Home ଖୋର୍ଦ୍ଧା ନିରାକାରପୁର ଜିଆରପି ଓ ଆରପିଏଫ୍ ପୋଲିସର ଚଢ଼ାଉ ମୋବାଇଲ ଜବତ ଜଣେ ଗିରଫ

ନିରାକାରପୁର ଜିଆରପି ଓ ଆରପିଏଫ୍ ପୋଲିସର ଚଢ଼ାଉ ମୋବାଇଲ ଜବତ ଜଣେ ଗିରଫ

25

ନିରାକାରପୁର ୨୫-୮(ଓଡ଼ିଆ ପୁଅ/କପିଳେଶ୍ଵର ସିଂହ) ଖୋର୍ଦ୍ଧା ରୋଡ଼ ରେଳଡିଭିଜନ ନିରାକାରପୁର ରେଳବାଇ ପୋଲିସ ଫାଣ୍ଡି ଅନ୍ତର୍ଗତ ବାଲୁଗାଁ ଷ୍ଟେସନରେ ଜଣେ ମୋବାଇଲ ଲୁଟେରା ଗିରଫ। ସୂଚନାରୁ ଜଣାପଡିଛି ନିରାକାରପୁର ଜିଆପି ଫାଣ୍ଡି ଅଧିକାରିଣୀ ଇନ୍ଦୁମତି ଶୁକ୍ଲା ଓ ଖୋର୍ଦ୍ଧା ରୋଡ ଆରପିଏଫଙ୍କ ମିଳିତ ଭାବେ ବାଲୁଗାଁ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣେ ଲୁଟେରାଙ୍କୁ ଧରି ତା ନିକଟରୁ ୨ଟି ମୋବାଇଲ ଫୋନ ଜବତ କରିଛନ୍ତି। ଜଣେ ଯୁବକ ସିକାକୁଲମରୁ ଭୁବନେଶ୍ୱର ଯାଉଥିବା ବେଳେ ଲୁଟେରା ଜଣଙ୍କ ସୁଯୋଗ ଉଣ୍ଡି ଯୁବକ ଜଣଙ୍କ ଠାରୁ ମୋବାଇଲ ଲୁଟ କରିଥିଲା। ଯୁବକ ଜଣଙ୍କ ଜିଆରପି ପୋଲିସକୁ ଅଭିଯୋଗ କଲା ପରେ ପୋଲିସ ଅଚାନକ ବାଲୁଗାଁ ଷ୍ଟେସନରେ ଚଢ଼ାଉ କରି ମୋବାଇଲ ଲୁଟେରାକୁ ଧରିଛି। ଗିରଫ ଲୁଟେରା ଜଣଙ୍କ ହେଲେ ଗଂଜାମ ଭଜଂନଗର ଥାନା ଅଞ୍ଚଳର କାହ୍ନା ସାହୁ। ଗିରଫ ଅଭିଯୁକ୍ତ ବିରୋଧରେ ଜିଆରପି ଫାଣ୍ଡିରେ ୧୧୨/୨୨ ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଅଧିକାରିଣୀ ଇନ୍ଦୁମତି ଶୁକ୍ଳା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.