ଛାତ୍ର ଅଶାନ୍ତି ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା

କୋରାପୁଟ ; ତା୧୫-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବା କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଘୋଷଣା କରିଥିଲେ ।ସୁନାବେଡାସ୍ଥିତ ଛାତ୍ର ଓ ଛାତ୍ରୀ ନିବାସରେ ଘୋଷଣାପତ୍ର ଲଗାଯାଇ ପୂର୍ବାହ୍ନ ୧୦ ଘ. ମଧ୍ୟରେ ହ ଷ୍ଟେଲ ଖାଲି କରିବାକୁ ନିଦେ୍ର୍ଦଶ ଦେବା ପରେ ସମସ୍ତ ଛାତ୍ରଛାତ୍ରୀ ହ ଷ୍ଟେଲ ଖାଲି କରିଦେଇଥିବା ଜଣାପଡିଛି ।ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ ମୃତୟନ କରାଯାଇଥିଲା ।ଅଟୋରିକ୍ସାରେ ପିଲାମାନେ ନିଜ ନିଜ ଘରକୁ ଯିବା ପାଇଁ କେତେଜଣ ସୁନାବେଡା ଓ କେତେଜଣ କୋରାପୁଟ ଚାଲିଆସିଥିବା ଦେଖାଯାଇଥିଲା ।ସୂଚନାଯୋଗ୍ୟ ଯେ ୬୦ ଟି ଦାବିକୁ ନେଇ ଗତକାଲି ପିଲାମାନେ ଧାରଣରେ ବସିଥିଲେ ।…

"ଛାତ୍ର ଅଶାନ୍ତି ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା"

ଝିଅର ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲ୍; ବାପାଠାରୁ ୭୦ ଲକ୍ଷ ଲୁଟ୍ ଅଭିଯୋଗ

କୋରାପୁଟ;ତା୧୪-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଝିଅ ସହ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଦେଖାଇ ପ୍ରେମିକାର ବାପା ଠାରୁ ଜଣେ ଯୁବକ ୭୦ଲକ୍ଷ ଟଙ୍କା ଲୁଟି ନେବା ଘଟଣା ସୁନାବେଡାରେ ଚର୍ଚାର ବିଷୟ ହୋଇଛି । ସୁନାବଡୋର ଜଗନ୍ନାଥ ପରିଡା ନାମକ ଜଣେ ଯୁବକ ହାଲ ସିକ୍ୟୁରିଟି ବିଭାଗର ଅଧିକାରୀ ଶରତ କୁମାର ମହାପାତ୍ରଙ୍କ ଝିଅକୁ ଭଲ ପାଉଥିଲେ । କ୍ରମେ ଉଭୟେ ବିବାହ କରିବାକୁ ନିଷ୍ପତି ନେଇ ବାହାରେ ବୁଲାବୁଲି କରିବା ସହ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ପ୍ରେମିକା ସହ କେତକେ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଜଗନ୍ନାଥ ପ୍ରେମିକାର ବାପା ଶରତ ମହାପାତ୍ରଙ୍କୁ ଦେଖାଇ ଟଙ୍କା ହଡପ କରିବା ଆରମ୍ଭ କରିଥିଲା…

"ଝିଅର ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲ୍; ବାପାଠାରୁ ୭୦ ଲକ୍ଷ ଲୁଟ୍ ଅଭିଯୋଗ"

ଟିକରପଡା ଓ ଦେବତାହଞର ଗ୍ରାମବାସୀଙ୍କ ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗାଇବାକୁ ନେଇ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୧୩-୦୩-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନାଠାରେ ଜିଲ୍ଲାପରିଷଦ ବୈଠକ ଚାଲିଥିବା ବେଳେ ଲମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡା ଓ ଦେବତାହଞର ଗ୍ରାମର ଶତାଧିକ ଗ୍ରାମବାସୀ ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗାଇଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସଭାଗୃହରୁ ତତକ୍ଷଣାତ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି, ସାଂସଦ ଜିନ୍ନ ହିକକା, ବିଧାୟକ ତାରା ପ୍ରସାଦ ବାହିନିପତି, କୃଷ୍ଣଚନ୍ଦ୍ର ସଗରିଆ, କୈଳାସ କୁଲେସିକା ଓ ପ୍ରଫୁଲ୍ଲ ପାଙ୍ଗୀ, ଏବଂ ଜିଲ୍ଲାପରିଷଦ ଉପସଭାନେତ୍ରୀ ତୁଲସି କ୍ରୀସାନି ଉଠିଆସି ଦାବି ଶୁଣିଥିଲେ। ବାରମ୍ଭାର ଜଣେଇବା ସତ୍ୱେ ମଧ୍ୟ ଲୋକମାନେ ଅନ୍ଧାରରେ ରହୁଛନ୍ତି ତୁରନ୍ତ ଟ୍ରାନ୍ସଫର୍ମର ଲଗାଇ ନଚେତ ମୁଁ ବାଧ୍ୟ ହୋଇ ଆନ୍ଦୋଳନ କରିବି ବୋଲି କୋରାପୁଟ ବିଧାୟକ…

"ଟିକରପଡା ଓ ଦେବତାହଞର ଗ୍ରାମବାସୀଙ୍କ ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗାଇବାକୁ ନେଇ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ"

ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ; ତା୧୩-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଟାଉନ ଥାନା ଅନ୍ତର୍ଗତଭବାନୀ ନଗର ନିକଟ କାଜୁ ବାଡରେ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ଜିନପ୍ୟାଂଟ, ସାର୍ଟ ଓ ବୁଟ୍ ପିନ୍ଧିଥିବାବେଳେ ମୃତ ଦେହ ନିକଟରେ ଏକ ଟ୍ରାଭେଲିଂ ବ୍ୟାଗ ରହିଛି। ଯୁବକ ଜଣକ କୋରାପୁଟ ବାହାରର ବୋଲି ସନ୍ଦେହ କରୁଛି। ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ କୋରାପୁଟ ଡାକ୍ତରଖାନାର ଶବ ବ୍ୟବଛେଦ ଗୃହରେ ରଖିଥିବା ଜଣାପଡିଛି।

"ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର"

କୋରାପୁଟ ଜିଲା ପରିଷଦର ୪୭ତମ ବୈଠକ

କୋରାପୁଟ; ତା୧୩-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ ୪୭ତମ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପରିଷଦ ସଭାପତି ପ୍ରଭୂ ଯାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ସାସଂଦ ଝିନ୍ନ ହିକକା, ନବରଙ୍ଗପୁର ସାଂସଦ ଇଂ.ବଲଭଦ୍ର ମାଝି, ଜୟପୁର ବିଧାୟକ ତାରା ପ୍ରାସଦ ବାହିନୀପତି, କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ଶଗରିଆ, ପଟ୍ଟାଙ୍ଗି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ କୁମାର ପାଙ୍ଗି, ଲକ୍ଷ୍ମିପର ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା, ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି, ଡିଆରଡିଏ ପ୍ରକଲ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନଙ୍କ ସମେତ ସମସ୍ତ ଜିଲା ପରିଷଦ ସଭ୍ୟସଭ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।…

"କୋରାପୁଟ ଜିଲା ପରିଷଦର ୪୭ତମ ବୈଠକ"

କିଶାନ ମଜଦୁର ସଭାର ଗଣଧାରଣା

କୋରାପୁଟ; ତା୧୩-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) ୯ ଦଫା ଦାବି ପୂରଣ ନିମନ୍ତେ ଅଖୀଳ ଭାରତ କିଶାନ ମଜଦୁର ସଂଘ(ଏଆଇକେଏମଏସ) କୋରାପୁଟ ଜିଲା ଶାଖା ସଦର ମହକୁମାରେ ଏକ ଶୋଭାଯାତ୍ରା କରିବା ସହ ଜିଲାପାଳ ଅଫିସ ସମୁଖରେ ଗଣ ଧାରଣା ଦେଇଛି। ସମାଜସେବୀ ଭାଲ ଚନ୍ଦ୍ର ଷଡଙ୍ଗିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ସ୍ଥାନରୁ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ମହିଳା ପୁରୁଷ ଯୋଗ ଦେଇଥିଲେ। ରାଜ୍ୟରେ ବିଜେଡିର ୧୮ବର୍ଷ ଓ କେନ୍ଦ୍ରରେ ଭାଜପାର ୪ବର୍ଷର ଶାସନ ସମୟରେ କୋରାପୁଟ ଜିଲାର ଦଳିତ ଆଦିବାସୀ କୌଣସି ସୁଫଳ ପାଇ ନାହାନ୍ତି। ବିଭିନ୍ନ ସମୟରେ ରାଜନୈତିକ ଦଳ ମାନେ କୋରାପୁଟ ଜିଲାର ନିରୀହ ଲୋକଙ୍କୁ ମିଥ୍ୟା…

