Home କୋରାପୁଟ ନିର୍ମାଣଧିନ ଅଧ୍ୟାପନା ହସପିଟାଲ ଅଗ୍ରଗତିର ସମୀକ୍ଷା କଲେ କୋଠାବାଡି ମୁଖ୍ୟଯନ୍ତ୍ରୀ

ନିର୍ମାଣଧିନ ଅଧ୍ୟାପନା ହସପିଟାଲ ଅଗ୍ରଗତିର ସମୀକ୍ଷା କଲେ କୋଠାବାଡି ମୁଖ୍ୟଯନ୍ତ୍ରୀ

35

କୋରାପୁଟ ୨୩-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ୬୫୦ ଶଯ୍ୟା ବିଶିଷ୍ଠ ଅଧ୍ୟାପନା ହସପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କୋଠାବାଡି ମୁଖ୍ୟଯନ୍ତ୍ରୀ ଇଂ ଗୈାରାଙ୍ଗ ସାହୁ ପରିଦର୍ଶନ କରି ଅଗ୍ରଗତିର ସମୀକ୍ଷା କରିଥିବା ଜଣାପଡିଛି ।ସିସିଇ ଇଂ ଅରୁଣ କୁମାର ସାହୁ , ରାସ୍ତା ଓ କୋଠାବାଡି କୋରାପୁଟ ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟ ନାରାୟଣ ଖୁରା , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ  ମଧୁସ୍ମିତା ସାମଲ , ସହକାରୀ ଯନ୍ତ୍ରୀ ଇଂ ଶରତ କୁମାର ପାତ୍ର ,ସାପୋର୍ଜି ପାଲୋନଜୀ କଂପାନୀର ପ୍ରକଳ୍ପ ନିର୍ଦ୍ଦେଶକ ଅନୀଲ ସାଲଭୋଟ ପ୍ରମୁଖ ଉପସ୍ଥିତ ଥିଲେ ।ଗତ ବର୍ଷ ଡିସେମ୍ବର ମାସ ୯ ତାରିଖ ଦିନ ଅଧ୍ୟାପନା ହସପିଟାଲ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅର୍ଥ ମଞୁର କରିଥିଲେ ।ସେହିଦିନ ଅବିଭିକ୍ତ କୋରାପୁଟ ଜିଲ୍ଲାର ବିଜେଡି ସାଂସଦ ,ମନ୍ତ୍ରୀ , ବିଧାୟକ ଓ  ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ମୋ ସରକାର ଯୋଜନାରୁ ୨୩୦ କୋଟି ଟଙ୍କା ବିନିମୟରେ ଅଧ୍ୟାପନା ହସପିଟାଲ ନିର୍ମାଣ କରାଯାଉଥିବା ଜଣାପଡିଛି ।ଗତ ଫେର୍ବୁଆରୀ ମାସ ୨୬ ତାରିଖରୁ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ୨୦୨୩ ମସିହା ଅଗଷ୍ଟମାସ ସୁଦ୍ଧା ପ୍ରକଳ୍ପ ଶେଷ ହେବାର ଲକ୍ଷ୍ୟ ରହିଥିବା ଜଣାପଡିଛି ।ଅଧ୍ୟାପନା ହସପିଟାଲର ଏବେ ମାଟି ଖନନ କାର୍ଯ୍ୟ ଆରମ୍ଭ କରାଯାଉଥିବା ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.