Home କୋରାପୁଟ ଗୁପ୍ତେଶ୍ୱର ଶୈବପୀଠର ପାରିପାର୍ଶିକ ଉନ୍ନତି ନିମନ୍ତେ ଏକାଠି ହେଲେ ବିଜେଡି ନେତା ଓ ବିଧାୟକ

ଗୁପ୍ତେଶ୍ୱର ଶୈବପୀଠର ପାରିପାର୍ଶିକ ଉନ୍ନତି ନିମନ୍ତେ ଏକାଠି ହେଲେ ବିଜେଡି ନେତା ଓ ବିଧାୟକ

35

କୋରାପୁଟ ୧୭-୦୮(ଓଡିଆ ପୁଅ/ରଞ୍ଜନ ଦାସ) କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ଶୈବପୀଠର ପାରିପାର୍ଶିକ ଉନ୍ନତି ନିମନ୍ତେ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ନେତାମାନଙ୍କ ସହ ବିଧାୟକମାନଙ୍କ ଏକତ୍ରିତ ହୋଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ କୋଟପାଡ ବିଧାୟିକା ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଓ ଉପସଭାପତି ରାଧା ବିନୋଦ ସାମନ୍ତରାୟ, କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ବୈପାରିଗୁଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବିଜେଡି ନେତା ଓ କର୍ମୀମାନେ ଗୁପ୍ତେଶ୍ୱର ପରିଦର୍ଶନ କରି ଏକ ବୈଠକ କରିଥିଲେ। ଶୈବପୀଠର ପାରିପାର୍ଶିକ ଉନ୍ନତି ନିମନ୍ତେ ଉପସ୍ଥିତ ବିଧାୟକମାନେ ଆର୍ଥିକ ସହାୟତା ପ୍ରଦାନ କରିବାକୁ କୁହାଯାଇଥିଲା। ଦେବୋତ୍ତର ଅଧିକାରୀ ଭାବରେ ଜୟପୁର ତହସିଲଦାରଙ୍କୁ ଦାୟିତ୍ବ ଦିଆଯାଇଛି। ବୈପାରିଗୁଡା ତହସିଲଦାରଙ୍କୁ ଏହି ଦାୟିତ୍ବ ଦେବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିବା ଜଣାପଡିଛି। ପ୍ରତ୍ୟେକ ବର୍ଷ ଶିବରାତ୍ରୀ ଓ ଶ୍ରାବଣ ମାସରେ ଅସଂଖ୍ୟ ଶ୍ରଦ୍ଧାଳୁ ଶୈବପୀଠକୁ ଆସୁଥିବା ଦୃଷ୍ଟିରୁ ଏଠାରେ ପର୍ଯ୍ୟାପ୍ତ ପରିମାଣର ଶୌଚାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା। ଶୈବପୀଠ ପରିସରରେ ପ୍ରାୟ ୩୦୦ ଷ୍ଟଲ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା।ଗଛ ନ କାଟି କିପରି ପାର୍କିଂ ବ୍ୟବସ୍ଥା କରାଯାଇପାରିବ ସେଥି ପ୍ରତି ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ଜୟପୁର ବନଖଣ୍ଡ ଅଧିକାରୀ ଏନ.ଏସ.ଜେ.ପି ସିଂଙ୍କ ଉପସ୍ଥିତିରେ ନେତାମାନେ ପାର୍କିଂ ବ୍ୟବସ୍ଥା ନିମନ୍ତେ ସ୍ଥାନ ପରିଦର୍ଶନ କରିଥିଲେ ବୋଲି ଜଣାପଡିଛି। ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବୈପାରିଗୁଡା ବ୍ଲକ ଜିଲ୍ଲାପରିଷଦ ସଭ୍ୟ ରାଜେଶ ମହୁରିଆ ଓ କୋରାପୁଟ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ରଘୁ ଜାନୀ, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ରଥ, ସମାଜସେବୀ ବୈକୁଣ୍ଠ ମଣ୍ଡଳଙ୍କ ସହ ଅନେକ ନେତା ଓ କର୍ମୀ ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.