ତାଳଚେର ତହସିଲରେ ଅନ୍ ଲାଇନ୍ ଖାରଜ ଦାଖଲ ପ୍ରକ୍ରିୟାର ଶୁଭାରମ୍ଭ

ତାଳଚେର, ୧୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡ଼ିଶା ସରକାରଙ୍କ ସୈାଜନ୍ୟରେ ତଥା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ସହଯୋଗରେ ତାଳଚେର ତହସିଲରେ ରାଜ୍ୟ ସରକାରଙ୍କର ଥ୍ରୀ ଟି ସିଷ୍ଟମର କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଅନ୍ ଲାଇନ୍ ଖାରଜ ଦାଖଲ(ମ୍ୟୁଟେସନ ଦାଖଲ) ପ୍ରକ୍ରିୟା ଗୁରୁବାର ମଧ୍ୟାହ୍ନ ୧୨.୩୦ମିନିଟ୍ ରେ ଶୁଭାରମ୍ଭ କରାଯାଇଛି। ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ବୈଷୟିକ ନିର୍ଦେଶକ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ଅଧିକାରୀ ସୁବ୍ରତ କୁମାର ଚାଟାର୍ଜୀ ଏବଂ ତାଳଚେର ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ ଆନୁଷ୍ଠାନିକ ଭାବେ ଏହି ଅନ୍ ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି ବ୍ୟବସ୍ଥା ଦ୍ୱାରା…

"ତାଳଚେର ତହସିଲରେ ଅନ୍ ଲାଇନ୍ ଖାରଜ ଦାଖଲ ପ୍ରକ୍ରିୟାର ଶୁଭାରମ୍ଭ"

ମା’ହିଙ୍ଗୁଳା କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ; ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱର ଚାମ୍ପିୟନ

ତାଳଚେର, ୧୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବ୍ଲାକ ଡାଇମଣ୍ଡ ୟୁଥ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗୋପାଳ ପ୍ରସାଦସ୍ଥିତ ଗଜରାଜ ସିଂ ଷ୍ଟାଡିୟମଠାରେ ଚାଲିଥିବା ୩୨ତମ ମା’ହିଙ୍ଗୁଳା କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଅନ୍ତିମ ଦିବସରେ ଫାଇନାଲ ମ୍ୟାଚ୍ ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱର ଏବଂ ୟୁନିୟନ ସ୍ପୋର୍ଟିଂ କ୍ଲବ, କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ପ୍ରଥମେ ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱର ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୨୦୩ରନ୍ କରିଥିଲେ। ଦଳ ପକ୍ଷରୁ ଏହାର ଅଧିନାୟକ ବିଶ୍ୱଜିତ ୬୯ରନ୍ ର ଇନିଂସ୍ ଖେଳିଥିଲେ। ଏହାର ଜବାବରେ ୟୁନିୟନ ସ୍ପୋର୍ଟିଂ କ୍ଲବ, କଟକ ଏମ୍.ଡି.ଆକ୍ରମଙ୍କ ୪୩ରନ୍ ବଳରେ ୧୭୯ରନ୍ କରି ପରାଜିତ…

"ମା’ହିଙ୍ଗୁଳା କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ; ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱର ଚାମ୍ପିୟନ"

ଜାତୀୟ ମତଦାତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର, ୧୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚଳିତ ଜାନୁଆରୀ ମାସ ୨୫ତାରିଖରେ ପାଳିତ ହେବାକୁ ଥିବା ଜାତୀୟ ମତଦାତା ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ତାଳଚେର ଉପଜିଲ୍ଲାପାଳ ତଥା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ ମିହିର ପ୍ରସାଦ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଦିବସକୁ ସମସ୍ତ ୧୯୯ ବୁଥସ୍ତରରେ ପାଳନ କରାଯିବା ନିମନ୍ତେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ଦିବସର ସକାଳ ୭ଘଟିକା ସମୟରେ ଏକ ସଚେତନତା ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରଠାରୁ ବାହରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଂଚିବ। ଏହାପରେ ପଂଚାୟତ ସଭାଘରଠାରେ ଏକ ବୈଠକ ଅନୁଷ୍ଠିତ ହେବ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଏହି…

"ଜାତୀୟ ମତଦାତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ"

ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଅନୁଗୋଳ, ୧୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଜଳସେଚନ ବିଭାଗ ଦ୍ୱାରା ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ଏକ ସଚେତନତା ରଥ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଥିଲା। ଜିଲ୍ଲାପାଳ ଅନିଲ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ସଚେତନତା ରଥକୁ ପତାକା ଦେଖାଇ ଆନୁଷ୍ଠାନିକଭାବେ ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ବ୍ୟାପକ କରିବା ସହ ଚାଷ ଓ ଚାଷୀର ଉନ୍ନତି ନିମନ୍ତେ ବିଭିନ୍ନ ସଚେତନତା ବାର୍ତ୍ତା ସହ ଏହି ରଥ ବିଭିନ୍ନ ବ୍ଲକ ବୁଲିବ। ଏହା ୧୬ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା ବେଳେ ଏହି ପାଣି ପଂଚାୟତ ପକ୍ଷରେ ସଚେତନତା ରଥ ମାଧ୍ୟମରେ ଜଳସେଚନ,…

"ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ"

ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କଣିହାଁ ବ୍ଲକ ପ୍ରଶାସନର ଅବହେଳା ଅଭିଯୋଗ

ତାଳଚେର, ୧୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକର ଲୋକପ୍ରତିନିଧିମାନଙ୍କୁ ପ୍ରଶାସନ ପକ୍ଷରୁ କ୍ରମାଗତ ଅବହେଳା କରାଯାଉଥିବା ତଥା ସେମାନଙ୍କ ମତାମତକୁ ଅଣଦେଖା କରାଯାଉଛି। କଣିହାଁ ବ୍ଲକରେ ବିକାଶମୂଳକ କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି କରାଯାଉଛି। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ସଂଧ୍ୟାରେ ତାଳଚେର ପ୍ରେସ୍ କ୍ଲବଠାରେ ଆୟୋଜିତ ଏହି ସମ୍ମିଳନୀରେ ୯ନଂ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ଅଳକା ସାହୁ, ଜରଡା ଗ୍ରାମ ପଂଚାୟତର ସମିତି ସଭ୍ୟ ଯତିନ୍ଦ୍ର କୁମାର ସାହୁ, କଣିହାଁ ପଂଚାୟତର ସମିତି ସଭ୍ୟ ଦେବେନ୍ଦ୍ର ବାରିକ,…

"ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କଣିହାଁ ବ୍ଲକ ପ୍ରଶାସନର ଅବହେଳା ଅଭିଯୋଗ"

ଏମ୍.ସି.ଏଲ କର୍ମଚାରୀଙ୍କ ଆତ୍ମହତ୍ୟା

ତାଳଚେର, ୧୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଏମ୍.ସି.ଏଲ୍ ଭରତପୁର କୋଇଲାଖଣିର ସାଇଲୋ ନିକଟରେ ଜନୈକ ଖଣି କର୍ମଚାରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ କର୍ମଚାରୀଙ୍କ ନାମ ଦିଲ୍ଲୀପ କୁମାର ବିଶୋଇ(୫୪) ଏବଂ ସେ ଢେଙ୍କାନାଳ ଜିଲ୍ଲା ଭୂଷଣ ଥାନା ଅନ୍ତର୍ଗତ ବାଦୀବାହାଳ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ତେବେ ସେ ଅନନ୍ତବିହାର କଲୋନୀସ୍ଥିତ କ୍ୱାର୍ଟରରେ ବାସ କରୁଥିଲେ। ସେ ଏମ୍.ସି.ଏଲ୍ ଅନନ୍ତ କୋଇଲା ଖଣିରେ ସେ ଫିଟର ଭାବରେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବେ ସେ ଡେପୁଟେସନରେ ଭରତପୁର ଖଣି ବଦଳି ହୋଇ ଆସିଥିଲେ। ମଙ୍ଗଳବାର ସକାଳେ ସେ ନିଜର ଉପସ୍ଥାନ ପକାଇ ନିଜ କର୍ମସ୍ଥଳୀକୁ ଯାଇଥିଲେ।…

"ଏମ୍.ସି.ଏଲ କର୍ମଚାରୀଙ୍କ ଆତ୍ମହତ୍ୟା"

ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନରେ ପ୍ରଶାସନିକ ଅବହେଳା

ତାଳଚେର, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଜନହିତକାରୀ ଯୋଜନାରେ ସେମାନଙ୍କର ବିକାଶ ପାଇଁ ଉଦ୍ୟମ କରି ଆସୁଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ସମ୍ଭବ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି। ତାଳଚେର ବ୍ଲକର ଗୁରୁଜାଙ୍ଗ ଗ୍ରାମର ୬ଜଣ ବୃଦ୍ଧବୃଦ୍ଧା ନିଜର ପରିଣତି ବୟସରେ ଭତା ପାଇବା ନିମନ୍ତେ ଆବଶ୍ୟକୀୟ ଆବେଦନ କରିବାପରେ ସେମାନଙ୍କ ଭତା ମଞ୍ଜୁର ହୋଇପାରିନାହିଁ। କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହୋଇ ଗୁରୁଜାଙ୍ଗ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ନିରୋଦ ପାଣିଙ୍କ ସହାୟତାରେ ସେମାନଙ୍କର ଦୁଃଖଭରା ଅଭିଯୋଗ ଉପ-ଜିଲ୍ଲାପାଳଙ୍କ ଆଗରେ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ଭିନ୍ନକ୍ଷମ ବ୍ୟକ୍ତି କେଳା…

"ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନରେ ପ୍ରଶାସନିକ ଅବହେଳା"

ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ ତ୍ରିଧାରା ଶିଶୁ ସାହିତ୍ୟ’ ସମ୍ମାନ

ଅନୁଗୋଳ, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶିଷ୍ଟ ଶିଶୁ ସାହିତ୍ୟିକ, ଫିଚର, ତଥା ସ୍ତମ୍ଭ ଲେଖକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ ତ୍ରିଧାରା ଶିଶୁ ସାହିତ୍ୟ’ ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଗୋଳ ଜିଲ୍ଲା ବଇଣ୍ଡାସ୍ଥିତ ତ୍ରିଧାରା ସାହିତ୍ୟ ସଂସଦ ଓ ଜିଲ୍ଲା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାମ୍ବତ୍ସରିକ ଉତ୍ସବରେ ଅନୁଗୋଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପଫେସର ଶାନ୍ତନୁ କୁମାର ସର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପୃଷ୍ଟିଙ୍କୁ ଉପଢୈାକନ, ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସଂସଦର ସଭାପତି ବିରଂଚି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବୟତ୍ରୀ ଡ.ଇନ୍ଦିରା ଦାଶ ଏବଂ କବି…

"ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ ତ୍ରିଧାରା ଶିଶୁ ସାହିତ୍ୟ’ ସମ୍ମାନ"

ସମାଜସେବୀଙ୍କ ଦ୍ୱାରା ମୁର୍ମୁଷ ଯୁବକ ଉଦ୍ଧାର ଏବଂ ଡାକ୍ତରଖାନାରେ ଭର୍ତ୍ତି

ତାଳଚେର, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମୁର୍ମୂଷ ଅବସ୍ଥାରେ ରାସ୍ତା ପାଶ୍ୱର୍ରେ ପଡିଥିବା ଜନୈକ ଯୁବକଙ୍କୁ ସମାଜସେବୀ କ୍ଷୀରୋଦ ସାହୁ ଉଦ୍ଧାର କରି ତାଙ୍କୁ ତୁରନ୍ତ ୧୦୮ଆମ୍ବୁଲାନ୍ସରେ ତାଳଚେର ଡାକ୍ତରଖାନାରେ ଚିକିତ୍ସିତ କରାଇଛନ୍ତି। ସୂଚନାରୁ ପ୍ରକାଶ, ତାଳଚେର ନିକଟସ୍ଥ ସରାଙ୍ଗ ଆଇ.ଜି.ଆଇ.ଟି ସ୍ୱପ୍ନେଶ୍ୱର ମନ୍ଦିର ସମ୍ମୁଖସ୍ଥ ଜାତୀୟ ରାଜପଥ ୧୪୯ ପାଶ୍ୱର୍ରେ ପ୍ରାୟ ୩୦ବର୍ଷ ବୟସର ଜଣେ ଅଚିହ୍ନା ଯୁବକ ବୁଦୁବୁଦିଆ ଜଙ୍ଗଲରେ ପଡ଼ି ରହିଥିଲେ ଏବଂ ଯୁବକଙ୍କ ପାଖରେ ଏକ ସାଇକେଲ ମଧ୍ୟ ପଡିଥିଲା। ତେବେ ଉକ୍ତ ରାସ୍ତା ଦେଇ ସମାଜସେବୀ ଶ୍ରୀ ସାହୁ ପରଜଙ୍ଗ ଆଡକୁ ଯାଉଥିବା ବେଳେ ଏହା ଦେଖି ତୁରନ୍ତ ଅଚିହ୍ନା ବ୍ୟକ୍ତିକୁ ଉଦ୍ଧାର କରିବା ସହିତ ଏ ସମ୍ପର୍କରେ…

"ସମାଜସେବୀଙ୍କ ଦ୍ୱାରା ମୁର୍ମୁଷ ଯୁବକ ଉଦ୍ଧାର ଏବଂ ଡାକ୍ତରଖାନାରେ ଭର୍ତ୍ତି"

ସମଲ ମୁଣ୍ଡା ହଟିଂର ଶତାଧିକ ଶ୍ରମିକ ଲେବର କାର୍ଡ଼ରୁ ବଂଚିତ

ଅନୁଗୋଳ, ୧୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କଣିହାଁ ବ୍ଲକ ଅନ୍ତର୍ଗତ ସମଲ ମୁଣ୍ଡା ହଟିଂରେ ବାସ କରୁଥିବା ପ୍ରାୟ ୧୫୦ଜଣ ଖଟିଖିଆ ଶ୍ରମିକ ବାସ କରୁଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ଲେବର କାର୍ଡ଼ ମିଳିପାରିନାହିଁ। ପ୍ରତ୍ୟେକ ଦିନ ସେମାନେ କଠିନ ପରିଶ୍ରମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାରଙ୍କ ତରଫରୁ ବିଭିନ୍ନ ଶ୍ରମିକଙ୍କୁ ଜବ୍ ଲେବର କାର୍ଡ଼ ପ୍ରଦାନ କରାଯାଉଛି। ଲେବର କାର୍ଡ଼ ପାଇବା ନିମନ୍ତେ ଅନେକ ବାର ଶ୍ରମ କାର୍ଯ୍ୟାଳୟକୁ ଆସି ଆବେଦନ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଲେବର କାର୍ଡ଼ ମାଧ୍ୟମରେ ମିଳୁଥିବା ବିଭିନ୍ନ ସୁବିଧାରୁ ସେମାନେ ବଂଚିତ ହେଉଛନ୍ତି। ଶ୍ରମ କାର୍ଯ୍ୟାଳୟକୁ ଅନେକବାର…

"ସମଲ ମୁଣ୍ଡା ହଟିଂର ଶତାଧିକ ଶ୍ରମିକ ଲେବର କାର୍ଡ଼ରୁ ବଂଚିତ"