Home Top News କଟକ – ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ସେବା ପାଇଁ ପ୍ରୟାସ ..

କଟକ – ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ସେବା ପାଇଁ ପ୍ରୟାସ ..

93

ଭୁବନେଶ୍ୱର: କଟକ – ଭୁବନେଶ୍ୱର ଟ୍ଵିନ୍ ସିଟି ମଧ୍ୟରେ ମେଟ୍ରୋ ସେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କଟକ – ଭୁବନେଶ୍ୱରରେ ଜନସାଧାରଣଙ୍କ ଯାତାୟାତକୁ ସରଳ ସୁବିଧା କରିବା ପାଇଁ ମେଟ୍ରୋ ସେବା ଆରମ୍ଭ କରିବା ଆବଶ୍ୟକ ରହିଛି। ଓଡ଼ିଶାର ମେଟ୍ରୋ ରେଳ ସେବା ପାଇବା ପାଇଁ ଯୋଗ୍ୟତା ରହିଛି ନେଇ ମେଟ୍ରୋ ରେଳ ପଲିସି- ୨୦୧୭ ଉପରେ କେନ୍ଦ୍ର ଗୃହ ଓ ନଗର ଉନୟନ ମନ୍ତ୍ରାଳୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଆବଶ୍ୟକ ବୋଲି କହିବା ସହ ଏହାର କାର୍ଯ୍ୟକାରିତା ଦିଗରେ ଯଥାଶୀଘ୍ର ପଦକ୍ଷେପ ପାଇଁ କେନ୍ଦ୍ର ଗୃହ ଓ ନଗର ଉନୟନ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅପରାଜିତା ଷଡ଼ଙ୍ଗୀ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.