ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଅରୁଣାଙ୍କ ଆହ୍ୱାନ

କୋରାପୁଟ; ତା୨୩-୦-୫-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଗରିବ ,ଦଳିତ ଓ ଆଦିବାସୀଙ୍କୁ ନ୍ୟାୟ ଦେବା,ଅତ୍ୟାଚାରରୁ ଉଦ୍ଧାର କରିବା ଲକ୍ଷ ନେଇ ମାଓବାଦୀ ଲଢେଇ କରି ଆସୁଛନ୍ତି,କିନ୍ତୁ ସରକାର ମାଓବାଦୀଙ୍କୁ ଆଦିବାସୀ ଦଳିତ ବିରୋଦ୍ଧି ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀକାକୂଲମ-କୋରାପୁଟ ଡିଭିଜନାଲ କମିଟି(ସିପିଆଇ ମାଓଇଷ୍ଟ)ର ସମ୍ପାଦିକା ମାଓନେତ୍ରୀ ଅରୁଣା ଗଣ ମାଧ୍ୟମକୁ ଦେଇଥିବା ତେଲୁଗୁ ଭାଷାରେ ଲିଖିତ ଚିଠିରେ ଉଲେଖ କରିଥିବାବେଳେ ପୋଲିସ ଓ ସରକାରର ମିଥ୍ୟା ପ୍ରଚାରରେ ବିଶ୍ୱାସ ନକରି ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି । ମାଓବାଦୀ ସାମାଜିକ,ଆର୍ଥିକ ପରିବର୍ତନ ଆଣିବାକୁ ସଂଗ୍ରାମ ଜାରି ରଖିଛି,ଯେଉଁମାନେ ମାଓବାଦୀଙ୍କ ପ୍ରକୃତ ଉଦେ୍ଦଶ୍ୟ ବୁଝି ସମର୍ଥନ କରୁଛନ୍ତି…

"ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଅରୁଣାଙ୍କ ଆହ୍ୱାନ"

ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ପ୍ରସ୍ତୁତି ଶେଷ ; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମୀକ୍ଷା କରିବେ

କୋରାପୁଟ ; ତା୨୩-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ଓଡିଶାର ରାଜ୍ୟପାଳ ସତ୍ୟପାଲ ମଲିକ କୋରାପୁଟ ଗସ୍ତ କରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଚୁଡାନ୍ତ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି।ପୂର୍ବାହ୍ନ ୧୧ଘ.୩୦ମିନିଟ ସମୟରେ କୋରାପୁଟ ସର୍କିଟହାଉସଠାରେ ପହଂଚିବା ପରେ ୧୨ ଘ. ସମୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତଜାତି ବିଭାଗର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିବେ।ଅପାରହ୍ନ ୨ଘ.୧୫ ମିନିଟ ସମୟରେ ପଦ୍ମପୁରଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ଏସଏଚଜି ମହିଲାମାନଜ୍ଞ ସହ ଆଲୋଚନା କରିବେ।ପଦ୍ମପୁରରେ କରାଯାଇଥିବା ଗ୍ରାମୀଣ ଗୃହ କ୍ଲଷ୍ଟର ବୁଲି ଦେଖିବା ସହ ପଂଚାୟତରାଜ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ଅପାରହ୍ନ ୩ ଘ.ରେ ଭୁବନେଶ୍ୱର…

"ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ପ୍ରସ୍ତୁତି ଶେଷ ; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମୀକ୍ଷା କରିବେ"

କୋରାପୁଟ ଏଲିଟ ଇନଡୋର ଷ୍ଟାଡିୟମର କର୍ମକର୍ତ୍ତା ମନୋନୀତ

କୋରାପୁଟ ; ତା୨୧-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଏଲିଟ ଇନଡୋର ଷ୍ଟାଡିୟମର କର୍ମକର୍ତା ମନୋନୀତ ହୋଇଯାଇଛି। ସର୍ବସମ୍ମିତିକ୍ରମେ ଇଂ ଲକ୍ଷ୍ମି ପ୍ରସାଦ ରଥଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଉପ-ସଭାପତି ଭାବେ କାଳୀ ନାୟକଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି।ସେହିପରି ସଂପାଦକ ଭାବେ ଆଇନଜୀବୀ ସଂଜିବ କୁମାର ଜେନା, ସହ-ସଂପାଦକ ଭାବେ ପ୍ରଦୀପ କୁମାର ମିଶ୍ର ଓ କୋଷାଧ୍ୟକ୍ଷ ଭାବେ ପ୍ରଦୋଷ ପଟନାୟକଙ୍କୁ ମନୋନୀତ କରାଯାଇଥିଲା ବୋଲି ଜଣାପଡିଛି।ଆସନ୍ତା ୨୭ ତାରିଖଦିନ କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି।

"କୋରାପୁଟ ଏଲିଟ ଇନଡୋର ଷ୍ଟାଡିୟମର କର୍ମକର୍ତ୍ତା ମନୋନୀତ"

କୋରାପୁଟ ଜିଲ୍ଲାରେ ଅବକାରୀ ଚଢାଉ ; ୨ ଦିନରେ ୮ ଗିରଫ ଓ ୩ ହଜାର ଲିଟର ପୋଚ ନଷ୍ଟ

କୋରାପୁଟ ; ତା୨୧-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଜୟପୁର ଓ କୋରାପୁଟ ସହରରେ ଅବକାରୀ ବିଭାଗ ଚଢାଉ କରି ୨ ଦିନରେ ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୩ ହଜାର ଲିଟର ପୋଚ ନଷ୍ଟ କରିଥିବା ଜଣାପଡିଛି। ଗତକାଲି ରାଜ୍ୟ ଫ୍ଲାଇିଂ ସ୍କାର୍ଡର ଉପଅଧିକ୍ଷକ ଏସ.ସାମନ୍ତ ଓ ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀମାନେ କୋରାପୁଟ ସହରର ହାଟପଦାଠାରେ ଚଢାଉକରି ୬୦ ଲିଟର ଭାଟି ମଦ ଜବତ କରିବା ସହ ଇନ୍ଦୁ ନାୟକ, ବାସନ୍ତି ନାୟକ, ମଧୁ ବେନିଆ ଓ ରାଜୁ ବେନିଆଙ୍କୁ ଗିରଫ କରାଯାଇଥିଲା ବୋଲି କୋରାପୁଟ ଅବକାରୀ ଉପଅଧିକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଥିଲେ।ଜୟପୁରର କଳାଗୁଡାଠାରେ ଆଜି ଚଡାଉ…

"କୋରାପୁଟ ଜିଲ୍ଲାରେ ଅବକାରୀ ଚଢାଉ ; ୨ ଦିନରେ ୮ ଗିରଫ ଓ ୩ ହଜାର ଲିଟର ପୋଚ ନଷ୍ଟ"

ଜିଲ୍ଲା ଉନ୍ନୟନ ସମନ୍ନୟ ଓ ନିରୀକ୍ଷଣ କମିଟି(ଦିଶା) ବୈଠକ

କୋରାପୁଟ ୨୧-୦୫-୧୮ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଉନ୍ନୟନ ସମନ୍ନୟ ଓ ନିରୀକ୍ଷଣ କମିଟି(ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ସାଂସଦ ତଥା କମିଟିର ଅଧ୍ୟକ୍ଷ ଝିନ୍ନ ହିକକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା, ସ୍ୱଛ ଭାରତ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରୀତା ଉପରେ ବିସ୍ତୁୃତ ଆଲୋଚନା କରାଯାଇଥିଲା।କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କ ତତ୍ୱବଧାନରେ ଏମନାରେଗାରେ ଜିଲ୍ଲାରେ ଚାଷୀମାନଙ୍କ ଜମିରେ କୂଆ ଖୋଲା କାର୍ଯ୍ୟକ୍ରମକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରଶଂସା କରିଥିଲେ।ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ…

"ଜିଲ୍ଲା ଉନ୍ନୟନ ସମନ୍ନୟ ଓ ନିରୀକ୍ଷଣ କମିଟି(ଦିଶା) ବୈଠକ"

କୋରାପୁଟଠାରେ ରାଜୀବ ଗାନ୍ଧୀ ଶ୍ରାଦ୍ଧ ଦିବସ ପାଳିତ

କୋରାପୁଟ ; ତା୨୧-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ମହକୁମାଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାର୍ଦ୍ଧଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନଠାରେ ଅବସ୍ଥାପିତ ପ୍ରତିମୂର୍ତିରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତି, କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜଗଦୀଶ ଖୋସଲା, କଂଗ୍ରେସ ସଭ୍ୟ ରମେଶ ବାଖ୍ୟା ଓ ଜୟନ୍ତ କଚିନ, କାଉନସିଲର ବିଜୟ କୁମାର ରାଓ, ଜିଲ୍ଲା ସ୍ମାରକୀ କମିଟିର ସଦସ୍ୟ ରାଜ କିଶୋର ସାମନ୍ତରା ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିବା ସହ…

"କୋରାପୁଟଠାରେ ରାଜୀବ ଗାନ୍ଧୀ ଶ୍ରାଦ୍ଧ ଦିବସ ପାଳିତ"

ପୃଥକ ଦୁର୍ଘଟଣାରେ ଜଣେ ମୃତ,ଦୁଇ ଗୁରୁତର

କୋରାପୁଟ :ତା୨୧-୦୫-୧୮(ଓଡିଆପୁଅ/ରଂଜନ କୁମାର ଦାସ) ରବିବାର ବିଳମ୍ବିତ ରାତି ଓ ସୋମବାର ସକାଳେ କୋରାପୁଟ ଜିଲାରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦାମନଯୋଡି ନିକଟ ଭେଜାପୁଟ ଗ୍ରାମର ସନ୍ତୋଷ ବିଶ୍ୱାଳ(୩୩)ନାମକ ଯୁବକ ରବିବାର ବିଳମ୍ବିତ ରାତିରେ ସେମିଲିଗୁଡାରୁ ମୋଟର ସାଇକଲ ଯୋଗେ ଘରକୁ ଫେରୁଥିବା ସମୟରେ ମାନିଆ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ସନ୍ତୋଷଙ୍କ ବାପା ନିରଂଜନ ବିଶ୍ୱାଳ ଭେଜାପୁଟ ଅରବିନ୍ଦ ପୂର୍ଣାଙ୍ଗ ବିଦ୍ୟାଳୟରେ ଶିକ୍ଷକ ଥିବାବେଳେ ସନ୍ତୋଷ ନାଲକୋରେ…

"ପୃଥକ ଦୁର୍ଘଟଣାରେ ଜଣେ ମୃତ,ଦୁଇ ଗୁରୁତର"

ବନ୍ଧୁଗାଁରେ ଟିପ୍ପର ପୋଡି, ମାଓ ସମ୍ପୃକ୍ତି ସନ୍ଦେହ

କୋରାପୁଟ ; ତା୨୦-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲା ବନ୍ଧୁଗାଁ ଥାନା ଟିକରପୋଡା ଗ୍ରାମ ନିକଟରେ କେତେକ ଦୁର୍ବୃତ ଏକ ଟିପ୍ପରକୁ ପୋଡି ଦେଇଥିବାବେଳେ ଏଥିରେ ମାଓବାଦୀଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ପୋଲିସ ଆଶଙ୍କା କରିଛି। ସୂଚନା ଅନୁଯାୟୀ, ବନ୍ଧୁଗାଁ-ନିଲାବାଡି ଅଂଚଳରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ଏକ ରାସ୍ତା କାମ ନିମନ୍ତେ ଆନ୍ଧ୍ର ପ୍ରଦେଶର ଏକ ଟିପ୍ପର(ଏପି-୦୪ଡବଲ୍ୟୁ/୦୦୭୫)ଚିପସ୍ ନେଇ ଯିବାବେଳେ ଟିକରପୋଡା ଗ୍ରାମ ନିକଟରେ ମାରଣାସ୍ତ୍ର ସହ ୧୦ରୁ ଉର୍ଦ୍ଧ୍ୱ ସନ୍ଦୀଗ୍ଧ ବ୍ୟକ୍ତି ଗାଡିକୁ ଅଟକାଇଥିଲେ। ଗାଡି ଅଟକିବା ମାତ୍ରେ ସେମାନେ ଡ୍ରାଇଭର ଶଙ୍କରକୁ ବାହାରକୁ ଆଣି ନିସ୍ତୁକ ମାଡ ମାରିବା ସହ ଟିପରର…

"ବନ୍ଧୁଗାଁରେ ଟିପ୍ପର ପୋଡି, ମାଓ ସମ୍ପୃକ୍ତି ସନ୍ଦେହ"

ଇଗ୍ନୁର ସ୍ୱତନ୍ତ୍ର ପାଠ୍ୟକେନ୍ଦ୍ର କୋଟସଠାରେ ନୂତନ ଛାତ୍ରଛାତ୍ରୀଙ୍କ ଅଧିଗ୍ରହଣ ଉତ୍ସବ

କୋରାପୁଟ ୨୦ ମଇ (ଓଡିଆ ପୁଅ/ରଂଜନ କୁମାର ଦାସ) ଇଗ୍ନୁର ସ୍ୱତନ୍ତ୍ର ପାଠ୍ୟକେନ୍ଦ୍ର କୋଟସଠାରେ ନୂତନ ଛାତ୍ରଛାତ୍ରୀଙ୍କ ଅଧିଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କୋଟସର ନିର୍ଦ୍ଦେଶକ ଡ. ପି.ସି.ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋଟସର ପ୍ରଫେସର ଜଗବନ୍ଧୁ ସାମଲ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ।କୋଟସରେ ୨୦୦୧ ମସିହାରେ ଇଗ୍ନୁର ପାଠ୍ୟକେନ୍ଦ୍ର ଆରମ୍ଭ କରାଯାଇଥିଲା ବୋଲି କେନ୍ଦ୍ରର ସଂଯୋଜକ ଗୋପୀନାଥ ପ୍ରଧାନ ସୂଚନା ଦେଇଥିଲେ।୨୦୧୮ ଜାନୁଆରୀ ଚକ୍ରରେ ନୂଆକରି ବିଭିନ୍ନ ପାଠ୍ୟକ୍ରମରେ ୧୨୭ ଜଣ ଶିକ୍ଷାର୍ଥି ଶିକ୍ଷା ଗ୍ରହଣ କରୁଥିବା ସେ ପ୍ରକାଶ କରିଥିଲେ।କଫି ବୋର୍ଡର ଏପିଡି ଡ .ଦୟାନିଧି ବାଗ ଅତିଥିଭାବେ ଯୋଗଦେଇ ବର୍ତମାନ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।ଜଣେ ଜଣେ ଉତମ…

"ଇଗ୍ନୁର ସ୍ୱତନ୍ତ୍ର ପାଠ୍ୟକେନ୍ଦ୍ର କୋଟସଠାରେ ନୂତନ ଛାତ୍ରଛାତ୍ରୀଙ୍କ ଅଧିଗ୍ରହଣ ଉତ୍ସବ"

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ; ଅବିଭକ୍ତ କୋରାପୁଟ ଜିଲା ଟପ୍ପର ହେଲେ ଟିସିଏସ୍ଟିର ଅନନ୍ୟା

କୋରାପୁଟ; ତା୧୯-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବାବେଳେ କୋରାପୁଟ ସ୍ଥିତ ଟାଲେଂଟ କଲେଜ ଅଫ୍ ସାଇନ୍ସ ଏଣ୍ଡ୍ ଟେକ୍ନଲୋଜି(ଟିସିଏସଟି)ର ଛାତ୍ରୀ ଅନନ୍ୟା ପଣ୍ଡା ୫୪୯ ନମ୍ବର(୯୧.୫%) ରଖି ଅବିଭକ୍ତ କୋରାପୁଟ ଜିଲାର ଟପ୍ପର ହେବା ସହ ରାଜ୍ୟରେ ଷଷ୍ଠ ସ୍ଥାନ ପାଇବାର ଗୌରବ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଅନନ୍ୟା ଟିସିଏସଟି ମୁଖ୍ୟ ମାନସ ରଂଜନ ପଟ୍ଟନାୟକ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି । ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ନିମନ୍ତେ ଇଛୁକ…

"ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ; ଅବିଭକ୍ତ କୋରାପୁଟ ଜିଲା ଟପ୍ପର ହେଲେ ଟିସିଏସ୍ଟିର ଅନନ୍ୟା"