୧୪ ଦିନ ପରେ ଧରାପଡ଼ିଲେ ଦୁଇ ଗଣଦୁଷ୍କର୍ମକାରୀ ଅଭିଯୁକ୍ତ

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ଗତ ଜୁଲାଇ ୨୮ ତାରିଖରେ ପ୍ଳାଣ୍ଟସାଇଟ ଥାନା ଅନ୍ତର୍ଗତ କୋଣାର୍କ ଟକିଜ ନିକଟ ଦୁର୍ଗାପୁର ପାହାଡ଼ ଉପରେ ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ଇସ୍ପାତ ସହର ରାଉରକେଲାରେ ଚାଚଂଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ଏହି ଘଟଣାର ପର୍ଦାଫାସ କରିଛି ପୁଲିସ। ପୁଲିସ ଏହି ଘଟଣାରେ ଦୁଇ ଗଣଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୋପବନ୍ଧୁପାଲ୍ଲୀ ଅଂଚଳର ରାହୁଲ ପ୍ରସାଦ(୨୧) ଓ ଗୁରୁଦ୍ୱାରା ରୋଡ଼ ଅଂଚଳର ମନିଷ ପ୍ରସାଦ(୨୨)। ଏହି ସୂଚନା ସ୍ଥାନୀୟ ପ୍ଲାଣ୍ଟସାଇଟ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା…

"୧୪ ଦିନ ପରେ ଧରାପଡ଼ିଲେ ଦୁଇ ଗଣଦୁଷ୍କର୍ମକାରୀ ଅଭିଯୁକ୍ତ"

ଦିନ ଦିପହରରେ ନାବାଳିକାଙ୍କୁ ଗଣଦୁର୍ଷ୍କମ

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ଗତ ଗୁରୁବାର ଦିନ ୧୧ଟାରେ ବିଶ୍ରା ଥାନା ଅନ୍ତର୍ଗତ ରତଖଣ୍ଡି ଗ୍ରାମ ନିକଟ ଜଙ୍ଗଲରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି। ନାବାଳିକାଙ୍କ ବନ୍ଧୁ ବିଶ୍ରା ନୂଆବସ୍ତିର ଯୁବକ କବୀର ଖାନ ଓ ତାଙ୍କ ଚାରି ସାଙ୍ଗ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବା ପୀଡ଼ିତା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ବିଶ୍ରା ଥାନା ପୁଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚାରାଉଚରା ଜାରି ରଖିଛି। ମାତ୍ର ମୁଖ୍ୟ ଅଭିଯୁକ୍ତ କବୀର ଫେରାର ହୋଇ ଯାଇଛି। ପୁଲିସ ୩୭୬ ଓ ଶିଶୁ ଯୌନ ନିର୍ଯ୍ୟାତନା ପ୍ରତିରୋଧ ଆଇନ (ପସ୍କୋ)ରେ ମାମଲା ରୁଜୁ କରି ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚରେ) ପୀଡ଼ିତାଙ୍କ…

"ଦିନ ଦିପହରରେ ନାବାଳିକାଙ୍କୁ ଗଣଦୁର୍ଷ୍କମ"

ତାଳଚେର-ବିମଳାଗଡ଼ ରେଳପଥ ସଂଗ୍ରାମ ସମିତିର ଆଲୋଚନାଚକ୍ର

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର) ତାଲଚେର-ବିମଳାଗଡ଼ ରେଲପଥ ସଂଗ୍ରାମ ସମିତି, ଗତ ତା୮/୮/୧ଓ୦ରିଖ ଦିନ ଭୁବନେଶ୍ୱର ଯାଇଁ ସେଠାର ପାନ୍ଥ ନିବାସଠାରେ, ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ବିଧାୟକ ସୁବ୍ରତ ତରାଇ, ସମିତିର ଆବାହକ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ବିଷ୍ଣୁ ମହାନ୍ତି, ହରିହର ରାଉତରାୟ, ସୁଧୀର ସୁନ୍ଦରରାୟ, ମିହିର ରାୟ, ରମେଶ ବଳ, ଛବି ମହାନ୍ତି ଯୋଗ ଦେଇ, ତାଳଚେର ବିମଳାଗଡ ରେଳପଥ ନିର୍ମାଣରେ କିପରି କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା କରୁଛନ୍ତି, ତାହା ବିଶଦ ଭାବରେ ଆଲୋଚନା କରିବା ସହ, ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ପରଦିନ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇ, ରଘୁନାଥପଲ୍ଲୀ ବିଧାୟକ ଶ୍ରୀ…

"ତାଳଚେର-ବିମଳାଗଡ଼ ରେଳପଥ ସଂଗ୍ରାମ ସମିତିର ଆଲୋଚନାଚକ୍ର"

