Home କୋରାପୁଟ କୋରାପୁଟ ହସପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇ ମହିଳାଙ୍କ ଡିମ୍ବାଶୟରୁ ବୃହତ ଟ୍ୟୁମର ବାହାର କରାଗଲା

କୋରାପୁଟ ହସପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇ ମହିଳାଙ୍କ ଡିମ୍ବାଶୟରୁ ବୃହତ ଟ୍ୟୁମର ବାହାର କରାଗଲା

55

କୋରାପୁଟ ୧୭-୦୮(ଓଡିଆ ପୁଅ/ରଞ୍ଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜଣେ ମହିଳାଙ୍କ ଡିମ୍ବାଶୟରୁ ଅସ୍ତ୍ରୋପଚାର କରାଯାଇ ପ୍ରାୟ ୧୪ କେଜିର ଟ୍ୟୁମର ବାହାର କରାଯାଇଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ସହକାରୀ ପ୍ରଫେସର ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଗତ ୫ ତାରିଖ ଦିନ ରାୟଗଡା ଜିଲ୍ଲା ଗୁଲମିଝଲା ଗ୍ରାମର ଜନୈକ ମହିଳା ପେଟ ବ୍ୟଥା କାରଣରୁ କୋରାପୁଟ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ୨ ବର୍ଷ ପୂର୍ବରୁ ଡିମ୍ବାଶୟରେ ଟ୍ୟୁମର ବୃଦ୍ଧି ପାଉଥିଲା। ଡାକ୍ତର ଗୋପାଳ ନାୟକ, ସର୍ଜରୀ ଡାକ୍ତର ବାସୁଦେବ ମାରାଣ୍ଡିଙ୍କ ନେତୃତ୍ୱରେ ଏବଂ ନର୍ସ ମାନଙ୍କ ସହାୟତାରେ ସଫଳ ଅସ୍ତ୍ରୋପଚାର କରାଯାଇ ବୃହତ ଟ୍ୟୁମର ବାହାର କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।ଏହା ଜଟିଳ ଥିଲା ଓ ଅଢେଇ ଘଣ୍ଟା ଅସ୍ତ୍ରୋପଚାର କରାଯାଇ ଟ୍ୟୁମର ବାହାର କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।ରୋଗୀ ଏବେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି। ସଫଳ ଅସ୍ତ୍ରୋପଚାର କରାଯାଇ ଟ୍ୟୁମର ବାହାର କରାଯାଇଥିବାରୁ ପରିବାରବର୍ଗ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.