Home କୋରାପୁଟ ପୋଲିସ ଓ ଅବକାରୀ ମିଳିତ ଚଢାଉ,୧୭୫୦ ଲିଟର ପୋଚ ଓ ୪୦ ଲିଟର ଦେଶୀ ମଦ...

ପୋଲିସ ଓ ଅବକାରୀ ମିଳିତ ଚଢାଉ,୧୭୫୦ ଲିଟର ପୋଚ ଓ ୪୦ ଲିଟର ଦେଶୀ ମଦ ଜବତ

112

କୋରାପୁଟ ୨୩-୦୭,(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଓ  କୋରାପୁଟ  ସଦର ଥାନା ପୋଲିସ ଡେଙ୍ଗାଜାନୀଗୁଡା ଗ୍ରାମରେ  ମିଳିତ ଚଢାଉ କରି  ୧୭୫୦ ଲିଟର  ଗୁଡପୋଚ ଓ ୪୦ ଦେଶୀ ମଦ ଜବତ କରିଥିବା ଜଣାପଡିଛି ।  ସଦର ଥାନା ଡେଙ୍ଗାଜାନୀଗୁଡା ଗ୍ରାମରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ମିଳିବା ପରେ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ, କୋରାପୁଟ ଅବକାରୀ ନିରୀକ୍ଷକ ତେଜରାଜ ଜାନୀଙ୍କ ନେତୃତ୍ୱରେ  ଗଠିତ ଟିମ ଆଜି ଚଢାଉ କରି ପୋଚ ଓ  ରନ୍ଧା ମଦ ଜବତ କରିଥିଲା ।  ଜୟପୁର  ଅବକାରୀ ଓଆଇସି ସଂଜୟ କୁମାର କାଣ୍ଡି,କୋରାପୁଟ ସଦର ଏଏସଆଇ ଅରୋପଲକ ଦାସ ଓ  ଅବକାରୀ,ପୋଲିସ କର୍ମଚାରୀଙ୍କ ସମେତ  ଏପିଆର ଫୋର୍ସ  ଚଢାଉରେ ସାମିଲ ହୋଇଥିଲେ । ଘଟଣା ସ୍ଥଳରୁ  ଦେଶୀମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ  ଜବତ କରିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ  ଚୋରା ମଦ କାରବାର କରୁଥିବା ଲୋକେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.