Home Top News ଆଜିଠାରୁ ଭୁବନେଶ୍ୱର ଜୟପୁର ବିମାନ ସେବା ଆରମ୍ଭ – ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଭୁବନେଶ୍ୱର ଜୟପୁର ବିମାନ ସେବା ଆରମ୍ଭ – ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

100

କୋରାପୁଟ ୩୧-୧୦ (ଓଡ଼ିଆ ପୁଅ) ବହୁପ୍ରତିକ୍ଷାର ହେବ ଅନ୍ତ। ଉପାନ୍ତ ଅଞ୍ଚଳକୁ ବିମାନ ସେବା। ରାଜଧାନୀ ସହ ଯୋଡିହେବ ଦୁର୍ଗମ ଅଞ୍ଚଳ। ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ପ୍ରଥମ ବିମାନ। ଦୁଇ ସହର ମଧ୍ୟରେ ବିମାନ ସେବାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଦିନ ୧୦ଟା ୩୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ଜୟପୁର ଏୟାର ପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଅନୁମତି ଦେଇଥିଲା। ‘ଉଡାନ୍’ ଯୋଜନାରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ ‘ଡିଜିସିଏ’ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ଏକ ବିମାନ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ବି ଶେଷ ହୋଇଥିଲା। କୋରାପୁଟ ବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳ ବାସୀ ବେଶ ଖୁସି ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.