୬ ଗୋରୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର;୨୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଗତ କାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ କାୟା ଗ୍ରାମର ସୁବଳ ଚହଟରାୟଙ୍କ ଗୁହାଳରେ କୌଣସି କାରଣରୁ ନିଆଁ ଲାଗି ୬ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

"୬ ଗୋରୁ ଜୀବନ୍ତ ଦଗ୍ଧ"

ହଳଦିଆ କଲେଜ ପରିସରରେ ସ୍ୱଛଭାରତ କାର୍ଯ୍ୟକ୍ରମ

ଖୋର୍ଦ୍ଧା : ୧୩-୨ (ଓଡ଼ିଆ ପୁଅ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ଖୋର୍ଦ୍ଧା ସ୍ଥିତ ହଳଦିଆ ମହାବିଦ୍ୟାଳୟରେ ସ୍ୱଛଭାରତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ହଳଦିଆ କଲେଜ ୟୁନିଟ୍ ସଭାପତି ରଫାକତ୍ ଖାନ୍ ଓ ସମ୍ପାଦକ ଅମିତ୍ କୁମାର ବାରିକ୍ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଲେଜ ଅଧ୍ୟକ୍ଷ ଗାୟତ୍ରୀ ମାହାନ୍ତି, ଅଧ୍ୟାପକ ପାର୍ଥସାରଥି ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ଛାତ୍ରୀ ପ୍ରମୁଖ ପୂଜା ସାହୁ, ପ୍ରିତିସୁଧା ଭଞ୍ଜଦେଓ, ସୈାମ୍ୟା ମିଶ୍ର, ସମୃଦ୍ଧି ସାମନ୍ତରାୟ, ଜିତେନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ।

"ହଳଦିଆ କଲେଜ ପରିସରରେ ସ୍ୱଛଭାରତ କାର୍ଯ୍ୟକ୍ରମ"

ପ୍ରାଣନାଥ କଲେଜ ୧୯୯୨ ଗ୍ରାଜୁଏଟ୍ ଙ୍କ ବନ୍ଧୁ ମିଳନ

ଖୋର୍ଦ୍ଧା ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ ବରୁଣେଇର ପାଦ ଦେଶରେ ପ୍ରାଣନାଥ ମହାବିଦ୍ୟାଳୟର ୧୯୯୨ ମସିହା ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ର ମାନଙ୍କର ଏକ ବନ୍ଦୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବିବେକାନନ୍ଦ ଇନ୍ ଷ୍ଟିଚ୍ୟୁଟ୍ ର ଅଧ୍ୟକ୍ଷ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି। ଦୀର୍ଘ ୨୬ ବର୍ଷ ପରେ ଏକାଠି ହୋଇଥିବା ଏହି ବନ୍ଧୁମାନେ ପରଷ୍ପରକୁ ଦେଖିବାପରେ ଭାବ ବିହ୍ୱୋଳ ହୋଇଯାଇଥିଲେ। ଚଳିତବର୍ଷ ଠାରୁ ପ୍ରତିବର୍ଷ ୧୯୯୨ ମସିହା ସ୍ନାତକ ଡିଗ୍ରୀଧାରୀ ମାନଙ୍କର ବନ୍ଧୁ ମିଳନ ଏହି ବରୁଣେଇ ଠାରେ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ଏହାଦ୍ୱାରା ସମସ୍ତଙ୍କ ମଧ୍ୟରେ ସ୍ନେହଁ ପ୍ରେମ ଦୃଢିଭୂତ ହେବ…

"ପ୍ରାଣନାଥ କଲେଜ ୧୯୯୨ ଗ୍ରାଜୁଏଟ୍ ଙ୍କ ବନ୍ଧୁ ମିଳନ"

ବ୍ରାହ୍ମଣ ସମାଜ ସୁରକ୍ଷିତ ରହିଲେ ଦେଶ ଅଗ୍ରସର ହେବ – ବ୍ରାହ୍ମଣ ମହାସଭା ବାର୍ଷିକୋତ୍ସବରେ ସରକାରଙ୍କୁ ଆହ୍ୱାନ

