Home Top News ‘ଅଗ୍ନିପଥ’ ନିଯକ୍ତି ଯୋଜନାକୁ ବିରୋଧକରି କଟକରେ ବିକ୍ଷୋଭ ପ୍ରଦର୍ଶନ

‘ଅଗ୍ନିପଥ’ ନିଯକ୍ତି ଯୋଜନାକୁ ବିରୋଧକରି କଟକରେ ବିକ୍ଷୋଭ ପ୍ରଦର୍ଶନ

72

କଟକ:୧୭/୬ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ବାରବାଟୀ ସନ୍ନିକଟ ଉପର ପଡ଼ିଆରେ ବହୁନିଯୁକ୍ତି ଆଶାୟୀ ଯୁବକ ଏକତ୍ରୀତ ହୋଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ବେଳେ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିରୋଧ କରି ଧାରଣା ଓ ବିକ୍ଷୋଭ କରିଥିଲେ ଆଶାୟୀ।

୨୦୨୧ ରେ ଫିଜିକାଲ ଓ ମେଣ୍ଟାଲ ଟେଷ୍ଟ ପରୀକ୍ଷା ଦେବା ପରର ଲିଖିତ ପରୀକ୍ଷାର ବିଳମ୍ବକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପୁନର୍ବାର ପରୀକ୍ଷା କରାଇବା ପାଇଁ ଦାବିକରିଛନ୍ତି।

ଧୀରେ ଧୀରେ ବିକ୍ଷୋଭ କାରୀଙ୍କ ସଂଖ୍ୟା ବଢିବାରୁ, ସମସ୍ତେ ଏକାଠି ହୋଇ ଆର୍ମି ରିକୃଟମେଣ୍ଟ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ।

ପୋଲିସର ଉପସ୍ଥିତି ଦେଖି ବିକ୍ଷୋଭ କାରି କଟକ ରେଲୱେ ଷ୍ଟେସନ ଅଭିମୁଖେ ଏକ ପ୍ରଦର୍ଶନ କରି ଆଗେଇଥିଲେ।

ଏହା ପରେ ପୋଲିସ ବିକ୍ଷୋଭ କାରୀଙ୍କୁ କାବୁ କରି ପୋଲିସ ଭ୍ୟାନରେ ଭର୍ତ୍ତିକରି ନେଇ ଯାଇଥିଲା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା କଟକ ଡିସିପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.