Home ଅନୁଗୁଳ ପାକିସ୍ଥାନ ପତାକା ପରି ପଗଡ଼ିରେ ସିଦ୍ଧୁ!

ପାକିସ୍ଥାନ ପତାକା ପରି ପଗଡ଼ିରେ ସିଦ୍ଧୁ!

195

ନୂଆଦିଲ୍ଲୀ: ସର୍ବଦା ପାକିସ୍ତାନ ସପକ୍ଷରେ ଓକିଲାତି କରୁଥିବା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବେ ଆଉ ଏକ ନୂଆ ବିବାଦରେ ଯୋଡ଼ି ହୋଇଛନ୍ତି।ସେ ପାକିସ୍ଥାନ ପତାକା ପରି ଇସ୍‌ଲାମିକ ଚିହ୍ନ ଥିବା ଏକ ପଗଡ଼ି ପରିଧାନ କରିଛନ୍ତି।ପାକିସ୍ତାନ ପତାକାରେ ଯେଉଁଭଳି ଗାଢ଼ ସବୁଜ ରଙ୍ଗ ଉପରେ ଅର୍ଦ୍ଧ ଚନ୍ଦ୍ର ରହିଛି, ସିଦ୍ଧୁଙ୍କ ପଗଡ଼ିରେ ମଧ୍ୟ ସେହିଭଳି ଦିଶୁଛି।ଫଟୋକୁ ଖଲିସ୍ତାନ ଆତଙ୍କବାଦୀ ଗୋପାଲ ଚାୱଲା ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ପରେ ବିବାଦ ସୃଷ୍ଟି ହୋଇଛି।ଗୋପାଲ ଏହି ଫଟୋକୁ ଫେସବୁକରେ ଛାଡ଼ିବା ସହ ଏହା ଭାରତରେ ପହଞ୍ଚିବା ଦରକାର ବୋଲି କହିଛନ୍ତି।ତେବେ ଏହି ଫଟୋଟିର ପ୍ରାମାଣିକତା ଜଣାପଡ଼ିନାହିଁ।

ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ?

ଭାରତ ହାରିବାର କାରଣ ଗେରୁଆ- ମେହେବୁବା: ଭାରତ ଜାଣିଶୁଣି ହାରି ଯାଇପାରେ, ଆଶଙ୍କା କରୁଥିଲା ପାକିସ୍ଥାନ!

ଗୋପାଲ ଚାୱଲାର ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସୟିଦ ସହ ସମ୍ପର୍କ ରହିଛି।ତଥାପି ପାକିସ୍ତାନ ସରକାର ତାଙ୍କୁ ନିଜ ଦେଶରେ ଆଶ୍ରୟ ଦେବା ସହ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି।ପାକିସ୍ତାନ ଶିଖ୍‌ ଗୁରୁଦ୍ୱାର ପ୍ରବନ୍ଧକର ସାଧାରଣ ସମ୍ପାଦକ ଭାବେ ଗୋପାଲ ଚାୱଲା କାର୍ଯ୍ୟ କରୁଛି।ସ୍ୱାଧୀନ ଖାଲିସ୍ଥାନ ପାଇଁ କାମ କରୁଥିବା ବେଳେ ସ୍ୱାଧୀନ କାଶ୍ମୀରକୁ ସେ ସମର୍ଥନ କରୁଛି।୨୦୧୮ରେ ସିଦ୍ଧୁଙ୍କୁ ଚାୱଲା ସହ କରତାରପୁର ଠାରେ ଦେଖାଯାଇଥିଲା।ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା, ପାକିସ୍ଥାନ ସେନା ପ୍ରମୁଖ ଜେନେରାଲ କମର ୱାଜବାଙ୍କୁ ଆଲିଙ୍ଗନ କରିବା ଆଦି ପରି ପାକିସ୍ଥାନ ପ୍ରୀତିର ଅନେକ ଉଦାହରଣ ସିଦ୍ଧୁ ଦେଖାଇ ସାରିଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.