ଖୋର୍ଦ୍ଧା ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ ଗୀତା ଭବନ ପରିସରରେ ଖୋର୍ଦ୍ଧା ଜିଲ୍ଲା ବ୍ରାହ୍ମଣ ମହାସଭାର ବାର୍ଷିକୋତ୍ସବ ଅନୁଷ୍ଠାନର ଜିଲ୍ଲା ସଂପାଦକ ହରିଚରଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ରାହ୍ମଣ ମାନଙ୍କ ସହଯୋଗରେ ଏକ ବିଶ୍ୱ ଶାନ୍ତି ଯଜ୍ଞ ହେବା ପରେ ବେଦବାକ୍ୟ ଉଚ୍ଚାରଣ ସହିତ ନଗର ପରିକ୍ରମା କରିଥିଲେ। ମଧ୍ୟାହ୍ନରେ ସଭାପତି ଜ୍ଞାନ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ପୁରୀ ଗୋବର୍ଦ୍ଧନ ପୀଠ ପରିଷଦର ରଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ କହିଲେ ଯୁଗେ ଯୁଗେ ବ୍ରାହ୍ମଣ ମାନେ ହିଁ…

"ବ୍ରାହ୍ମଣ ସମାଜ ସୁରକ୍ଷିତ ରହିଲେ ଦେଶ ଅଗ୍ରସର ହେବ – ବ୍ରାହ୍ମଣ ମହାସଭା ବାର୍ଷିକୋତ୍ସବରେ ସରକାରଙ୍କୁ ଆହ୍ୱାନ"

ମେଧାବୃତି ପରୀକ୍ଷାରେ ଶ୍ୱେତପଦ୍ମା ତ୍ରିପାଠୀ ଶ୍ରେଷ୍ଠ ବିବେଚିତ

ତମାଣ୍ଡୋ ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ କଳିଙ୍ଗ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପଂଚମ ଶ୍ରେଣୀ ଛାତ୍ରୀ ଶେତପଦ୍ମା ତ୍ରିପାଠୀ ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ପ୍ରଧାନ ଆଚାର୍ଯ୍ୟ ସଂଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଢୁଥିବା ସୁଶ୍ରୀ ଶ୍ୱେତପଦ୍ମା ହେଉଛନ୍ତି କଟକ ଜିଲ୍ଲା କୁଟିଲୋ ଗ୍ରାମର ପିତା ଶୁରେନ୍ଦ୍ର ନାଥ ତ୍ରିପାଠୀ ଏବଂ ମାତା ରେଣୁବାଳା ତ୍ରିପାଠୀଙ୍କର ଏକମାତ୍ର କନ୍ୟା। ପିଲାଟି ଦିନରୁ ପଢାପ୍ରତି ବିଶେଷ ଆଗ୍ରହ ଥିବାରୁ ସେ ତୃତୀୟ ଶ୍ରେଣୀ ମେଧାବୃତି ପରୀକ୍ଷାରେ ମଧ୍ୟ ଏହି ବିଦ୍ୟାଳୟରୁ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ସେ ମଧ୍ୟ ତାଙ୍କର ବିଦ୍ ମତା ବଳରେ ବିଦ୍ୟାଳୟରେ ବିଭିନ୍ନ ସମୟରେ…

"ମେଧାବୃତି ପରୀକ୍ଷାରେ ଶ୍ୱେତପଦ୍ମା ତ୍ରିପାଠୀ ଶ୍ରେଷ୍ଠ ବିବେଚିତ"

ସମାଜର ଉନ୍ନତି ପାଇଁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ

ବାଲୁଗାଁ ୩୦-୧ (ଓଡ଼ିଆ ପୁଅ) : ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରଗତିଶୀଳ ସୃଜନୀ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ଭିକାରୀ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବଡକୂଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ନଗର ଉନ୍ନୟନ ବିଭାଗର ପୂର୍ବତନ ନିର୍ଦେଶକ ଇଂ ମୀନକେତନ ଦାସ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ସମାଜ ହେଉଛି ଦେଶର ମେରୁଦଣ୍ଡ। ଏହାର ସୁରକ୍ଷା ତଥା ଉନ୍ନତି ପାଇଁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ। ଟାଙ୍ଗୀ ଚାନ୍ଦପୁର ରୋଟାରି କ୍ଲବର ସଭାପତି ଡା. ମଧୁସୂଦନ ସେନାପତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅନୁଷ୍ଠାନର ସମସ୍ତ କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରି କହିଲେ ସୃଜନୀ ସଂସଦ…

"ସମାଜର ଉନ୍ନତି ପାଇଁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ"