"କିଶାନ ମଜଦୁର ସଭାର ଗଣଧାରଣା"

କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତେ ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ ବସିଛନ୍ତି : ବିଜେପି

ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ଗଣଦୁଷ୍କର୍ମ ପିଡୀତାର ରିପୋର୍ଟ ପ୍ରସଙ୍ଗରେ – ସିବିଆଇ ଦ୍ୱାରା ଘଟଣାର ତଦନ୍ତ ହେଲେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ – ରିପୋର୍ଟକୁ ସାର୍ବଜନୀନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ଘେରକୁ ଆସିଛି – ରାଜ୍ୟ ସରକାର ନିଜର ବିଜୟ ହୋଇଛି ବୋଲି ଭାବି ନେଇ ଏପରି ତଥ୍ୟକୁ ସର୍ବସାଧାରଣରେ ପ୍ରକାଶ କଲେ – ରାଜ୍ୟ ସରକାର ମାନ୍ୟବର ସୁପ୍ରିର୍ମକୋର୍ଟ ନିର୍ଦ୍ଦେଶକୁ ଉଲ୍ଲଘଂନ କରିଛନ୍ତି ଭୁବନେଶ୍ୱର, ତା.୧୩/୦୩ (ଓଡ଼ିଆ ପୁଅ) : କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତେ ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ ବସିଛନ୍ତି। ସିବିଆଇ ଦ୍ୱାରା ଘଟଣାର ତଦନ୍ତ ହେଲେ ହିଁ ପ୍ରକୃତ…

"କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତେ ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ ବସିଛନ୍ତି : ବିଜେପି"

ଜିଲ୍ଲାପରିଷଦର ବିଜେଡି, ବିଜେପି ଓ କଂଗ୍ରେସର ସମସ୍ତ ସଭ୍ୟ /ସଭ୍ୟା ଏକାଠି ହୋଇ ୪ ଦଫା ଦାବି ଦେଲେ : ତାରା ଉପରେ ଡୁମୁରୀଙ୍କ ଶଦ୍ଦବ୍ୟବହାରକୁ ନେଇ ସାଂସଦ କ୍ଷୁବ୍ଧ

କୋରାପୁଟ ; ତା୧୩-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପରିଷଦର ୪୭ତମ ବୈଠକ ଆରମ୍ଭ ପୁର୍ବରୁ ଜିଲ୍ଲାପରିଷଦର ସମସ୍ତ ସଭ୍ୟ /ସଭ୍ୟା ମିନି ସଭାଗୃହରେ ଏକାଠି ହୋଇ ସେମାନଙ୍କର ରହିଥିବା ସମସ‌‌୍ୟା ଉପରେ ଆଲୋଚନା କରିଥିଲେ।ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ମଧ୍ୟ ଆସି ଭାଗ ନେଇଥିଲେ।ପ୍ରତ୍ୟେକ ଜିଲ୍ଲାପରିଷଦ ଜୋନକୁ ବାର୍ଷିକ ଆର୍ଥିକ ଅନୁଦାନ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା, ୧୦ ଟି ଲେଖାଏଁ ବିଜୁ ପକ୍କାଘର ପ୍ରଦାନ କରିବା, ୫ ଟି ନଳକୂପ ଯୋଗାଇଦେବା, ମାସିକ ଭତା ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ପ୍ରଭୃତି ଦାବି ଉପରେ ଆଲୋଚନା କରିବା ପରେ ପ୍ରଥମେ ଜିଲ୍ଲାପରିଷଦ ସଭାପତି ମିନିସଭାଗୃହରୁ ବାହାରିବା ପରେ ଜିଲ୍ଲାପରିଷଦ ବୈଠକରେ ଯୋଗଦେଇଥିଲେ।ଏହାପରେ ସମସ୍ତ…

"ଜିଲ୍ଲାପରିଷଦର ବିଜେଡି, ବିଜେପି ଓ କଂଗ୍ରେସର ସମସ୍ତ ସଭ୍ୟ /ସଭ୍ୟା ଏକାଠି ହୋଇ ୪ ଦଫା ଦାବି ଦେଲେ : ତାରା ଉପରେ ଡୁମୁରୀଙ୍କ ଶଦ୍ଦବ୍ୟବହାରକୁ ନେଇ ସାଂସଦ କ୍ଷୁବ୍ଧ"

