ସାତଟି ବାରହା ମୁଣ୍ଡ ଜବତ : ଜଣେ ଅଟକ

ପୁରୁଷୋତ୍ତମପୁର,୧୦/୯ (ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବନାଞ୍ଚଳ ଅନ୍ତର୍ଗତ ଅନ୍ତରିଗାଁ ପଞ୍ଚାୟତର ଏ.ଗୋବିନ୍ଦପୁର ଗ୍ରାମରେ ବାରହା ମାସ ବିକ୍ରି କରାଯାଉଥିବା ଖବରପାଇ ଫରେଷ୍ଟର ଶିବବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ସୂଚନାଯୋଗ୍ୟ, ସ୍ଥାନୀୟ ଗ୍ରାମର ହରିଜନ ସାହିରେ ଟୁନା ନାୟକ ନାମକ ଜଣେ ବ୍ୟକ୍ତି ୬ ଗୋଟି ମୁଣ୍ଡ ସହ ଗୋଟିଏ ବାରହାର ମାଂସ ବିକ୍ରି କରୁଥିବା ଖବରପାଇ ଘଟଣା ସ୍ଥଳରୁ କାତି, ତାର, ମୁଣ୍ଡା ଜବତ କରିବା ସହ ଉକ୍ତ ବ୍ୟକ୍ତିକୁ ଅଟକ ରଖିଛନ୍ତି। ଛଅ ଗୋଟି ମୁଣ୍ଡ କୋୖଣସି ପଶୁର ଜଣାପଡିନଥିଲା। ଫଳରେ ପ୍ରାଣୀ ଚିକିତ୍ସକ ଶରତ ବେହେରା ପହଞ୍ଚି ମାଈ ବାରହା ବୋଲି ଚିହ୍ନଟ କରିଥିଲେ। ଟୁନାକୁ ଅଟକ ରଖି ଏହି କାର୍ଯ୍ୟରେ…

"ସାତଟି ବାରହା ମୁଣ୍ଡ ଜବତ : ଜଣେ ଅଟକ"

ବିଜେଡିର କର୍ମୀ ସମ୍ମିଳନୀ

ପୁରୁଷୋତ୍ତମପୁର,୯/୯ (ଓଡିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପ୍ରତାପୁରଗ୍ରାମ ସ୍ଥିତ ତୁମ୍ବଶ୍ବର ମନ୍ଦିର ପ୍ରାଙ୍ଗଣରେ ୩୬ ନମ୍ବର ଜିଲ୍ଲା ପରିଷଦ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ବିଜେଡି ବ୍ଲକ ସଭାପତି ଦିଗାମ୍ବର ପାଣିଗ୍ରାହୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଲା ଉପସଭାପତି ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେରେ ଆୟୋଜିତ ଏହି କର୍ମୀସମ୍ମିଳନୀରେ ଜିଲ୍ଲା ବିଜେଡି ମହିଳା ନେତ୍ରୀ ସଙ୍ଘ ମିତ୍ର ଦଳେଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହ ଲତା ପଣ୍ଡା, ଯୁବ ବିଜେଡି ଉପସଭାପତି ନିର୍ମଳ କୁମାର ସାହୁ, ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ, ପାଣି…

"ବିଜେଡିର କର୍ମୀ ସମ୍ମିଳନୀ"

ପୁରୁଷୋତ୍ତମପୁରରେ ତୈଳ ଦର ବୃଦ୍ଧି ପ୍ରତିବାଦ

ପୁରୁଷୋତ୍ତମପୁର,୯/୯ (ଓଡିଆ ପୁଅ/ସୁଦାମ ମହାରଣା) ତୈଳଦର ବୃଦ୍ଧି ପ୍ରତିବାଦରେ ପୁରୁଷୋତ୍ତମପୁର ବିଜୁ ଜନତା ଦଳ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯାଇଛି। ବରିଷ୍ଠ ବିଜେଡି ନେତା ବାଉରୀ ପଣ୍ଡାଙ୍କ ନେତୃତ୍ୱରେ ଡାକ ବଙ୍ଗଳାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନାରେ ଧାରଣା ଦେଇଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଜିଲ୍ଲା ବିଜେଡି ଉପସଭାପତି ଗୌରୀଶଙ୍କର ରାଉଳ, ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦର୍ ଦାଶ, ଏନ୍ଏସି ଅଧ୍ୟକ୍ଷା ୱାଇ ରାଣୀ କୁମାରୀ, କାଉସିଲର ଅଶୋକ କୁମାର ମହାକୁଡ, ସରକାରୀ ଓକିଲ ପ୍ରକାଶ ତ୍ରିପାଠୀ, କୃଷ୍ଣ ଗୌଡ, ଅରଖପୁର ସରପଞ୍ଚ ଝୁନୁ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ଅନାଦି ବେହେରା ସମେତ…

"ପୁରୁଷୋତ୍ତମପୁରରେ ତୈଳ ଦର ବୃଦ୍ଧି ପ୍ରତିବାଦ"

ବ୍ରହ୍ମପୁରରେ ଟ୍ରକ ସ୍କୁଟି ମୁହାଁମୁହିଁ ଧକ୍କା; ସ୍କୁଟି ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ୮-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ବିଏନପୁର ଥାନା ଅନ୍ତର୍ଗତ ଲାଂଜିପଲ୍ଲୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ବିଏନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରକୁ ପ୍ରବେଶ କରିବା ନିମନ୍ତେ ସଂଯୋଗ କରୁଥିବା ଚାରି ଚକିଆ ଜାତୀୟ ରାଜପଥରେ କୌଣସି ଟ୍ରାଫିକ ବ୍ୟବସ୍ଥା ନଥିବା ବେଳେ ବାରମ୍ବାର ଦୁର୍ଘଟଣା ଯୋଗୁଁ ଅକାଳରେ ଲୋକଙ୍କ ମୃତ୍ୟୁ ହୋଉଥିବା ଦେଖିବାକୁ ମିଳୁଛି। ଯାହାକୁ ଦୃଷ୍ଟିରେ ରଖି ନିକଟରେ କିଛି ପୋଲିସ କର୍ମଚାରୀଙ୍କୁ…

"ବ୍ରହ୍ମପୁରରେ ଟ୍ରକ ସ୍କୁଟି ମୁହାଁମୁହିଁ ଧକ୍କା; ସ୍କୁଟି ଚାଳକଙ୍କ ମୃତ୍ୟୁ"

ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ ; ସ୍ୱାମୀ ଗିରଫ

ହିଞ୍ଜିଳିକାଟୁ ୮-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଞ୍ଜାମ ପୋଲିସ୍ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିଥାନା ଅଞ୍ଚଳର ଅନ୍ତରିଗାଁରେ ଜଣେ ବୋହୁକୁ ତାର ସ୍ୱାମୀ, ଶାଶୁ, ଶଶୁର ଓ ମାଉସୀ ଶାଶୁ ମିଳିତ ଭାବେ ଯୌତୁକ ଯନ୍ତ୍ରଣା, ଶାରୀରିକ ନିର୍ଯ୍ୟାତନା ଓ ହତ୍ୟା ଧମକ ଦେବା ଅଭିଯୋଗରେ ହିଞ୍ଜିଳି ପୋଲିସ୍ ସ୍ଵାମୀ ଟୁଟୁ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ପ୍ରକାରେ ହିଞ୍ଜିଳିଥାନା ଅନ୍ତରିଗାଁର ଲଷ୍ମୀ ସ୍ୱାଇଁଙ୍କ ସହ ସେହି ଗାଁର ରାମ ସ୍ୱାଇଁ ଓ ସଜନୀ ସ୍ୱାଇଁଙ୍କ ପୁତ୍ର ଟୁଟୁ ସ୍ୱାଇଁଙ୍କ ସହ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଝିଅ ପରିବାର ପକ୍ଷରୁ ୮୦ହଜାର ଟଙ୍କା ସହ ସୁନା, ରୂପା ଓ…

"ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ ; ସ୍ୱାମୀ ଗିରଫ"

ପାଟିରେ ୫୩୩ ଷ୍ଟ୍ର’ ରଖିଲେ ବ୍ରହ୍ମପୁରର ଯୁବକ

ବ୍ରହ୍ମପୁର ୭-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ପାଟିରେ ଏକାଥରକେ ୫୩୩ଟି ଷ୍ଟ୍ର’କୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପୁରାଇ ଗିନିସ୍ ବୁକ୍ ଅଫ ୱାର୍ଲଡ୍‌ ରେକର୍ଡ ଲକ୍ଷରେ ବ୍ରହ୍ମପୁରର ମନୋଜ ମହାରଣା। ଏହା ପୂର୍ବରୁ ମୁମ୍ବାଇର ଜଣେ ଯୁବକ ୪୯୬ଟି ପାଇପ୍ ପୂରାଇ ରେକର୍ଡ କରିଥିଲେ। ସେହିପରି ୪୦ଟି ଜ୍ୱଳନ୍ତା ମହମବତୀକୁ ଏକାସଙ୍ଗେ ୪୦ ସେକେଣ୍ଡ ଧରି ପାଟିରେ ରଖିଥିଲେ ମନୋଜ। ମନୋଜଙ୍କ ପୂର୍ବରୁ ମୁମ୍ବାଇର ଦିନେଶ ଶିଭନାଥ ଉପାଧ୍ୟୟ ନାମକ ଜଣେ ଯୁବକ ୩୭ଟି ମହମବତୀ ରଖି ରେକର୍ଡ କରିଥିଲେ। ସେହିପରି ମନୋଜଙ୍କ ୩ୟ ପ୍ରୟାସ ଥିଲା, ଗୋଟିଏ ମିନିଟରେ ୬.୫ ସେଣ୍ଟିମିଟର ଲମ୍ବର ଟୁଥ୍‌ପିକ୍‌କୁ ପାଟି ଭିତରେ ୪୨ଥର ବୁଲାଇଥିଲେ। ଏହାପୂର୍ବରୁ ଦିନେଶ…

"ପାଟିରେ ୫୩୩ ଷ୍ଟ୍ର’ ରଖିଲେ ବ୍ରହ୍ମପୁରର ଯୁବକ"

ପୋଖରୀରେ ବୁଡି ଜଣେ ବ୍ୟକ୍ତିର ମୃତ୍ୟୁ

ପୁରୁଷୋତ୍ତମପୁର, ୫/୯ (ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ମରଗାଡିଆ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ସେହି ଗ୍ରାମର ଆଡୁଆସାହିର ସୁକାନ୍ତ ବେହେରା (୫୦)। ସୂଚନାନୁସାରେ, ସୁକାନ୍ତ ମଙ୍ଗଳବାର ସନ୍ଧ୍ୟାରେ ମରଗାଡିଆ ପୋଖରୀକୁ ସ୍ନାନ ନିମନ୍ତେ ଯାଇ ଆଉ ଫେରିନଥିଲେ। ଏହି ଖବର ଗ୍ରାମରେ ପ୍ରଘଟ ହେବା କ୍ଷଣି, ଗ୍ରାମବାସୀ ଉକ୍ତ ପୋଖରୀରେ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁରାକ ପାଇପାରିନଥିଲେ। ଖବରପାଇ ପୁରୁଷୋତ୍ତମପୁର ଦମକଳ ବାହିନୀ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ଧରି ପୋଖରୀରେ ଖୋଜାଖୋଜି କରି ଉକ୍ତ ବ୍ୟକ୍ତିକୁ ରାତ୍ର ୧୦ ଟାରେ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ।…

"ପୋଖରୀରେ ବୁଡି ଜଣେ ବ୍ୟକ୍ତିର ମୃତ୍ୟୁ"

ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ ଘଟଣା: ମାମଲା ପ୍ରତ୍ୟାହାର ଦାବିରେ ଛାତ୍ରଙ୍କ ଧାରଣା

ପୁରୁଷୋତ୍ତମପୁର,୫/୯,(ଓଡିଆ ପୁଅ/ସୁଦାମ ମହାରଣା) ତାରାତାରିଣୀ ମହାବିଦ୍ୟାଳୟରେ ଗତ ୨୯ ତାରିଖରେ ଗଣେଶ ପୂଜା ପାଇଁ ଶ୍ରେଣୀ ପ୍ରତିନିଧି ଚୟନପ୍ରକ୍ରିୟାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ ୫ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା ଗୋଟିଏ ଗୋଷ୍ଠୀର ଛାତ୍ରମାନଙ୍କୁ ଉପରୁ ମାମଲା ପ୍ରତ୍ୟାହାର ଦାବିରେ କଲେଜ ପରିସରରେ ଶାନ୍ତି ପୂର୍ଣ୍ଣ ଭାବେ ଦିନ ତମାମ ଧାରଣାରେ ବସିଥିଲେ। କଲେଜ ପରିସରରେ ଧାରଣା ପାଇଁ ଅନୁମତି ନେଇନଥିବା ଅଧ୍ୟକ୍ଷ ବିଘ୍ନ ରାଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ଛାତ୍ର ଉପରେ ପୁଲିସ ମିଥ୍ୟା କେସ୍ କରିବା, ଛାତ୍ରମାନଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା, ମାଡ ମାରିବା ଓ ଗାଳିଗୁଲଜ କରିବା ସପ୍ତାହ ପର୍ଯ୍ୟନ୍ତ ଥାନାରେ ହାଜିରା ପକାଇବା…

"ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ ଘଟଣା: ମାମଲା ପ୍ରତ୍ୟାହାର ଦାବିରେ ଛାତ୍ରଙ୍କ ଧାରଣା"

ରୋଲାଣ୍ଡ ଫାର୍ମାସୀ କଲେଜରେ ଦୁଇଦିନିଆ କର୍ମଶାଳା ଉଦ୍‌ଯାପିତ

ବ୍ରହ୍ମପୁର, ୪ ସେପ୍ଟେମ୍ବର (ଓଡ଼ିଆ ପୁଅ) : ଓଡ଼ିଶାର ଅଗ୍ରଣୀ ଫାର୍ମାସୀ ଶିକ୍ଷାନୁଷ୍ଠାନ, ବ୍ରହ୍ମପୁର ଖୋଡ଼ାସିଙ୍ଗି ସ୍ଥିତ ରୋଲାଣ୍ଡ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ଠାରେ ଏକ ଦୁଇଦିନିଆ କର୍ମଶାଳାର ଆୟୋଜିତ ହୋଇଯାଇଛି। “ହେଣ୍ଡ୍‌ସ ଅନ୍ ଟ୍ରେନିଂ ଅନ୍ କଂପ୍ରେସନ୍ ଏଣ୍ଡ୍ କୋଟିଂ ଅଫ୍ ଟାବ୍‌ଲେଟ୍‌ସ” ଶୀର୍ଷକ ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠାନର ଫାର୍ମାସ୍ୟୁଟିକ୍‌ସ ବିଭାଗ ଦ୍ବାରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ଏକ ଏବଂ ଦୁଇ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ଫାର୍ମାସୀ ଶେଷବର୍ଷ ତଥା ସ୍ନାତକ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିନ ପୂର୍ବାହ୍ନରେ ଏହି କର୍ମଶାଳାର ଉଦଘାଟନୀ ଉତ୍ସବ ଅନୁଷ୍ଠାନର ସେମିନାର କକ୍ଷରେ ଆୟୋଜିତ ହୋଇଥିଲା।…

"ରୋଲାଣ୍ଡ ଫାର୍ମାସୀ କଲେଜରେ ଦୁଇଦିନିଆ କର୍ମଶାଳା ଉଦ୍‌ଯାପିତ"

ହିଞ୍ଜିଳିକାଟୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ

ହିଞ୍ଜିଳିକାଟୁ ୪-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ରବିବାର ରାତିରେ ଶେରଗଡ଼ ଥାନା ଅନ୍ତର୍ଗତ ମାରୁଡ଼ି ଗ୍ରାମର ବାଳକୃଷ୍ଣ ତ୍ରିପାଠୀ ଓ ଲାଲମୋହନ ତ୍ରିପାଠୀ କୌଣସି କାମରେ ହିଞ୍ଜିଳିକାଟୁ ଆସିଥିଲେ। ସେଠାରେ ନିଜ କାମସାରି ଘରକୁ ଫେରିବା ସମୟରେ ହିଞ୍ଜିଳିକାଟୁ ଘୋଡ଼ାହାଡ଼ ବ୍ରିଜ୍ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟାଟା ଏସିଇ ଧକ୍କା ଦେଇଥିଲା। ଯାହାଫଳରେ ବାଳକୃଷ୍ଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଲାଲମୋହନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଲାଲମୋହନଙ୍କୁ ଗୁରୁତର ଅବସ୍ଥାରେ ହିଞ୍ଜିଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା…

"ହିଞ୍ଜିଳିକାଟୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ"