Home କୋରାପୁଟ କୋରାପୁଟ ଅବକାରୀ ବିଭାଗର ଚଢାଉରେ ମହିଳାଙ୍କ ସମେତ ୨ ଗିରଫ

କୋରାପୁଟ ଅବକାରୀ ବିଭାଗର ଚଢାଉରେ ମହିଳାଙ୍କ ସମେତ ୨ ଗିରଫ

46

କୋରାପୁଟ ୨୨-୦୭(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଅବାକରୀ ନିରୀକ୍ଷକ ତେଜରାଜ ଜାନୀଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରା ଯାଇ ୨୭ଲିଟର  ଦେଶୀ ରନ୍ଧା ମଦ ଜବତ କରା ଯାଇଥିବାବେଳେ ଜଣେ ମହିଳାଙ୍କ ସହ ୨ଜଣକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଅବକାରୀ ଟିମ କୋରାପୁଟ ସଦର ଅଂଚଳର ଅଲନାଗୁଡା ଗ୍ରାମରେ ଚଢାଉ କରି କୋମୁଳୁ ଜାନୀ ନାମକ ଜଣେ ବ୍ୟକ୍ତିକୁ ଗିରଫ  କରିବା ସହ ତା ନିକଟରୁ ୧୫ ଲିଟର ଦେଶୀ ମଦ ଓ  ଢେପଗୁଡାରେ  କୈକେଇ ତନ୍ତୀଙ୍କ ଘରେ ଚଢାଉ କରି  ୧୨ ଲିଟର ଦେଶୀମଦ ଜବତ କରିଥିଲା । ଉଭୟଙ୍କ ବିରୁଦ୍ଧରେ ୨ଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି  ା ଚଢାଉରେ ଅବକାରୀ ଏଏସଆଇ ଅଲପଲୋକ ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ । ତେବେ ଏପରି ଚଢାଉ ନିୟମିତ ଜାରି ରହିବ ବୋଲି ଇନସପେକ୍ଟର ଶ୍ରୀ ଜାନୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.