Home ଜିଲ୍ଲା ପରିକ୍ରମା ହିନ୍ଦୀ ଦିବସ ଓ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜୟନ୍ତୀରେ ପୁସ୍ତକ ପ୍ରଦର୍ଶନୀ

ହିନ୍ଦୀ ଦିବସ ଓ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜୟନ୍ତୀରେ ପୁସ୍ତକ ପ୍ରଦର୍ଶନୀ

14

ଭୁବନେଶ୍ୱର, ୧୪ା୯ (ଓଡ଼ିଆ ପୁଅ): ହିନ୍ଦୀ ଦିବସ ଓ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ଡଃ ମନୋରମା ବିଶ୍ୱାଳ ମହାପାତ୍ର ଯୋଗଦେଇ ନିଜ ବକ୍ତବ୍ୟରେ ହିନ୍ଦୀ ଭାଷା ଆମ ରାଷ୍ଟ୍ରଭାଷା ଓ ଓଡ଼ିଆ ମାତୃଭାଷା। ସମସ୍ତେ ମାତୃଭାଷା ଓ ରାଷ୍ଟ୍ରଭାଷାକୁ ଆପଣେଇ ନେଲେ ଆମର ସାହିତ୍ୟ ଓ ସଂସ୍କୃତି ଅଧିକ ବିକଶିତ ହୋଇପାରିବ। ପ୍ରତ୍ୟେକ ନିଜ ପରିବାରର ସନ୍ତାନମାନଙ୍କୁ ହିନ୍ଦୀ ଓ ଓଡ଼ିଆ ଭାଷା କହିବା, ପଢ଼ିବା, ଲେଖିବାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ସେହିଭଳି ସବୁଜ କବି ବୈକୁଣ୍ଠନାଥ ପଟଟନାୟକଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରି ତାଙ୍କ ସାହିତ୍ୟ କୃତିକୁ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ରୁଦ୍ରପ୍ରସାଦ ବେହେରା, ପଦ୍ମନାଭ ଜେନା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, କଣ୍ଠମଣି ବିଶ୍ୱାଳ, ମଞ୍ଜୁରାଣୀ ମୁଦୁଲି ପ୍ରମୁଖ ଯୋଗ ଦେଇଥିବା ବେଳେ ଉପେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.