Home ଓଡ଼ିଶା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

63

ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ଆର୍‌. କେ. ଶର୍ମା, ଭୁବନେଶ୍ୱର-କଟକ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ଶ୍ରୀ ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଭୁବନେଶ୍ୱର-କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଭୟ ଦେଶର ଖେଳାଳୀଙ୍କ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଡିଜିପିଙ୍କୁ ଅବଗତ କରାଇଥିଲେ। ଖେଳାଳୀମାନେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରଠାରୁ ଖେଳ ଶେଷହେବା ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ବିଶଦଭାବେ ଆଲୋଚନା କରିଥିଲେ। ଖେଳାଳିଙ୍କ ହୋଟେଲରେ ରହଣି, ନେଟ୍‌ସ୍ ଅଭ୍ୟାସ ସମୟରେ ଖେଳାଳୀଙ୍କ ଭୁବନେଶ୍ୱରରୁ କଟକ ଗସ୍ତ ଏବଂ ପ୍ରତ୍ୟାବର୍ତ୍ତନ, ଖେଳଦିନ ଷ୍ଟାଡିୟମ ପରିସରରେ ଏବଂ ଷ୍ଟାଡିୟମ ବାହାରେ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ସୁନିୟନ୍ତ୍ରିତ, ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ପୋଲିସ ମୁତୟନ, ଦର୍ଶକଙ୍କ ନିମନ୍ତେ ସୁବନ୍ଦୋବସ୍ତ ପାର୍କିଂ ବ୍ୟବସ୍ଥା ସଂପର୍କରେ ବିଶଦ ଭାବେ ଡିଜିପିଙ୍କୁ ଅବଗତ କରାଇଥିଲେ। ଖେଳର ସୁପରିଚାଳନା ନିମନ୍ତେ ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଏସିପି, ୪୫ ଇନ୍ସ୍‌ପେକ୍ଟର, ୨୭୭ ଏସ.ଆଇ/ ଏ.ଏସ୍‌.ଆଇ, ୨୧ ଟ୍ରାଫିକ ହାବିଲଦାର, ୯୨ ଟ୍ରାଫିକ କନେଷ୍ଟବଳ, ୧୭୬ ଏପିଆର କନେଷ୍ଟବଳ, ୪୩ ମହିଳା କନେଷ୍ଟବଳ, ୧୭୧ ହୋମ୍‌ଗାର୍ଡ ଏବଂ ୧୮୬ ସେକ୍ସନ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଡିଜିପିଙ୍କୁ ଅବଗତ କରିଛନ୍ତି। ପରେ ଡିଜିପି ଶ୍ରୀ ସୁନୀଲ କୁମାର ବଂସଲ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ଆର୍‌. କେ. ଶର୍ମା, ଭୁବନେଶ୍ୱର-କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ଶ୍ରୀ ପିନାକ ମିଶ୍ର ବାରବାଟୀ ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.