Home କେନ୍ଦ୍ରାପଡ଼ା ଜୀନତ ପ୍ରିୟଦର୍ଶିନୀ ରାଉତ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା କଂଗ୍ରେସ ସଭାପତି ନିଯୁକ୍ତ

ଜୀନତ ପ୍ରିୟଦର୍ଶିନୀ ରାଉତ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା କଂଗ୍ରେସ ସଭାପତି ନିଯୁକ୍ତ

28

କେନ୍ଦ୍ରାପଡା, ୨୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ କୁମାର ପଟ୍ଟନାୟକଙ୍କ ସୁପାରିଶ ଓ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ନିତା ଡି. ସୈାଜାଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ମହିଳା କଂଗ୍ରେସ ସଭାପତି ଭାବେ ଜୀନତ ପ୍ରୟଦର୍ଶିନୀ ରାଉତଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲା ସମେତ ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ଗୁଡିକ ସ୍ତରରେ ମହିଳା କଂଗ୍ରେସକୁ ସୁଦୃଢ ଓ କ୍ରୀୟାଶୀଳ କରିବା ପାଇଁ ଆବଶ୍ୟକ ସୁଚିନ୍ତିତ ପରାମର୍ଶ ପ୍ରଦାନ ସହିତ ସହଯୋଗ ତଥା ପଦକ୍ଷେପ ଗ୍ରହଣ କରିବେ ବୋଲି ନବ ନିଯୁକ୍ତ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ରାଉତ କହିଛନ୍ତି। ଜିଲ୍ଲାର ମହିଳା କଂଗ୍ରେସ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ଏଭଳି ଗୁରୁ ଦାୟୀତ୍ୱ ତାଙ୍କୁ ପ୍ରଦାନ କରାଯାଇଥିବାରୁ ସେ ପିସିସି ସଭାପତି ଶ୍ରୀ ପଟ୍ଟାନାୟକ, ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ଡି.ସୈାଜା, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀମତୀ ରାଉତ ପୂର୍ବରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିସାରିଛନ୍ତି। ଏହି ନିଯୁକ୍ତି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.