ଭବନଠାରେ କିସରୁ ଆସିଥିବା ଶିକ୍ଷକ ଶରତ…

"ଗଡ୍ରାମୁଣ୍ଡା ଗାଁ ଠାରେ କନ୍ୟାକିରଣ ଅଭିଯାନ ଅନୁଷ୍ଟିତ"

ବିସ୍ଥାପିତ ଙ୍କ ସମସ୍ୟା

ଖଡିଆଳ/ନୂଆପଡା-୦୭.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତ କାଳିମାଟି ଗାଁ ଲୋକେ ଡ୍ୟାମ ଗର୍ଭରେ କାଳିମାଟି ଗାଁ ଲୋକଙ୍କ ଘରଦ୍ୱାର ଜମିବାଡି ବିହିନ ହୋଇଯାଇଛନ୍ତି। ଏବେ ବାସହରାହୋଇ ଦୁର୍ବିଷ ଜୀବନ ବିତାଉଥିବା ଦେଖାଦେଇଛି। ସରକାର ଏ ମାନଙ୍କୁ ଉପଯୁ୍କ୍ତ ଥଇଥାନ କରିପାରନଥିବା ଅଭିଯୋଗ କରିଛନ୍ତି ସ୍ଥାନିୟ ଲୋକେ। ସରକାର ଦେଇଥିବା ପୁନରବାସ ଓ ଥଇଥାନ ସହାୟତାକୁ ଦଳାଳ ଅଧିକାରୀ ହରିଲୁଟ କରି ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି। ଯାହାକିଛି ଅର୍ଥପାଇଲେ ସମୁଦ୍ରକୁ ଶଂଙ୍ଖେପାଣି ସଦୃଶ୍ୟ। ଯାହାଫଳରେ ଅନ୍ୟତ୍ର ବିସ୍ଥାପିତ ହୋଇପାରିଲେନାହିଁ। ଏବେ ଏହି ଗାଁ ଲୋକମାନେ ଅର୍ଥଅଭାବରୁ କୁଆଡେ ଯାଇନପାରି ବିପଦ ସଂଙ୍କେତଥିବା ଡ୍ୟାମ୍ ଉପରିମୁଣ୍ଡରେ ମାଟିଛପର ଗୃହ ନିର୍ମାଣ…

"ବିସ୍ଥାପିତ ଙ୍କ ସମସ୍ୟା"

ଖଡିଆଳ ବ୍ଲକ ସ୍ତରୀୟ କୃଷକ ସଂମ୍ପର୍କ ମେଲା ଅନୁଷ୍ଠିତ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଲା ଖଡିଆଳ ବ୍ଲକ ଜୁନାନୀ ଗ୍ରାମ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ମେଲାରେ ୨୬ ଗୋଟି ଗ୍ରାମପଞ୍ଚାୟତରୁ ସତାଧିକ ମହିଲା ଓ ପୁରୁଷ ଚାଷୀ ଯୋଗଦେଇ କୃଷକ ଓ କୃଷି ସମ୍ପର୍କିତ ସରକାରୀ ଯୋଜନା ବିଷୟରେ ତାଳିମ ପାଇଥିଲେ। କାର୍ଯ୍ୟକ୍ରମରେ ଉଠା ଜଳସେଚନ ବିଭାଗ, ମସ୍ôବିଭାଗ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ ବିଭାଗ, ର ତାଲିମ ପ୍ରାପ୍ତ ଅଧିକାରୀ ମାନେ ଯୋଗଦେଇ ସରକାରଙ୍କ ଦ୍ୱାରା କୃଷକ ଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ। ଆଗାମୀ ଦିନରେ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ କୃଷକ ଲାଭାନ୍ୱିତ…

"ଖଡିଆଳ ବ୍ଲକ ସ୍ତରୀୟ କୃଷକ ସଂମ୍ପର୍କ ମେଲା ଅନୁଷ୍ଠିତ"

ବିଶ୍ୱ ପରିବେଶ ଦିବାସ ପାଳିତ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ତାଲୁକ ଆଇନସେବା ସମିତି ପକ୍ଷରୁ କୋର୍ଟ ପରିସରରେ ବିଶ୍ୱ ପରବେଶ ଦିବସ ପାଲିତ ହୋଇଯାଇଛି। ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ପରେ ଆୟୋଜିତ ସଭାରେ ତାଲୁକ ସ୍ତରୀୟ ଆଇନସେବା ଚ୍ୟାରମେନ ତଥା ସବ ଜଜ୍ ସଂଘମିତ୍ରା ଦାଶ ସଭାପତିତ୍ୱ କରି ପରିବେଶ ଜନିତ ଆଇନ ଆକ୍ଟ ଉପରେ ଆଲୋକପାତ କରିଥିଲେ। ଆଇନଜିବୀ ସେବା ସମିତି ସଦସ୍ୟ ମେଜର ଡ. ରାମଚନ୍ଦ୍ର ମିଶ୍ର ଖଡିଆଳ ବନାଞ୍ଚଳ ଅଧିକାରୀ ସୁନାନୀ ପରିବେଶ ପ୍ରଦୂଷଣ ର ବିଭିନ୍ନ କାରଣ ଓ ନିରାକରଣ ପଳିଥିନ ମୁକ୍ତ ପାଇଁ ଆହ୍ୱାନ କରିଥିଲେ। ଏଥିରେ ଜଙ୍ଗଲ ବିଭାଗ କର୍ମଚାରୀ, ବନସୁରକ୍ଷା କମିଟୀ ସଦସ୍ୟ ସମେତ…

"ବିଶ୍ୱ ପରିବେଶ ଦିବାସ ପାଳିତ"

ବିଜୁଳି ଖମ୍ବ ପଡି ବାଳକର ମୃତ୍ୟୁ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମଠାରେ ଆଜି ଗୋଟିଏ ଅଭାବନିୟ ଘଟଣା ଘଟିଜାଇଛି। ସୂଚନାରୁ ଜଣାପଡେ ଯେ ଗଣ୍ଡାବାହାଲି ଗ୍ରମର ଅଶୋକ ଶବର ଙ୍କ ୬ ବର୍ଷର ପୂଅ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ଶବର ନିଜ ଘର ପାଖରେ ଛିଡା ହୋଇଥିବା ସମୟରେ ତାଙ୍କ ଘର ନିକଟରେ ଥିବା ବିଜୁଳି ଖମ୍ବ ପଡି ଦୁଇଜଣ ଗୁରୁତର ହୋଇଛନ୍ତି। ପଡିଶା ଘରର ଜନେକ ବ୍ୟକ୍ତି ଖମ୍ବ ପାଖରେ ଗଛ ଥିବାରୁ ସେ ଗଛ କାଟୁଥିଲେ ଗଛଟି ପଡି ବିଜୁଳି ତାର ଉପରେ ପଡି ଖମ୍ବ ଟା ମାଟିତଲୁ ଉପୁଡି ମାଁ ଓ ଶିଶୁ ଙ୍କ ଉପରେ ପଡିଯାଇଥିଲା।…

"ବିଜୁଳି ଖମ୍ବ ପଡି ବାଳକର ମୃତ୍ୟୁ"

ନୂଆପଡା -ବୋଡେ଼ନ ରେ ଏନ .ଜେଡ଼ .ଏସ .ଏସ ର କାର୍ଯ୍ୟକାରିଣୀ ବୈଠକ

ନୂଆପଡା-୨୭/୫-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା ବୋଡେନ ସ୍ଥିତ ଫରେଷ୍ଟ ବଙ୍ଗଳାରେ ଏନ.ଜେଡ.ଏସ.ଏସ(NZSS)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘ ସଭାପତି ଗଜେନ୍ଦ୍ର ନିଆଁଲ,ସଂପାଦକ ଟିକେଶ୍ବର ନାଗ, ବରିଷ୍ଠ ସାମ୍ବାଦିକ ସୁବାସ ପଟ୍ଟନାୟକ,କେନ୍ଦ୍ରୀୟ ସଦସ୍ୟ ବିଜୟ ସହିସ, ରେଡିଓ ସ୍ବୟଂଶକ୍ତି ନିର୍ଦ୍ଧେଶକ ବିଶ୍ବଜିତ ପାଢୀ ଓ ସଂଘ କୋଷାଧ୍ୟ୍ୟକ୍ଷ ପବିତ୍ର ପ୍ରଧାନ ସମେତ ସାମ୍ବାଦିକ ସଂଘର ବହୁ ସାମ୍ବାଦିକ ଯୋଗଦାନ କରିଥିଲେ । ପ୍ରଥମେ ଉତ୍କଲ ସାମ୍ବାଦିକ ସଂଘର ପୂର୍ବତନ ସଭାପତି ପ୍ରତାପ ମହାପାତ୍ରଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହାପରେ ସଂଘର ଉନ୍ନତି ନିମନ୍ତେ ବିଭିନ୍ନ ବିଷୟରେ ଆଲୋଚନା…

"ନୂଆପଡା -ବୋଡେ଼ନ ରେ ଏନ .ଜେଡ଼ .ଏସ .ଏସ ର କାର୍ଯ୍ୟକାରିଣୀ ବୈଠକ"

ନୂଆପଡା- କୋମନାରେ ନିଶା ନିବାରଣ ପାଇଁ ସଚେତନ ଶୋଭାଯାତ୍ରା

ନୂଆପଡା-୨୫/୫-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା କୋମନା ସ୍ଥିତ ଚେତନା ମହିଳା ସଂଗଠନ ପକ୍ଷରୁ ନିଶା ନିବାରଣ ନିମନ୍ତେ ଏକ ସଚେତନ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି କ୍ରମରେ ଅଞ୍ଚଳର ଶତାଧିକ ମହିଳା ସଚେତନ ଶୋଭାଯାତ୍ରାରେ ସାମିଲ ହୋଇ ବିଭିନ୍ନ ପ୍ଲାକାର୍ଡ ସହ ସହର ପରିକ୍ରମା କରିଥିଲେ। ଏହାପରେ ବସଷ୍ଟାଣ୍ଡ ନିକଟରେ ଏକ ସଭା ଆୟୋଜନ ହୋଇଥିଲା। ଆୟୋଜିତ ସଭାରେ ଚେତନା ମହିଳା ସଂଗଠନର ସଭାନେତ୍ରୀ ସୋନାଲୀ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟ୍ୟକ୍ଷା ନମିତା ପ୍ରଧାନ, ବ୍ଲକ ଚେୟାରମେନ ମନୋଜ ମିଶ୍ର, କୋମନା ସରପଞ୍ଚ କ୍ରିଷ୍ଣା ତିୱାରୀ ,ପୂର୍ବତନ ସରପଞ୍ଚ ସଦନ ତିଓ୍ବାରୀ ଓ ଦୁର୍ଯ୍ୟୋଧନ ପ୍ରଧାନ ସମେତ ଶିକ୍ଷାବିଦ ଗଙ୍ଗାଧର ହୋତା ଓ ପ୍ରଫୁଲ୍ଲ ହରପାଲ…

"ନୂଆପଡା- କୋମନାରେ ନିଶା ନିବାରଣ ପାଇଁ ସଚେତନ ଶୋଭାଯାତ୍ରା"

ସରକାରୀ ଗାଡିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ

ଖଡିଆଳ/ନୂଆପଡା-୨୪.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସିତାକନ୍ତ ସାହୁ ସରକାରୀ ଗାଡିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ ୧୬ ତାରିଖରେ ଖଡିଆଳ ବ୍ଲକ ଗାଡିରେ ଯନ୍ତ୍ରୀ ସିତାକାନ୍ତ ସାହୁ ଭୁବନେଶ୍ୱରକୁ ଯାଇ ୧୯ ତାରିଖରେ ଫେରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଖଡିଆଳ ବିଡିଓ ଅନିଲ ପଟ୍ଟନାୟକଙ୍କୁ ଦୃଷ୍ଟିଆକର୍ଷଣ କରିବା ପରେ ସଂପୃକ୍ତ ସହକାରୀ ଯନ୍ତ୍ରୀଙ୍କୁ ମୈାଖିକ ଭାବେ ଜବାବ ମାଗାଯାଇଥିବା ଜଣାପଡିଛି। ହେଲେ ସହକାରୀ ଯନ୍ତ୍ରୀ ସିତାକାନ୍ତ ସାହୁ ସରକାରୀ ଗାଡିରେ ଯାଇନଥିଲେ ବୋଲି ନିଜର ସ୍ପଷ୍ଟିକରଣ ଦେଇଛନ୍ତି। ସେ ବସ ଯୋଗେ ଭୁବନେଶ୍ୱର ଯାଇଥିଲେ ବୋଲି…

"ସରକାରୀ ଗାଡିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ"

ଗ୍ରାମୀଣ ଡାକସେବକ କର୍ମଚାରୀ ସଂଘର ଆନ୍ଦୋଳନ ତୃତୀୟ ଦିନରେ

ଖଡିଆଳ/ନୂଆପଡା-୨୪.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- କେନ୍ଦ୍ରୀୟ ଗ୍ରାମିଣ ଡାକ ସେବକ ସଂଘ, ବିଭିନ୍ନ ଦାବି ର ସମାଧାନ ପାଇଁ ଗତ ୨୨ ତାରିଖ ଠାରୁ ଆନ୍ଦୋଳନ ଡାକରା ଦେଇଛନ୍ତି। କେନ୍ଦ୍ରୀୟ ଡାକ ସେବା ସଂଘର ଆହ୍ୱାନ କ୍ରମେ ନୁଆପଡା ଜିଲା ଖଡିଆଳ ଡାକସେବକ ସଂଘ ପକ୍ଷରୁ ଗତ ୨୨ ତାରିଖ ଠାରୁ ଆନ୍ଦୋଳନ ତୃତିୟ ଦିନରେ ପହଞ୍ଚିଛି। ଗ୍ରାମିଣ ଡାକ ସେବକ ସଂଘର ଦାବି ହେଲା ସପ୍ତମ ବେତନ କମିଶନ କୁ ତୁରନ୍ତ ଲାଗୁକରିବା ସହିତ କମିଶନ କମଲେଶ ଚନ୍ଦô ରିପୋର୍ଟ କୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଛନ୍ତି। କେନ୍ଦ୍ର ସରକାର ସପ୍ତମ ବେତନ ଓ କମଲେଶ ଚନ୍ଦô ରିପୋର୍ଟ ଲାଗୁ ନକଲେ…

"ଗ୍ରାମୀଣ ଡାକସେବକ କର୍ମଚାରୀ ସଂଘର ଆନ୍ଦୋଳନ ତୃତୀୟ ଦିନରେ"

୧୬ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ସହିତ ଧର୍ମସଭା

ଖଡିଆଳ/ନୂଆପଡା-୨୪.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ କାଶିପଲା ଗ୍ରାମ ରେ ଗ୍ରାମବାସୀ ଙ୍କ ସହଯୋଗରେ ୧୬ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି। ଗତ ମେ ୨୧ ତାରିଖ ଦିନ ସନ୍ଧ୍ୟା ସମୟରେ ଗ୍ରାମର ସତାଧିକ ମହିଲା ଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଲେ ନିକଟସ୍ଥ ପୋଖରୀ ରୁ ପାଣି ଆଣି ଏକ ଶୋଭା ଯାତ୍ରା ବାହାରୀ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ। ୧୬ ପ୍ରହରୀ ନାମ ଯଜ୍ଞରେ କର୍ତ୍ତାଭାବରେ ଗ୍ରାମର ଅଧ୍ୟାପକ ଡ. ଶରତ ଚନ୍ଦ୍ର ଚଳାନ ଓ ତାଙ୍କ ଧର୍ମପତ୍ନି ଦିପ୍ତୀମୟୀ ଚଳାନ ସମ୍ପାଦନ କରିଥିବା ବେଲେ ମେ ୨୨ ଓ୨୩ ଦୁଇ ଦିନ ବ୍ୟାପି ଯଜ୍ଞକାର୍ଯ୍ୟ ଅନୁଷ୍ଠିତ…

"୧୬ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ସହିତ ଧର୍ମସଭା"