Home କେନ୍ଦ୍ରାପଡ଼ା ପାନୀୟ ଜଳ ସଙ୍କଟ ନେଇ ଜୟହୀନ୍ଦ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କୁ ନିବେଦନ

ପାନୀୟ ଜଳ ସଙ୍କଟ ନେଇ ଜୟହୀନ୍ଦ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କୁ ନିବେଦନ

24

କେନ୍ଦ୍ରାପଡ଼ା, ୩୦ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତର ଦାଣ୍ଡିସାହିସ୍ଥିତ ଜୟହୀନ୍ଦ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟର ସୁବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଏହି ବିଦ୍ୟାଳୟଟି ସେ ଅଞ୍ଚଳର ସର୍ବପୁରାତନ ସରକାରୀ ବିଦ୍ୟାଳୟ ହୋଇଥିବା ବେଳେ ପ୍ରତିବର୍ଷ ପ୍ରାୟ ୧୧ଟି ଆଖପାଖର ଗ୍ରାମରୁ ୫ଶହରୁ ଅଧିକ ଛାତ୍ରଛାତ୍ରୀ ସେହି ବିଦ୍ୟାଳୟରେ ଅଧ୍ୟୟନ କରିଆସୁଛନ୍ତି। ସେହି ବିଦ୍ୟାଳୟଟି ୫-ଟି ଅଧିନରେ ଆସିଥିଲେ ମଧ୍ୟ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଓ ଶୈାଚାଳୟର ବ୍ୟବସ୍ଥା ନାହିଁ। ସେହି ଅଞ୍ଚଳଟି ବନ୍ୟା ପ୍ରପିଡିତ ଅଞ୍ଚଳ ହୋଇଥିବା ବେଳେ ବିଦ୍ୟାଳୟରେ ମାତ୍ର ଗୋଟିଏ ନଳକୂପ ରହିଛି ଯାହା ବନ୍ୟା ସମୟରେ ପାଣିରେ ବୁଡି ରହିଥାଏ। ପରବର୍ତ୍ତୀ ସମୟରେ ସେଥିରୁ ପାନୀୟ ଅନୁପଯୁକ୍ତ ଜଳ ବାହାରିଥାଏ। ଏଭଳି ପରିସ୍ଥିତିରେ ସେହି ବିଦ୍ୟାଳୟରେ ବିଶୁଦ୍ଦ ପାନୀୟ ଜଳ ପାଇଁ ଏକ ୱାଟର ପ୍ୟୁରିଫାୟର ଲାଗିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନଥିବା ବେଳେ ପାଣିର ଅଭାବ ହେତୁ ଶୈାଚାଳୟ ବ୍ୟବହାରରେ ଲାଗିପାରେନାହିଁ। ଏସମ୍ପର୍କରେ ବିଭାଗୀୟ କତ୍ତୃପକ୍ଷ ଏବଂ ପଟ୍ଟାମୁଣ୍ଡାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବର ଅବଗତ କରାଯାଇଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ତେଣୁ ବିଦ୍ୟାଳୟର ପାନୀୟ ଜଳ ସଙ୍କଟ ଦୂର କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଅନିଶା ବିଶ୍ୱାଳ, ଅଙ୍କିତା ବିଶ୍ୱାଳ, ଗାୟତ୍ରୀ ସେଠୀ, ପୁଷ୍ପଲତା ସେଠୀ, ଅଂଶୁମାନ ସାହୁ, ଆକାଶରଞ୍ଜନ ପଲେଇ, ରାନୁ ଜେନା, କବିତା ସେଠୀ, ଗିତାଞ୍ଜଳୀ ଜେନା, ନିବେଦିତା ବିଶ୍ୱାଳ, ହେମଲତା ଦାସ, କବିତା ସେଠୀ, ରାଜଶ୍ରୀ ମଲିକ, ତନୁଶ୍ରୀ ବିଶ୍ୱାଳ ପ୍ରମୁଖ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.