Home ଅନୁଗୁଳ ଅନୀଲ ମିଶ୍ର ପାଇଲେ ଡକ୍ଟରେଟ ଉପାଧି

ଅନୀଲ ମିଶ୍ର ପାଇଲେ ଡକ୍ଟରେଟ ଉପାଧି

392

ଭୁବନେଶ୍ୱର:ଅନୁଗୁଳ କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ଅନୀଲ ମିଶ୍ର ସମ୍ନାନ ଜନକ ଡକ୍ଟରେଟ ଉପାଧି ପାଇଛନ୍ତି।ବାରିପଦା ତକତପୁର ସ୍ଥିତ ଶ୍ରୀରାମ ବିହାର ପରିସରରେ ଆୟୋଜିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବରେ ଅନୀଲ ମିଶ୍ରଙ୍କୁ ଏହି ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି।ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୌରହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଅଧ୍ଯକ୍ଷ ଡଃ: ବ୍ରଜ ବିହାରୀ କୁମାର ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଡଃ: ଅନୀଲ ମିଶ୍ର ୧୯୮୬ରେ ଇଂରାଜୀରେ ଏମଏ ସାରିବା ପରେ ୧୯୯୦ରେ ଏମଫିଲ,୧୯୯୧ରେ ସିଆଇଇଏଫଏଲ ହାଇଦ୍ରାବାଦରୁ ପିଜିଡିଟିଇ ଏବଂ ଏବେ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ବାରିପଦାରୁ ପିଏଚଡି ପ୍ରାପ୍ତ କରିଛନ୍ତି।ଅନୀଲ ମିଶ୍ର ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ଓଡ଼ିଶାର ଜଣେ ବରିଷ୍ଠ ଅଧିକାରୀ।ସେ ଏବେ ସଂଘ (ଆରଏସଏସ)ର ପ୍ରାନ୍ତ କାର୍ଯ୍ୟବାହ ଅଛନ୍ତି।ଡଃ: ଅନୀଲ ମିଶ୍ରଙ୍କ ଏହି ସଫଳତାକୁ ନେଇ ତାଙ୍କ ସହକର୍ମୀ ମାନଙ୍କ ସହ ସଂଘର ସ୍ୱୟଂ ସେବକ ମାନେ ତାଙ୍କୁ ଶୁଭେଛା ଜଣାଇଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.