ତାଜା ଖବର: କୁନ୍ଦୁଲି ମାମଲାରେ ଆସିଲା କେନ୍ଦ୍ରୀୟ ଫରେନସିକ ଲାବୋରେଟୋରୀ ରିପୋର୍ଟ: ପିଡ଼ୀତାଙ୍କ କପଡାରେ ଅନ୍ୟ କାହାର ସିମେନ ଲାଗି ନ ଥିବା ସ୍ପଷ୍ଟ – କ୍ରାଇମ ବ୍ରାଞ୍ଚ ଏସପି ଆର.ବି.ପାଣିଗ୍ରାହୀ

କଟକ ୧୨-୩ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) କୁନ୍ଦୁଲି ମାମଲାରେ ଆସିଛି କେନ୍ଦ୍ରୀୟ ଫରେନସିକ ଲାବୋରେଟୋରୀ ରିପୋର୍ଟ। ରିପୋର୍ଟରେ ପିଡ଼ୀତାଙ୍କ କପଡାରେ ଅନ୍ୟ କାହାର ସିମେନ ଲାଗି ନ ଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ମଧ୍ୟ ଷ୍ଟେଟ ଫରେନସିକ ଲାବୋରେଟୋରୀ ଏହି ସମାନ ରିପୋର୍ଟ ଦେଇଥିଲା। ଏମକେସିଜି ମେଡ଼ିକାଲର ଡାକ୍ତରୀ ଟିମ ମଧ୍ୟ ଦୁଷ୍କର୍ମ ହୋଇଥିବାର କିଛି ପ୍ରମାଣ ପାଇନଥିଲେ। ତେଣୁ ଦୁଷ୍କର୍ମ ଘଟଣାରେ ସତ୍ୟତା ଥିବାର ଏ ଯାଏ କିଛି ପ୍ରମାଣ ମିଳିନାହିଁ। ହେଲେ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରୀ ରହିଚି ବୋଲି ସାମ୍ବାଦିକ ସମ୍ମିଳନୀରେରେ ସ୍ପଷ୍ଟ କଲେ କ୍ରାଇମ ବ୍ରାଞ୍ଚ ଏସପି ଆର.ବି.ପାଣିଗ୍ରାହୀ।  

"ତାଜା ଖବର: କୁନ୍ଦୁଲି ମାମଲାରେ ଆସିଲା କେନ୍ଦ୍ରୀୟ ଫରେନସିକ ଲାବୋରେଟୋରୀ ରିପୋର୍ଟ: ପିଡ଼ୀତାଙ୍କ କପଡାରେ ଅନ୍ୟ କାହାର ସିମେନ ଲାଗି ନ ଥିବା ସ୍ପଷ୍ଟ – କ୍ରାଇମ ବ୍ରାଞ୍ଚ ଏସପି ଆର.ବି.ପାଣିଗ୍ରାହୀ"

ବିସ୍ଥାପିତ ସଂଘର ଶୋଭାଯାତ୍ରା: ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କୋରାପୁଟ; ତା୨୮-୦୨-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଅବିଭକ୍ତ କୋରାପୁଟ ଜିଲାର ବିସ୍ଥାପୀତ ମାନଙ୍କ ସମସ୍ୟାର ସମାଧାନ ପାଇଁ ଲୋକ ଶକ୍ତି ଅଭିଯାନ ଓ କୋରାପୁଟ ଜନ ସୁରକ୍ଷା ସଂଘ(କେଜେଏସଏସ) ଏବଂ ହାଲ ବିସ୍ଥାପୀତ ସଂଘ ମିଳିତ ଭାବେ ବୁଧବାର ଏକ ବିରାଟ ଶୋଭାଯାତ୍ରା କରିବା ସହ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଲୋକ ଶକ୍ତି ଅଭିଯାନର ଆବାହକ ପ୍ରଫୁଲ ସାମନ୍ତରା, କେଜେଏସଏସ ସଭାପତି ଦାସି ନନ୍ଦିବଲି, ହାଲ ବିସ୍ଥାପୀତ ସଂଘ ସଭାପତି ତ୍ରିଲୋଚନ ମୁଦୁଲିଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ସ୍ଥାନୀୟ ନିଶାଣୀ ମୁଣ୍ଡାରୁ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳ ଅଫିସ ସମୁଖରେ ଏକ ବୈଠକ କରିଥିଲେ। ଅବିଭକ୍ତ କୋରାପୁଟ…

"ବିସ୍ଥାପିତ ସଂଘର ଶୋଭାଯାତ୍ରା: ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ"