କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର ଦାୟୀ – ଧର୍ମେନ୍ଦ୍ର ପ୍ରଧାନ

ମାହାଙ୍ଗାରେ ବିଜେପିରେ ମିଶିଲେ ବୁଲୁ ପ୍ରଧାନଙ୍କ ସହ ହଜାର- ହଜାର ସମର୍ଥକ – ଅଂଜନା ମିଶ୍ର କାଣ୍ଡ ଘଟିଲା ବେଳେ ତକ୍ରାଳୀନ ସରକାର ଯେଉଁ ଅହଙ୍କାରରେ ଥିଲେ ଆଜିର କ୍ଷମତାରେ ଥିବା ଲୋକ ମାନେ ସମାନ ଅହଙ୍କାର ଦେଖାଉଛନ୍ତି – କୁନ୍ଦୁଲୀ ପୀଡିତା ସସ୍ମିତାଙ୍କ ଗଣମାଧ୍ୟମରେ ପ୍ରସାରିତ ବୟାନକୁ ଜନ ସଭାରେ ଶୁଣାଇଲେ – ଏହି ସାକ୍ଷାତକାରରେ ସସ୍ମିତା ଡିଜି ଟଙ୍କା ଦେଇ ଚୁପ କରାଇବାକୁ ଚେଷ୍ଟା କରିବା ଓ ତାଙ୍କୁ ପାଗଳୀ ଭାବେ ଚିତ୍ରିତ କରିବାର ଅପଚେଷ୍ଟା କରିବା ସମ୍ପର୍କରେ ଦେଇଥିଲେ ସୂଚନା – ଦୋଷୀ ବିରୁଦ୍ଧରେ ନୁହେଁ ପୀଡିତାଙ୍କୁ ନ୍ୟାୟ ପାଇଁ ମହିଳା କମିଶନରେ ଆନ୍ଦୋଳନ କରୁଥିବା ବିଜେପି ମହିଳାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ…

"କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର ଦାୟୀ – ଧର୍ମେନ୍ଦ୍ର ପ୍ରଧାନ"

ପ୍ରାଚୀ ଉପତ୍ୟକାରେ ତାମ୍ର ପ୍ରସ୍ତର ଯୁଗର ସଂନ୍ଧାନ ପରେ ଖନନ ଆରମ୍ଭ: ମିଳିଳା ପୁରାତନ ପ୍ରସ୍ତର ସାମଗ୍ରୀ ଓ ଭଗ୍ନାବଶେଷ

ନିଆଳି/କଟକ ୧-୨ (ଓଡ଼ିଆ ପୁଅ/ଦେବବ୍ରତ ରାୟ) ପ୍ରାଚୀ ନଦୀ ଉପତ୍ୟାକାରେ ତାମ୍ର ପ୍ରସ୍ତର ଯୁଗ ସଭ୍ୟତାର ସଂନ୍ଧାନ ମିଳିବା ପରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗ ଉତ୍ ଖନନ ଶାଖା-୪ ପକ୍ଷରୁ ସୋମବାର ଉତ୍ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଉତ୍ ଖନନର ପ୍ରଥମ ଦିନରେ ପୁରାତନ ପ୍ରସ୍ତର କେତେକ ପ୍ରସ୍ତର ଖଣ୍ଡ ମିଳିଥିବା ଜଣାଯାଇଛି। ଖବର ନେବାରୁ ଜଣାଯାଇଛି ଦିର୍ଘଦିନ ତଳେ ଏହି ବ୍ଲକ୍ ଅନ୍ତର୍ଗତ ତାମ୍ପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ନିଆଳି ବ୍ଲକ୍ ଅଞ୍ଚଳ କୂଳ ଜଲ୍ଲାରପୁର ସ୍ଥିତ ଭାରତୀହୁଡ଼ାରେ କିଛି ପୁରାତନ ସଭ୍ୟତାର ସଂନ୍ଧାନ ମିଳିଥିବା ନେଇ ଏଏସ୍ ଆଇ ଉତ୍ ଖନନ ଶାଖାକୁ ଖବର…

"ପ୍ରାଚୀ ଉପତ୍ୟକାରେ ତାମ୍ର ପ୍ରସ୍ତର ଯୁଗର ସଂନ୍ଧାନ ପରେ ଖନନ ଆରମ୍ଭ: ମିଳିଳା ପୁରାତନ ପ୍ରସ୍ତର ସାମଗ୍ରୀ ଓ ଭଗ୍ନାବଶେଷ"