ଚର୍ଚ୍ଚାରେ ହୋଡିଂ ଚିରା ରାଜନୀତି

ଖୋର୍ଦ୍ଧା ୨୮-୧ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା ) ବର୍ଷ ଆରମ୍ଭରୁ ନୂତନ ବର୍ଷର ଅଭିନନ୍ଦନ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ହୋଡିଂ ବ୍ୟାନର ପ୍ରତିଯୋଗୀତାରେ ମାତିଥିବା ବେଳେ ଏ ନେଇ ରାଜସୁନାଖଳାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ ରାଜ୍ୟ ବିଜେପିର ବିଶିଷ୍ଟ ନେତ୍ରୀ ରୀତାଞ୍ଜଳୀ ପ୍ରଧାନ ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ରାଜସୁନାଖଳାର କୁମାରୀ ଛକଠାରେ ଏକ ହୋଡିଂ ଲଗାଇଥିଲେ। ମାତ୍ର ବୁଧବାର ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୃତ ଉକ୍ତ ହୋଡିଂଟିକୁ ଚିରିଦେଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ଶ୍ରୀମତୀ ପ୍ରଧାନ କ୍ଷୋଭ ପ୍ରକାଶ କରିବା ସହ ଏହା ଏକ କୁତ୍ସିତ ମାନସିକତାର…

"ଚର୍ଚ୍ଚାରେ ହୋଡିଂ ଚିରା ରାଜନୀତି"

ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ

ଭବନୀପାଟଣା, ୨୮/୧(ଓଡିଆପୁଅ/ମାନସ ରାଉତ) ଓଡିଶା ଇତିହାସ କଂଗ୍ରେସର ୩୯ତମ ଜାତୀୟ ଅଧିବେଶନ ଭବାନୀପାଟଣା କଳାହାଣ୍ଡିସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଶ୍ରୀଯୁକ୍ତ ପ୍ରଫେସର ଅମୀୟ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ପ୍ରଫେସର ଶିଳା ତ୍ରିପାଠୀ ଯୋଗ ଦାନ କରିଥିଲେ। ଏହି ସଭାର ପରିଚାଳନା କରିଥିଲେ ଓଡିଶା ଇତିହାସ କଂଗ୍ରେସର ସମ୍ପାଦକ ଡକ୍ଟର ବସନ୍ତ କୁମାର ମଲ୍ଲିକ ଓ ସ୍ଥାନୀୟ ସମ୍ପାଦକ ଡକ୍ଟର ବାବା ମିଶ୍ର। ଭବାନୀପାଟଣା ସଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଯଦୁନାଥ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାରେ ଓଡିଶା ଇତିହାସ କଂଗ୍ରେସର ସଭାପତି ଡକ୍ଟର ହେମନ୍ତ…

"ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ"

ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଖୋର୍ଦ୍ଧା ୧୪-୧(ଓଡ଼ିଆ ପୁଅ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ନଗର ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଯୁବମାନସର ପ୍ରତୀକ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସ ୟୁନିଟ୍ ସଭାପତି ଗୋପବନ୍ଧୁ ଜେନାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ସୈାଦାମିନୀ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏହା ପରେ ଅଧ୍ୟପକ ଓ ଅଧ୍ୟାପିକା ମାନେ ସ୍ୱାମୀଜିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ହଳଦିଆ ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ସଂପାଦକ ଅମିତ୍ କୁମାର ବାରିକଙ୍କ ନେତୃତ୍ୱରେ ସ୍ୱାମୀଜିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସ୍ୱାମୀଜିଙ୍କ ଜୀବନାର୍ଦଶ ଉପରେ ଆଲୋଚନା କରିଥିଲେ।…

"ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ"

ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି

ଭୁବନେଶ୍ୱର, ୫ା୧ (ଓଡ଼ିଆ ପୁଅ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୁର ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଅଞ୍ଜଳୀ ଦେହୁରୀଙ୍କୁ ଗତକାଲି କିଛି ଦୁର୍ବୁତ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟାକରିଥିବା ଘଟଣାକୁ ନୂତନ ପେନ୍ସନ୍ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦୃଢ ନିନ୍ଦିକରାଯିବା ସହ ଦୋଷି ମାନଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରିବା ଓ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସଂଘ ତରଫରୁ ଦାବି କରାଯାଇଛି। ସୂଚନା ଯୋଗ୍ୟ ଉକ୍ତ ଶିକ୍ଷୟିତ୍ରୀ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଘଟଣାର ଶିକାର ହୋଇଥିଲେ। ମୃତ ଶିକ୍ଷୟିତ୍ରୀଙ୍କ ରୋଜଗାର ଉପରେ ପରିବାର ନିର୍ଭର କରିଥିବାରୁ…

"ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି"