Home କୋରାପୁଟ ବିଏସଏଫ ଆଇଜିଙ୍କ କୋରାପୁଟ ଗସ୍ତ

ବିଏସଏଫ ଆଇଜିଙ୍କ କୋରାପୁଟ ଗସ୍ତ

28

କୋରାପୁଟ ୨୨-୦୮(ଓଡ଼ିଆ ପୁଅ/ରଞ୍ଜନ ଦାସ)ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଦାକୋଟି କୋରାପୁଟ ଗସ୍ତ କରି ସୁରକ୍ଷା ସଂପର୍କିତ ସମୀକ୍ଷା କରିଥିବା ଜଣାପଡିଛି। ଏସଓଜି କ୍ୟାମ୍ପ ପରିଦର୍ଶନ କରି ଅପରେସନ ନିମନ୍ତେ ତାଲିମ ନେଉଥିବା ବିଏସଏଫ ଟ୍ରୁପ ମାନଙ୍କ ସହ ଆଲୋଚନା କରିଥିଲେ।କୋରାପୁଟ ବିଏସଏଫ ସେକ୍ଟର ଡ଼ିଆଇଜି ମଦନ ଲାଲଙ୍କ ସହିତ ସେ କୋରାପୁଟ, କୁମ୍ଭାରିପୁଟ, କୁମ୍ଭାରି, ବନ୍ଧୁଗାଁ, ନାରାୟଣପାଟଣା, ପୋଡାପଦର, ପାଲୁର ଓ ଲକ୍ଷ୍ମୀପୁର ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ଓଡିଶା -ଆନ୍ଧ୍ର ସୀମାରେ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ବିଏସଏଫ ରାଜ୍ୟ ପ୍ରଶାସନ ସହିତ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ ସହ ଆନ୍ତରିକତା ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.