ବିଶ୍ୱ ହିନ୍ଦୁ ପରିଷଦ ର ବନ୍ଧୁ ମିଳନ ଅନୁଷ୍ଠିତ

କଟକ ୨୯/୦୧/୧୮ (ଓଡ଼ିଆ ପୁଅ) ରିଖ କଟକ ମହାନଗର ବିଶ୍ୱ ହିନ୍ଧୁ ପରିଷଦ ଆନୁକୂଲ୍ୟ ରେ ସମସ୍ତ ଜାତି ମୁଖିଆ, ପୂଜା କମିଟି ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବନ୍ଧୁ ମିଳନ କଲେଜ ଛକ ସ୍ଥିତ ଯଶୋଦା ସଦନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାପତି ଭାଗବତ ସାହୁ ଏହି ପଝରି ବନ୍ଧୁ ମିଳନ ମାଧ୍ୟମ ରେ ହିନ୍ଦୁ ସମାଜ ମଧ୍ୟ ରେ ଥିବା ଭେଦଭାବ କୁ ଭୁଲି ସାମାଜିକ ସମରସତା ସୃଷ୍ଟି ପାଇଁ ନିବେଦନ କରିଥିଲେ। ଉକ୍ତ ବନ୍ଧୁମିଳନ ରେ ୧୯ ଦିଗ ଭାଗ ସଂକୀର୍ତ୍ତନ ମଣ୍ଡଳୀ ର ସର୍ବଧିକାରୀ ଶ୍ରୀ ଯୁକ୍ତ ବିରେନ୍ଦ୍ର କୁମାର ସାହୁ, ୧୬ ଦିଗ…

"ବିଶ୍ୱ ହିନ୍ଦୁ ପରିଷଦ ର ବନ୍ଧୁ ମିଳନ ଅନୁଷ୍ଠିତ"

ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ

ଭବନୀପାଟଣା, ୨୮/୧(ଓଡିଆପୁଅ/ମାନସ ରାଉତ) ଓଡିଶା ଇତିହାସ କଂଗ୍ରେସର ୩୯ତମ ଜାତୀୟ ଅଧିବେଶନ ଭବାନୀପାଟଣା କଳାହାଣ୍ଡିସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଶ୍ରୀଯୁକ୍ତ ପ୍ରଫେସର ଅମୀୟ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ପ୍ରଫେସର ଶିଳା ତ୍ରିପାଠୀ ଯୋଗ ଦାନ କରିଥିଲେ। ଏହି ସଭାର ପରିଚାଳନା କରିଥିଲେ ଓଡିଶା ଇତିହାସ କଂଗ୍ରେସର ସମ୍ପାଦକ ଡକ୍ଟର ବସନ୍ତ କୁମାର ମଲ୍ଲିକ ଓ ସ୍ଥାନୀୟ ସମ୍ପାଦକ ଡକ୍ଟର ବାବା ମିଶ୍ର। ଭବାନୀପାଟଣା ସଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଯଦୁନାଥ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାରେ ଓଡିଶା ଇତିହାସ କଂଗ୍ରେସର ସଭାପତି ଡକ୍ଟର ହେମନ୍ତ…

"ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ"

ଗଣତନ୍ତ୍ର ଓ ନିଜ କର୍ତ୍ତବ୍ୟକୁ ଭୁଲି ଶାସକ ବିଜେଡିର ଏଜେଣ୍ଡାରେ ସାମିଲ ହୋଇ ପୋଲିସ ଓ ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି: ବିଜେପି

ବିଜେପିର କର୍ମୀମାନଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରିବା ପ୍ରସଙ୍ଗରେ: – ଗତକାଲି କଟକରେ ବିଜେପି କାର୍ଯ୍ୟକର୍ତାଙ୍କୁ ରାତିଅଧିଆ ଗିରଫ ଅଗଣତାନ୍ତ୍ରୀକ – ଖୋଦ୍ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରରେ ହିଂସା ସୃଷ୍ଟି କରି ନିଜର ରାଜନୈତିକ ଫାଇଦା ହାସଲ କରିବାକୁ ମଧ୍ୟ ପଛାଉନାହାଁନ୍ତି – ସାଧାରଣ ସହରବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗକୁ ଉତ୍ଥାପନ କରିବା କ’ଣ ଭୂଲ ? – ହିଂସା ପରାୟଣ ଶାସକ ବିଜେଡିର ଅସହିଷ୍ନୁ ମନୋଭାବ ସ୍ପଷ୍ଟ ହୋଇଛି ଭୁବନେଶ୍ୱର, ତା ୧୨/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ଚାଲିଛି ଅରାଜକତାର ସରକାର। ପ୍ରଶାସନିକ ଅଧିକାରୀଠୁ ଆରମ୍ଭ କରି ପୋଲିସ ଅଫିସର ପର୍ଯ୍ୟନ୍ତ ଲାଗୁଛି ସମସ୍ତେ ଯେମିତି ଶାସକ ବିଜେଡିର ଚାବି ଦିଆ ଖେଳନା। ଶାସକ ବିଜେଡି…

"ଗଣତନ୍ତ୍ର ଓ ନିଜ କର୍ତ୍ତବ୍ୟକୁ ଭୁଲି ଶାସକ ବିଜେଡିର ଏଜେଣ୍ଡାରେ ସାମିଲ ହୋଇ ପୋଲିସ ଓ ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି: ବିଜେପି"

ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ଶୀତରେ ଥରୁଛି ଓଡ଼ିଶା। ଶୀତ ସାଙ୍ଗକୁ କେଉଁ କେଉଁ ସ୍ଥାନରେ କୋହଲା ପବନ। ଶୀତକୁ ବଢାଇ ଦେଇଛି ଏହି କୋହଲା ପବନ। ସୂଚନାରୁ ଜଣାପଡ଼ିଛିଯେ, ରାଜ୍ୟର ଅର୍ଦ୍ଧାଧିକ ଜିଲା ଅର୍ଥାତ୍ ପ୍ରାୟ ୧୫ଟି ଡିଲାରେ ୧୦ ଡଗ୍ରୀ ତଳକୁ ପାରଦ ଖସି ଆସିଥିବା ଜଣାପଡ଼ିଛି। ଏପରିକି ଫୁଲବାଣିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିଅସ୍ ଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱର ଏବମଂ କଟକରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଭୁବନେଶ୍ୱରରେ ସର୍ନିମ୍ନ ତାପମାତ୍ର ୧୧.୫ ଡିଗ୍ରୀ ସେଲସିଅସ୍ ଧିବା ବେଳେ କଟକର ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ ଥିଲା। ସେହିପରି ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପରେ ଲୋକମାନେ ନାହିଁ ନ…

"ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ"

କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୫-୧ (ଓଡ଼ିଆ ପୁଅ) ଆପଣମାନେ ସବୁବେଳେ ଲୋକଙ୍କ ସହିତ ରୁହନ୍ତୁ ଏବଂ ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇ କାମ କରନ୍ତୁ। ଆଜି ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ପୋଲିସ ସ୍ଵତନ୍ତ୍ର ଧ୍ୟାନ ଦେବା ଦରକାର। ସେମାନଙ୍କ ଅଭିଯୋଗର ତ୍ୱରାନ୍ୱିତ ଅନୁସଂଧାନ କରି ସମାଧାନ କରିବାପାଇଁ ଉଦ୍ୟମ କରିବାକୁ ସେ କହିଥିଲେ। କମିଶନରେଟ୍ ପୋଲିସ ଗତ ୧୦ ବର୍ଷ…

"କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ"

ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଓଡିଆ ଚଳଚିତ୍ର ଜଗତର ଜଣେ ଜଣାଶୁଣା ବରିଷ୍ଠ ନିର୍ଦ୍ଦେଶକ ନରେନ୍ ରାୟଙ୍କ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର କଟକ ସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇଁ ବହୁ ବିଶିଷ୍ଟ କଳାକାର ଓ ଚଳଚିତ୍ର ନିର୍ଦ୍ଦେଶକ ତାଙ୍କ କଟକ ସ୍ଥିତ ନୂଆବଜାର ନିଜସ୍ୱ ବାସଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜାଳୀ ଅର୍ପଣ କରି ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ଗଭିର ସମ୍ବେଦନା ଜ୍ଞାପନ କରିଥିଲେ। ପ୍ରଥମ ଓଡିଆ ଚଳଚିତ୍ର ଗପ ହେଲେବି ସତ ଚଳଚିତ୍ରର ନିର୍ଦ୍ଦେଶକ ହୋଇଥିଲେ। ତାଙ୍କ ମରଶରୀରକୁ ଗୁରୁବାର କଟକରୁ ସ୍ୱର୍ଗଦ୍ୱାର ଅଣାଯାଇ ଶେଷକୃତ ସଂପନ୍ନ…

"ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି"