Home ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପାଇଁ ନାମାଙ୍କନ

କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପାଇଁ ନାମାଙ୍କନ

59

ଖୋର୍ଦ୍ଧା, ୧୧.୧୦ (ଓଡିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜୋନର କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିରେ ୧୫ ଗୋଟି ଜୋନରୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନଙ୍କ ଗହଣରେ ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବିଧାୟକ ରଣପୁର ତଥା ନୟାଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ଜଟଣୀ ବିଭୂତି ବଳବନ୍ତରାୟ ଓ ଯୁବ ସଂଗଠକ କୈଳାଶ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.