ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଛତିଶଗଡ କ୍ଲବକୁ ହରାଇ ମୁକ୍ତେଶ୍ୱର କ୍ଲବ ସେମିରେ

ଖୋର୍ଦ୍ଧା, ୧୯/୪ (ଓଡ଼ିଆ ପୁଅ)-ବିଜେବି ହାଇସ୍କୁଲ ପଡ଼ିଆରେ ଚାଲିଥିବା ୩ୟ ରାତ୍ରିକାଳୀନ ସର୍ବଭାରତୀୟ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ର ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଆଜି ଠାରୁ ଆରମ୍ଭ ହୋଇଛି। ଏଥିରେ ଛତିଶଗଡ଼ ଏକାଦଶକୁ ୪୨ରନ୍ରେ ହରାଇ ମୁକ୍ତେଶ୍ୱର କ୍ଲବ ଭୁବନେଶ୍ୱର ଦଳ ସେମିରେ ପ୍ରବେଶ କରିଛି। ଛତିଶଗଡ଼ ଦଳ ଟସ୍ରେ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ମୁକ୍ତେଶ୍ୱର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ରନ୍ କରିଥିଲେ। ଦଳ ପକ୍ଷରୁ ସିଦ୍ଧାନ୍ତ ଜେନା ୨୫ଟି ବଲରୁ ୧୦ ଚୌକା ସହାୟତାରେ ବିସ୍ଫୋରକ ୪୭ରନ୍, କାର୍ତିକ ବିଶ୍ୱାଳ ୨୧ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୫ରନ୍…

"ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଛତିଶଗଡ କ୍ଲବକୁ ହରାଇ ମୁକ୍ତେଶ୍ୱର କ୍ଲବ ସେମିରେ"

ଭୁବନେଶ୍ୱର ସହରରେ ସରକାରୀ ଜମି ଜବରଦଖଲକାରୀଙ୍କୁ ହଟାଇବା ଅଭିଯାନ ଏକ ପ୍ରହସନରେ ପରିଣତ ହୋଇଛି

ଭୁବନେଶ୍ୱର, ୧୭.୪ (ଓଡ଼ିଆ ପୁଅ) : ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଏକର ମୂଲ୍ୟବାନ ଜମିକୁ ବହୁ ପ୍ରଭାବଶାଳୀ ଲୋକ, ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ଜବର ଦଖଲ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଥିଲେ ମଧ୍ୟ ଉକ୍ତ ଜମିଗୁଡ଼ିକୁ ଫେରାଇ ଆଣିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ସୂଚନା ଅଧିକାର ଆଇନ୍ ବଳରେ ଜଣାପଡ଼ିଛି। ଗତ ୨୦୧୫ ମସିହାରେ ସୂଚନାଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ ସାଧାରଣ ପ୍ରଶାସନ ବିଭାଗକୁ ସୂଚନା ଆଇନ୍ ବଳରେ ଭୁବନେଶ୍ୱରର ଜବର ଦଖଲ ହୋଇଥିବା ଜମିର ପରିମାଣ ଏବଂ ଜବର ଦଖଲ ହଟେଇବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ…

"ଭୁବନେଶ୍ୱର ସହରରେ ସରକାରୀ ଜମି ଜବରଦଖଲକାରୀଙ୍କୁ ହଟାଇବା ଅଭିଯାନ ଏକ ପ୍ରହସନରେ ପରିଣତ ହୋଇଛି"

ଓଡିଆ ନୂଆବର୍ଷରେ ସଚେତନତା ବାର୍ତ୍ତା ବାଣ୍ଟଲେ ଛାତ୍ର

ଭୁବନେଶ୍ୱର ୧୫/୦୪ (ଓଡ଼ିଆ ପୁଅ): ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଦ୍ୱାରା ଏକସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍କଳବିଶ୍ୱବିଦ୍ୟାଳୟର ଛାତ୍ରମାନେ ବାଣୀବିହାର ଛକଠାରେ ଲୋକଙ୍କୁ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ପ୍ରଚାର ପତ୍ର ବାଣ୍ଟିଥିଲେ। ଛାତ୍ରମାନେ ଓଡିଆ ଭାଷାରେ ସ୍ୱାକ୍ଷର କରିବା, ଘରେ ଓ ବାହରେ ଓଡିଆ ଭାଷା ବ୍ୟବହାର କରିବା, ନିମନ୍ତ୍ରଣ ପତ୍ର ଓଡିଆରେ ଛାପିବା, ନାମଫଳକ ଓଡିଆରେ ଲେଖିବା, ଉଚ୍ଚଶିକ୍ଷା କ୍ଷେତ୍ରରେ ଇଂରାଜୀ ଭାଷା ସହ ଓଡିଆ ଭାଷାକୁ ସମ ଗୁରୁତ୍ୱ ଦେବା, ପିଲାଙ୍କୁ ଓଡିଆ ଭାଷା କହିବାକୁ ପ୍ରେରଣା ଦେବା, ଘରକୁ ନିୟମିତ ଓଡିଆ ପତ୍ରପତ୍ରିକା ନେବା ଆଦି…

"ଓଡିଆ ନୂଆବର୍ଷରେ ସଚେତନତା ବାର୍ତ୍ତା ବାଣ୍ଟଲେ ଛାତ୍ର"

କଂଗ୍ରେସ ମୁକ୍ତ ଭିତରେ ଚାଲିଛି ବିଜେଡି ଯୁକ୍ତ! ବିଜେପିର ଉପବାସ ଓଡ଼ିଶାରେ ଏକ ଉପହାସ…

ଭୁବନେଶ୍ୱର;୧୨,୦୪,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆଜି ବିଜେପି କରୁଛି ଉପବାସ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ ବିଜେପିର ସମସ୍ତ ମନ୍ତ୍ରୀ ସାଂସଦ ଦେଶର ବିଭିର୍ଣ୍ଣ ସ୍ଥାନରେ ଉପବାସ ଧାରଣା ଦେଉଛନ୍ତି।ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଦଳିତ ଆନ୍ଦୋଳନ ଘଟଣାରେ କରାଯାଇଥିବା ଉପବାସ କାଉଣ୍ଟରରେ ଏହି ଉପବାସ ରାଜନୀତି କୁହାଯାଉଥିବା ବେଳେ ବିରୋଧୀ ସଂସଦ ଚଲାଇ ନେଦେବା ପ୍ରତିବାଦରେ ବିଜେପି ଏହି ଉପବାସ ପ୍ରତିବାଦ କରୁଛି।   ସାରା ଦେଶ ପରି ଓଡ଼ିଶାରେ ମଧ୍ୟ ବିଜେପି ପାଳନ କରୁଛି ଉପବାସ।ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ସାମ୍ମନାରେ ବିଜେପି ଉପବାସ ଧାରଣାରେ ବସିଛି।ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ପ୍ରକାଶ ମାଥୁର ଏବଂ ଓଡିଶା ପ୍ରଭାରୀ…

"କଂଗ୍ରେସ ମୁକ୍ତ ଭିତରେ ଚାଲିଛି ବିଜେଡି ଯୁକ୍ତ! ବିଜେପିର ଉପବାସ ଓଡ଼ିଶାରେ ଏକ ଉପହାସ…"

୭୦ ତମ ରାଜଧାନୀ ପ୍ରତିଷ୍ଠା ଦିବସ: ୧୩ଜଣଙ୍କୁ ରାଜଧାନୀ ଗୌରବରେ ସମ୍ମାନିତ କରାଯିବ

ଭୁବନେଶ୍ୱର, ୧୦ା୪ (ଓଡ଼ିଆ ପୁଅ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ସଂସ୍କୃତି, ସାହିତ୍ୟ ଓ ଓଡ଼ିଆ ଭାଷା ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ମିଳିତ ସହଯୋଗରେ ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ଦୀର୍ଘ ୩୦ବର୍ଷ ଧରି ପାଳନ କରାଯାଉଛି। ଚଳିତବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ଅପ୍ରେଲ୍ ୧୩ରୁ ୧୫ ତାରିଖ ୩ଦିନ ଧରି ପାଳନ କରାଯିବ। ଓଡ଼ିଶା ବିଧାନ ସଭା ସୌଧ ନିକଟରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ଏପ୍ରିଲ ୧୩ ତାରିଖ ସକାଳ ୭.୩୦ ମିନିଟ୍ରେ ଉତ୍ସବର ଆୟୋଜନ କରାଯିବ। ଏଥିନିମନ୍ତେ ରବୀନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ…

"୭୦ ତମ ରାଜଧାନୀ ପ୍ରତିଷ୍ଠା ଦିବସ: ୧୩ଜଣଙ୍କୁ ରାଜଧାନୀ ଗୌରବରେ ସମ୍ମାନିତ କରାଯିବ"

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଭୁବନେଶ୍ୱର ୭-୪ (ଓଡ଼ିଆ ପୁଅ) ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜୁ ଯୁବ ଓ ଛାତ୍ର ସଙ୍ଗଠନପକ୍ଷକୁ କୁହାଯାଇଛିଯେ, ଆର୍ନ୍ତଜାତିକ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟବାସୀ କେନ୍ଦ୍ରର ଉଦାସୀନତା ପାଇଁ ଏହାର ସୁଫଳ ପାଇ ପାରୁ ନାହାଁନ୍ତି। ବିଜେଡି ପକ୍ଷରୁ ଆଜି ପୁରୀ, ସମ୍ବଲପୁର, ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଆନ୍ଦୋଳନ କରାଯାଇଥିଲା।

"ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ"

୧୧ରୁ ପାଇକରାପୁର ମେଳଣ

ଭୁବନେଶ୍ୱର ୨-୪ (ଓଡ଼ିଆ ପୁଅ/ଦିଲ୍ଲିପ କୁମାର ସାହୁ) ଆସନ୍ତା ଏପ୍ରିଲ ୧୧ ତାରିଖରୁ ଭୁବନେଶ୍ୱର ମ୍ୟୁନିସିପଲଟି ଅନ୍ତର୍ଗତ ପାଇକରାପୁର ଗ୍ରାମରେ ପ୍ରସିଦ୍ଧ ଦୋଳ ମେଳଣ ଅନୁଷ୍ଠିତ ହେବାକୁ ଯାଉଛି। ଅନୁଷ୍ଠିତ ହେବାକୁ ଥିବା ମେଳଣ ଉତ୍ସବର ପ୍ରଥମ ଦିନରେ ଜମାଣ ହେବ ଓ ୧୨ ତାରିଖରୁ ଯାତ୍ରା ସଚିଦାନନ୍ଦ ପକ୍ଷରୁ ଯାତ୍ରା ନାଟକ ପରିବେଷଣ କରାଯିବ। ସେହିଭଳି ୧୩ ତାରିଖରେ ହରିହର ଭେଟ କରାଯିବ ବୋଲି ମହାଜନ ସାହି ପୁରୁଣା ମେଳଣ କମିଟିର ଆବାହକ କୁବେର ଚରଣ ସାହୁ ଜଣାଇଛନ୍ତି।

"୧୧ରୁ ପାଇକରାପୁର ମେଳଣ"

ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ – ଧର୍ମେନ୍ଦ୍ର ପ୍ରଧାନ

– ବରମୁଣ୍ଡା ପଡିଆରେ କାପୋକ ଦ୍ୱାରା ଉତ୍କଳ ଦିବସର ଭବ୍ୟ ଆୟୋଜନ – ବିଏସଏଫର ସୀମା ଭବାନୀ ଗ୍ରୁପର ଓଡିଆ ଝିଅ ମାନଙ୍କ ସହ ଅନେକ ସଫଳ ଓଡିଆକୁ ସମ୍ମାନ – ଓଡିଆ ସମାଜ ଦ୍ୱାରା ପ୍ରସ୍ତୁତ ଧମନୀରେ ଶୌର୍ଯ୍ୟ ପୁସ୍ତକ ଲୋକାର୍ପିତ ଭୁବନେଶ୍ୱର, ୦୧ ଏପ୍ରିଲ (ଓଡ଼ିଆ ପୁଅ) – ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ ବୋଲି ସାମାଜିକ ସଙ୍ଗଠନ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚ (କାପୋକ) ଦ୍ୱାରା ଆୟୋଜିତ ଭବ୍ୟ ଉତ୍କଳ ଦିବସ ସମାରୋହରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାକୁ ଗର୍ବିତ କରିଥିବା ଅନେକ ପ୍ରତିଭା ମଧ୍ୟରେ ଚଳିତ ବର୍ଷ…

"ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ – ଧର୍ମେନ୍ଦ୍ର ପ୍ରଧାନ"

୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୩୧ା୩ (ଓଡ଼ିଆ ପୁଅ) : ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର କ୍ୟାପିଟାଲ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଆସନ୍ତା ଏପ୍ରିଲ୍ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ତଥା ସାଂସ୍କୃତିକ ମହୋତ୍ସବରେ ଭୁବନେଶ୍ୱର ସ୍କୁଲ, କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରବୀନ୍ଦ୍ର ମଣ୍ଡପ ଛକଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପ୍ୟାରେଡ୍ ହେବ। ଏଥିରେ ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ବିଭିନ୍ନ…

"୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ"

ସୂର୍ଯ୍ୟ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର ୨୮-୩ (ଓଡ଼ିଆ ପୁଅ) ସୂର୍ଯ୍ୟ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରସ୍ଥିତ ନିଳାଦ୍ରୀ ବିହାର ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ବିହାରୀ ନନ୍ଦ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିନର୍ଜି ଇଂଜିନିୟରିଂ କଲେଜର ଚେୟାରମେନ ଶ୍ରୀ ବିନୋଦ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରଶିକ୍ଷଣର ଦ୍ୱିତୀୟ ଦିନ କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ରୂପେ ବିଜେପି ରାଜ୍ୟ ସଂଗଠନ ସଂପାଦକ ଶ୍ରୀ ସାରଦା ପ୍ରସାଦ ଶତପଥି ଯୋଗଦେଇ ମାର୍ଗଦର୍ଶନ କରିଥିଲେ। ସଂଧ୍ୟା କାର୍ଯ୍ୟକ୍ରମରେ…

"ସୂର୍ଯ୍ୟ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର"