ଘରପୋଡି ବିପନ୍ନଙ୍କୁ ସହାୟତା ପ୍ରଦାନ

କେନ୍ଦ୍ରାପଡା ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )– କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର କଦଳିବାଡି ଗ୍ରାମର ଉସôବ ମଲ୍ଲିକଙ୍କ ଘରଟି ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିପାଉଁଶ ହୋଇଯାଇଥିଲା । ବିଜେପି ପକ୍ଷରୁ ଜିଲ୍ଲା ଉପସଭାନେତ୍ରୀ ଉର୍ମିଳା ସେଠୀଙ୍କ ନେତ୍ୃତ୍ୱରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳିର ବିସ୍ତାରକ ସତ୍ୟଜିତ ମହାନ୍ତି ପ୍ରମୁଖ ଉସôବଙ୍କ ଘରକୁ ଯାଇ ତାଙ୍କୁ ସମବେଦନା ଜଣାଇବା ସହ ତାଙ୍କୁ କମଳ,ଚୂଡା ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

"ଘରପୋଡି ବିପନ୍ନଙ୍କୁ ସହାୟତା ପ୍ରଦାନ"

ବିଜେପିର ୮ନମ୍ବର ଜୋନରେ ସାଂଗଠନିକ ବୈଠକ

କେନ୍ଦ୍ରାପଡା ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )– ଜିଲ୍ଲା ବିଜେପି ପକ୍ଷରୁ ୮ ନମ୍ବର ଜୋନର ସକ୍ଷୀବଟ ପରିସରରେ ଏକ ସାଂଗଠନିକ ବୈଠକ ଜୋନର ମଣ୍ଡଳ ସଭାପତି ମନୋରଞ୍ଜନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଦଳର ସଂଗଠନକୁ ମଜଭୁତ କରିବା,କ୍ୃଷକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ କେନ୍ଦ୍ରାପଡା ବ୍ଲକ ଘେରାଉ କରାଯିବା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ବିଜେପିର ଉପସଭାନେତ୍ରୀ ଉର୍ମିଳା ସେଠୀ,୬ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟ ଦେବାଶିଷ ଦାସ,ସୁନାକର ବେହେରା,ଅମ୍ୃତ ମହାନ୍ତି ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେହିପରି ୫ନମ୍ବର ଜୋନର କୋରୋ ପଞ୍ଚାୟତ,କପାଳେଶ୍ୱର ଓ ଭାଗବତପୁର ପଞ୍ଚାୟତରେ…

"ବିଜେପିର ୮ନମ୍ବର ଜୋନରେ ସାଂଗଠନିକ ବୈଠକ"

ଲୁଣା ନଦୀରେ ବୁଡି ପଲିଟେକନିକ ଛାତ୍ରର ମୃତ୍ୟୁ

କେନ୍ଦ୍ରାପଡା ୧୮/୧୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତର ପାରାଚକ ଗ୍ରାମର ଶରତ ମଲ୍ଲିକଙ୍କ ପୁଅ ଛତା ପଲିଟେକନିକର ପ୍ରଥମ ବର୍ଷର ଛାତ୍ର କେଶବ ମଲ୍ଲିକ (୧୮)ର ଆଜି ଲୁଣା ନଦୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ଆଜି ସକାଳୁ ଘରୁ ଫୁଲ ତୋଳିବା ପାଇଁ ଯାଇ ଆଉ ଘରକୁ ଫେରିନଥିଲା। ତାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯିବାପରେ ସେ ମିଳିନଥିଲେ। ସ୍ଥାନୀୟ ବସପୁର ଲୁଣା ନଦୀ ପୋଲ ଉପରେ କେଶବର ସାଇକେଲ, ଯୋତା ଓ ମୋବାଇଲ ଥୁଆ ହୋଇଥିବାର ଖବରପାଇ ଘରଲୋକ ସେଠାକୁ ଯାଇଥିଲେ। ଖବର ପାଇ କୋରୁଆରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଲୁଣା ନଦୀରେ ଖୋଜାଖୋଜି…

"ଲୁଣା ନଦୀରେ ବୁଡି ପଲିଟେକନିକ ଛାତ୍ରର ମୃତ୍ୟୁ"

ପ୍ରାଧ୍ୟାପକ ଫକୀର ମୋହନ ଦାସଙ୍କ ପ୍ରଥମ ବାର୍ଷିକ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡା ୧୮/୧୧( ଓଡିଆପୁଅ /ଚିତ୍ତରଞ୍ଜନ ଦାସ )- ଅନ୍ତର୍ଜାତୀୟ ସନ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଓ ସଂସ୍କୃତି ଗବେଷକ ଡଃ. ଫକୀର ମୋହନ ଦାସଙ୍କ ପ୍ରଥମ ପୁଣ୍ୟତିଥି ଅବସରରେ ଆଜି ଡଃ. ଫକୀର ମୋହନ ଦାସ ସ୍ମୃତି ସଂସଦ ଓ ପ୍ରଭୁପାଦ ଭକ୍ତିବିନୋଦ ଲାଇବ୍ରେରୀର ମିଳିତ ଆନୁକୁଲ୍ୟରେ ଆଇନଜିବୀ ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ସ୍ଥାନୀୟ ତିନିମୁହାଣିସ୍ଥିତ ରାମମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ଜେନା, କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟର ସଂପାଦକ ପ୍ରାଧ୍ୟାପକ ଅଜୟ କୁମାର ସାମଲ, କୁମାର ଚରଣ ମିଶ୍ର, ଜମଧର ପ୍ରାଥମିକ କୃଷି…

"ପ୍ରାଧ୍ୟାପକ ଫକୀର ମୋହନ ଦାସଙ୍କ ପ୍ରଥମ ବାର୍ଷିକ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ"

ଭୋଟର ତାଲିକାରେ ନାମ ଦରଜ ପାଇଁ ବୈଠକ

କେନ୍ଦ୍ରାପଡା ୧୭/୧୧( ଓଡିଆପୁଅ/ଚିତ୍ତରଞ୍ଜନ ଦାସ)– ୨୦୧୮ ମସିହାକୁ ଯୋଗ୍ୟ ବିବେଚିତ ଭୋଟରମାନେ ସେମାନଙ୍କ ନାମ ଦରଜ ଏବଂ ସଂଶେରାଧନ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନୈତିକ ଦଳ ଗୁଡିକର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ରେଘୁଜୀ ଅଧ୍ୟକ୍ଷତା କରିଥିଲେ । ତା ୦୧.୦୧.୧୮ ସୁୁଧା ୧୮ ବର୍ଷ ହୋଇଥିବା ନାଗରିକମାନେ ସେମାନଙ୍କ ନାମ ନଭେମ୍ବର ୧୫ ତାରିଖ ଠାରୁ ୩୦ ତାରିଖ ପଯ୍ୟନ୍ତ ଫଟୋ ଭୋଟର ତାଲିକାରେ ଦରଜ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ । ନଭେମ୍ବର ୧୯,୨୩,୨୬ ଏବଂ ୨୮ ତାରିଖରେ ନାମ ଦରଜ ପାଇଁ ବି. ଏଲ. ଓ ମାନେ…

"ଭୋଟର ତାଲିକାରେ ନାମ ଦରଜ ପାଇଁ ବୈଠକ"

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

କେନ୍ଦ୍ରାପଡା ୧୭/୧୧( ଓଡିଆପୁଅ/ଚିତ୍ତରଞ୍ଜନ ଦାସ)– କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଖରିପ ଧାନ ସଂଗ୍ରହ ନିତି ନିର୍ଦ୍ଧାରଣ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଚଳିତ ୨୦୧୭ – ୨୦୧୮ ବର୍ଷ ପାଇଁ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଲୋଚନାରୁ ଜଣାପଡିଥିଲା ଯେ ୨୦୧୬ – ୧୭ବର୍ଷରେ ୧୧୫ ଗୋଟି ପ୍ୟାକ୍ସ ମାଧ୍ୟମରେ ୩୧ଡିସେମ୍ବର ୨୦୧୬ରୁ ଧାନ ସଂଗ୍ରହ ଆରମ୍ଭ କରାଯାଇ ୧୬୩୬୩ଜଣ ଚାଷୀଙ୍କ ଠାରୁ ଖରିଫରେ ୬୧୮୨୦.୯୩୭ମେଟ୍ରିକ ଟନ ଧାନ ସଂଜ୍ରହ କରାଯାଇଥିଲା । ଅନଲାଇନ ମାଧ୍ୟମରେ ଖରିଫରେ ୨୪୮୮୫ଜଣ ଚାଷୀ ଓ ରବିରେ ୫୫୬ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଂଜିକରଣ କରିଥିଲେ । ଚଳିତ ବର୍ଷ ୧୧୪ଟି…

"କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ"

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

କେନ୍ଦ୍ରାପଡା ୧୭/୧୧( ଓଡିଆପୁଅ/ଚିତ୍ତରଞ୍ଜନ ଦାସ)– କେନ୍ଦ୍ରାପଡା ଜିଲ୍ଳା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ସଂଘ କାଯ୍ୟାଳୟଠାରେ ସଂଘର ସଭାପତି ଅକ୍ଷୟକୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମ୍ବାଦିକମାନଙ୍କୁ ପେନସନ ଦେବା,ସେମାନଙ୍କ ପିଲା ମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ଥାନ ସଂରକ୍ଷଣ କରିବା, ବିନା ସୁଧରେ ଗୃହ ଋଣ ଯୋଗାଇଦେବା,ମାଗଣାରେ ଚିକିସôା ଆଦି ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସାମ୍ବାଦିକମାନେ ଦୃଢମତ ପୋଷଣ କରିଥିଲେ । ଏ ସଂପର୍କରେ ସଂଘ ପକ୍ଷରୁ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ୁଉଦେଶ୍ୟରେ ଦେବା ନିମନ୍ତେ ବୈଠକରେ ନିଷ୍ପତି ହୋଇଥିଲା ଏହି ବୈଠକରେ ସାମ୍ବାଦିକ ଅବନୀମୋହନ ଦାସ ,ମୂରଲୀଧର ମିଶ୍ର…

"ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ"

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

କେନ୍ଦ୍ରାପଡା ୧୭/୧୧( ଓଡିଆପୁଅ/ଚିତ୍ତରଞ୍ଜନ ଦାସ)– ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ “ସମ୍ବାଦ ପରିବେଷଣ ଗଣମାଧ୍ୟମ ପାଇଁ ଏକ ଆହ୍ୱାନ” ଶୀର୍ଷକ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ ସମ୍ମିଳନୀ ଗ୍ୃହରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଜିଲ୍ଲାପରିଷଦର ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି,ପବ୍ଲିକ ପ୍ରସିକୁ୍ୟଟର ଭୀମସେନ ଭୂୟାଁ ମୁଖ୍ୟବକ୍ତା,ସାହିତି୍ୟକ ବାସୁଦେବ ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ନିର୍ଭୀକ,ନିରପେକ୍ଷ ଓ ସଠିକ ସାମ୍ବାଦ ପରିବେଷଣ ଦ୍ୱାରା ସମାଜ ତଥା ଦେଶର ମଙ୍ଗଳ ସାଧିତ ହେବାସହ ସରକାର ଓ ପ୍ରଶାସନକୁ ଏହା ସଠିକ ବାଟ ଦେଖାଇବାରେ ସହାୟକ…

"ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ"

କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ପକ୍ଷରୁ ଘରପୋଡି ସହାୟତା

କେନ୍ଦ୍ରାପଡା ୧୫/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)– ସ୍ଥାନୀୟ ଶ୍ୟାମଗୁଡିଆ ଗ୍ରାମର ବ୍ରଜ କିଶୋର ନାୟକଙ୍କ ପୁଅ ଦୈତାରି ନାୟକଙ୍କ ଘରଟି ଗତ ୪ ତାରିଖରେ ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ଭସ୍ମିଭୁତ ହୋଇଯାଇଥିଲା । ଆଜି ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କ ନିଦେ୍ର୍ଦଶରେ ସେହି ଅଗ୍ନି ପିଡିତଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ପକ୍ଷରୁ ସମ୍ପାଦକ ପ୍ରହଲାଦ ସାହୁ ଓ ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

"କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ପକ୍ଷରୁ ଘରପୋଡି ସହାୟତା"

ପ୍ରଧାନମନ୍ତ୍ରୀ ଚାଷୀକୂଳକୁ ପ୍ରତାରିତ କରିଛନ୍ତି – କ୍ୃଷକନେତା ପ୍ରମୋଦ ସାହୁ

କେନ୍ଦ୍ରାପଡା ୧୫/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)– ବିଜେପି ନେତ୍ୃତ୍ୱାଧିନ ଏନଡିଏ ସରକାରଙ୍କ ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବାର ୩ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଧା ଦେଶର ଚାଷୀମାନଙ୍କର ସମସ୍ୟା ସମାଧାନ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।ଅପରପକ୍ଷେ ଚାଷୀକୂଳକୁ ପ୍ରଧାନମନ୍ତ୍ରୀ ପ୍ରତାରିତ କରିଛନ୍ତି ବୋଲି ବିଶିଷ୍ଟ କ୍ୃଷକନେତା ପ୍ରମୋଦ ସାହୁ ଆଜି କେନ୍ଦ୍ରାପଡାରେ ଅନୁଷ୍ଠିତ ଏକ ପତ୍ରକାର ସମ୍ମିଳନିରେ କହିଛନ୍ତି । ସେ ପୁଣି କହିଥିଲେ ଯେ କେନ୍ଦ୍ରରେ ସରକାର ଗଠନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ବିଜେପି ନିର୍ବାଚନ ସମୟରେ ଯେଉଁସବୁ ନିର୍ବାଚନୀ ପ୍ରତିଶ୍ୃତି ଦେଇଥିଲେ ତାହା ପୁରଣ କରିବାରେ ବ୍ୟର୍ଥ ହୋଇଛନ୍ତି…

"ପ୍ରଧାନମନ୍ତ୍ରୀ ଚାଷୀକୂଳକୁ ପ୍ରତାରିତ କରିଛନ୍ତି – କ୍ୃଷକନେତା ପ୍ରମୋଦ ସାହୁ"