Home ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ

38

କଟକ ୨୧.୦୫ (ଓଡ଼ିଆ ପୁଅ) – ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ସନ୍ତ୍ରାସବାଦ ନିରୋଧ ଶପଥ ପାଠ କରାଯାଇଅଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅଧିକାରୀ/କର୍ମଚାରୀମାନେ ଦେଶର ଅହିଂସା ଓ ସହନଶୀଳତା ପରମ୍ପରା ଉପରେ ଦୃଢ ବିଶ୍ୱାସ ରଖି ସମସ୍ତ ଶକ୍ତି ସହିତ ଆତଙ୍କବାଦ ଓ ହିଂସାର ବିରୋଧ କରିବା ସହ ମାନବଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥି୍ବା ବ୍ୟକ୍ତି ମାନଙ୍କ ସହ ସଂଗ୍ରାମ କରିବାକୁ ଶପଥ ନେଇଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଉପସ୍ଥିତ ରହି ସମସ୍ତ କର୍ମଚାରୀ/ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଆର୍‌.କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର, ଆଇ.ଜି (ହେଡ୍‌କ୍ୱାର୍ଟର) ଶ୍ରୀ ଏସ. ଦେବଦତ୍ତ ସିଂ, ଆଇ.ଜି (ପର୍ସୋନେଲ୍) ଶ୍ରୀ ପ୍ରବୀଣ କୁମାର ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ୤ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ପଙ୍କଜ କୁମାର ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.