ଜେଏସପିଏଲ ପକ୍ଷରୁ ଓ.ପି. ଜିନ୍ଦଲଙ୍କ ଜନ୍ମଦିନ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ଆଣ୍ଡ ପାୱାର ଲିମିଟେଡ଼(ଜେଏସପିଏଲ)ର ଟିଆରବି ଲୌହ ଖଣି ତରଫରୁ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ସ୍ୱର୍ଗତ ଓମ ପ୍ରକାଶ ଜିନ୍ଦଲଙ୍କ ୮୮ ତମ ଜନ୍ମଦିବସ ଆଜି ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଥିବାରୁ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଆଖପାଖ ଅଂଚଳର ୧୬ଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନଙ୍କ ଖେଳ ପ୍ରତି ଥିବା ଉତ୍ସାହକୁ ଘନଘନ ବର୍ଷା ଏବଂ ପ୍ରତିକୂଳ ପାଗ କୌଣସି ପ୍ରଭାବ ପକାଇ ପାରିନଥିଲା। ପାରମ୍ପାରିକ ବେଶଭୂଷାରେ ଆସିଥିବା…

"ଜେଏସପିଏଲ ପକ୍ଷରୁ ଓ.ପି. ଜିନ୍ଦଲଙ୍କ ଜନ୍ମଦିନ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ"

ଅଣସଂଙ୍ଗଠିତ ଶ୍ରମିକ ଶୈକ୍ଷିକ ବିକାଶ କର୍ମଶାଳା

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ରାଷ୍ଟୀ୍ରୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନଏବଂ ଉକ୍ôଳମଣୀ ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ସଂଯୁକ୍ତ ପରିଚାଳନାରେ ଆଇଡିଏଲ ସମାଜ ମଙ୍ଗଳ କେନ୍ଦ୍ରରେ ଦୀର୍ଘ ୨ଦିନ ଧରି ପୃଥକ ପୃଥକ ଭାବେ ନବକୃଷ୍ଣନଗର, ଭଂଜ କଲୋନୀ, ଗୋପବନ୍ଧୁ ନଗର, ବାଲିଯୋଡ଼ି ଠାରେ କର୍ମଜୀବୀ ମହିଳା ଓ ଅଣସଙ୍ଗଠିତ ଶ୍ରମିକ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣୀ ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସାଧାରଣ ସମ୍ପାଦକ ଅରୁଣ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଂପୃକ୍ତ ଶ୍ରମିକ ଶୈକ୍ଷିକ ବିକାଶ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଆଇଡ଼ିଏଲ ଏକସପ୍ଲୋସିଭର ବରିଷ୍ଠ ମହାପ୍ରବଦ୍ଧକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ…

"ଅଣସଂଙ୍ଗଠିତ ଶ୍ରମିକ ଶୈକ୍ଷିକ ବିକାଶ କର୍ମଶାଳା"

କୁଢକୁଢ ଆବର୍ଜନା, ବିପଦରେ ଗୋରୁଗାଈ!

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆସନ୍ତା ଅକ୍ଟୋବର ମାସ ୨ ତାରିଖରୁ ସାରାରାଜ୍ୟରେ ପଲିଥିନ ନିଷେଦ୍ଧ ହେବା ଲାଗି ସରକାରଙ୍କ ପକ୍ଷରୁ ନିଷ୍ପତି ହୋଇଥିବା ବେଳେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବିଭିନ୍ନ ସ୍ଥାନରେ ଖୋଲାଜାଗାରେ ଅଳିଆ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି। ସହରର ପେଣ୍ଠସ୍ଥଳୀ ଭାବେ ପରିଚିତ ପାୱାର ହାଉସ ରୋଡ଼ର ଛକ ଜାଗା ମାନଙ୍କରେ ଅଳିଆ ଆବର୍ଜନା ମାସ ମାସ ଧରି ଜମି ରହୁଛି। ବର୍ଷାଦିନରେ ଅଳିଆରେ ବର୍ଷା ପାଣି ଜମି ରହିବ ା କାରଣରୁ ଏହା ପଚିଯାଇ ଏକ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହି ସମସ୍ୟାକୁ ନେଇ ବାରମ୍ବାର ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ…

"କୁଢକୁଢ ଆବର୍ଜନା, ବିପଦରେ ଗୋରୁଗାଈ!"

ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ରର ମରାମତି ଦାବି

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସହର ଓ ଏହାର ଆଖପାଖରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ମୀାମତି ପାଇଁ ଜିଲ୍ଲା କଂଗ୍ରେସ ଦାବି କରିଛି। ଜିଲ୍ଲା କଂଗ୍ରେସ ସଭାପତିି ରବି ରାୟ ନେତୃତ୍ୱରେ ପ୍ରତିନିଧିଗଣ ବନ୍ଧମୁଣ୍ଡା ଅଂଚଳର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ରକ୍ଷାଣବେକ୍ଷଣ ଅଭାବରୁ ବିପଦସଙ୍କୁଳ ସ୍ଥିତିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ପରିଦର୍ଶନ କରିଥିଲେ। ମରାମତି ଅଭାବରୁ କେତେକ ଘରର କାନ୍ଥ ଓ ତଳସବୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଅନେକ ଅଙ୍ଗନବାଡ଼ି କେନ୍ଦ୍ର ଚାରିପାଖରେ ଅସ୍ୱାସ୍ଥ୍ୟକର ପରିବେଶ ରହିଛି। ପାଖରେ ନାଳନର୍ଦ୍ଦମା ରହିଥିବାରୁ ଶିଶୁ ମାନେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା…

"ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ରର ମରାମତି ଦାବି"

ପ୍ଲାଷ୍ଟିକ ବ୍ୟାନରୁ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା: ପ୍ଲାଷ୍ଟିକ ଆବର୍ଜନା ନିୟମାବଳୀ ଅନୁଯାୟୀ ଆସନ୍ତା ଅକ୍ଟୋବର ୨ରୁ ରାଉରକେଲା ମହାନଗରକୁ ସମୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ ସହରରେ ପରିଣତ କରିବା ପାଇଁ ରାଉରକେଲା ମହାନଗର ନିଗମ ସଂକଳ୍ପ ନେଇଛି । ପ୍ଲାଷ୍ଟିକ ବ୍ୟାନ ହେବା ପରେ ଏହାର ବିକଳ୍ପ ଭାବେ କପଡ଼ା ତଥା କାଗଜ ବ୍ୟାଗ ଆପଣାଇବାକୁ ନିଗମ ଉଦ୍ୟମ କରିଛି । ତେଣୁ ଆଗାମୀ ଦିନରେ ବୃଦ୍ଧି ପାଇବାକୁ ଥିବା କପଡ଼ା ତଥା କାଗଜ ବ୍ୟାଗର ଚାହିଦାକୁ ଦୃଷ୍ଟିରେ ରଖି ମହିଳା ସ୍ୱଂ୍ର ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ପରିବର୍ଦ୍ଧିତ କରିବାକୁ ନିଗମ ଯୋଜନା କରିଛି । ଏହି କ୍ରମରେ ଆରଏମସି ପକ୍ଷରୁ ସ୍ଥାନୀୟ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ଲାଷ୍ଟିକ ବ୍ୟାନ…

"ପ୍ଲାଷ୍ଟିକ ବ୍ୟାନରୁ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ"

ଶିଶୁଙ୍କୁ ଘାରିଛି ପେଟର ଚିନ୍ତା, ଅଳିଆ ଏମାନଙ୍କ ଭାଗ୍ୟ ବିଧାତା!

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆଗେଇ ଚାଲିଛି। ସମଗ୍ର ଦେଶକୁ ସଫାସୁତରା ରଖିବା ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ମାନ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ହାତକୁ ନିଆଯାଇ ଏହା ପାଇଁ ପ୍ରୟାସ ଜାରି ରହିଛି। ଶିଶୁ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଅପରପକ୍ଷରେ କିଛି ଶିଶୁ ପେଟ ଚାଖଣ୍ଡକ ପାଇଁ ପରିବାର ସାଙ୍ଗରେ ଅଳିଆ ଆବର୍ଜନା ସଂଗ୍ରହ କରି ପେଟ ପାଇଁ ଦୁଇ ମୁଠା ଦାନା ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଯାହାକି ଦାରିଦ୍ର୍ୟ ଭିତରେ ଦାରୁଣତାକୁ ସ୍ପଷ୍ଟ ରୂପେ…

"ଶିଶୁଙ୍କୁ ଘାରିଛି ପେଟର ଚିନ୍ତା, ଅଳିଆ ଏମାନଙ୍କ ଭାଗ୍ୟ ବିଧାତା!"

‘ପରମାଣୁ ବୋମା ନୁହେଁ ଶିକ୍ଷା ଦରକାର’

ରାଉରକେଲା ୮-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରଘୁନାଥପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଓଡିଆ ଭାଷା ବିକାଶମଂଚର ମିଳିତ ଆନୁକୂଲ୍ୟରେ ହିରୋସିମା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ନିଜ ବକ୍ତବ୍ୟରେ କହିଲେ ଯେ ପ୍ରାୟ ୭ ଦଶନ୍ଧି ତଳେ ହିରୋସୀମା ସହର ଉପରେ ପରମାଣୁ ବୋମା ପଡିଥିଲା। ତାର ପ୍ରଭାବରେ ୩୦ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ…

"‘ପରମାଣୁ ବୋମା ନୁହେଁ ଶିକ୍ଷା ଦରକାର’"