ହନୁମାନ ମନ୍ଦିର ଉଚ୍ଛେଦକୁ ବିରୋଧ:ଗିରଫ କଲା ପୋଲିସ

ବ୍ରହ୍ମପୁର;୧୩,ଜୁନ(ଦେବଦତ୍ତ ରଥ):ବ୍ରହ୍ମପୁର ରାମଲିଙ୍ଗ ବନ୍ଧ ରୋଡ଼ରେ ଥିବା “ଶ୍ରୀ ଶଙ୍କଟମୋଚନ ହନୁମାନ” ମନ୍ଦିରକୁ ପ୍ରଶାସନ ପକ୍ଷରୁ ଉଛେଦ ପାଇଁ କରାଯିବାକୁ ଥିବା ଉଦ୍ୟମକୁ ବିରୋଧ କରାଯାଇଛି।ବିଶ୍ୱ ହିନ୍ଦୁ ପରିଷଦ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ମହନ୍ତ ଚିନ୍ମୟାନନ୍ଦ ଦାସଙ୍କ ନେତୃତ୍ୱରେ ଗତ ରାତିସାରା ଉଜାଗର ରହି ବିଶ୍ବହିନ୍ଦୁ ପରିଷଦ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ। ରାଜ୍ୟ ସରକାର ତଥା ପ୍ରଶାସନର ଏପରି ହିନ୍ଦୁ ବିରୋଧୀ ମାନସିକତାକୁ ବିରୋଧ କରିବାକୁ ଅଧିକରୁ ଅଧିକ ହିନ୍ଦୁ ସମାଜ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ କରିବାକୁ ମହନ୍ତ ଚିନ୍ମୟାନନ୍ଦ ଆହ୍ୱାନ କରିଛନ୍ତି।କିନ୍ତୁ ଏବେ ଭୋରରୁ ପୋଲିସ ଚିନ୍ମୟାନନ୍ଦଙ୍କ ସମେତ ଧାରଣାରେ ବସିଥିବା ଭିଏଚପି…

"ହନୁମାନ ମନ୍ଦିର ଉଚ୍ଛେଦକୁ ବିରୋଧ:ଗିରଫ କଲା ପୋଲିସ"

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ମହାରଥୀଙ୍କ ଆହ୍ୱାନ

ବ୍ରହ୍ମପୁର: ୧୨/୦୬/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ହିସାବ ତଲବ ପାଇଁ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନେ ଜାଗି ଉଠିବାକୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥୀ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ , ବି ଜେ ଡି ଏବଂ ବି ଜେ ପି ର ଦୁର୍ନୀତି, ଅନ୍ୟାୟ, ଆତଙ୍କ ରାଜ୍ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିବାକୁ ଶ୍ରୀ ମହାରଥୀ ଡାକରା ଦେଇଛନ୍ତି। ଆଜି ବ୍ରହ୍ମପୁର ଠାରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଏବଂ ଲୋକ ସଭା ସଂସଦୀୟ କ୍ଷେତ୍ରର ଯୁବ କଂଗ୍ରେସ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

"ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ମହାରଥୀଙ୍କ ଆହ୍ୱାନ"

ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ୯ଟି ପୌରାଞ୍ଚଳର ୨,୦୦୦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦେଲେ ମୁଖ୍ୟମନ୍ତ୍ରୀ – ଗରୀବ ଲୋକଙ୍କ ଖୁସି, ମୋର ଖୁସି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୭ ମଇ (ଓଡ଼ିଆ ପୁଅ) ଆଜି ଛତ୍ରପୁରଠାରେ ଆୟୋଜିତ ଏକ ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ୯ଟି ପୌରାଞ୍ଚଳର ୨,୦୦୦ ବସ୍ତିବାସିନ୍ଦାଙ୍କ ପରିବାରକୁ ଜମିପଟ୍ଟା ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଗରୀବ ଲୋକଙ୍କ ଖୁସି, ମୋର ଖୁସି। ସହରର ବସ୍ତିମାନଙ୍କରେ ରହୁଥିବା ଗରୀବ ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକ, ସେମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ନିଷ୍ପତ୍ତି ନେଇଛନ୍ତି। ସାରା ଦେଶର ବିକାସ ଇତିହାସରେ ଏହାକୁ ଏକ ନୂଆ ଘଟଣା ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଗରୀବ ଲୋକ…

"ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ୯ଟି ପୌରାଞ୍ଚଳର ୨,୦୦୦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦେଲେ ମୁଖ୍ୟମନ୍ତ୍ରୀ – ଗରୀବ ଲୋକଙ୍କ ଖୁସି, ମୋର ଖୁସି – ମୁଖ୍ୟମନ୍ତ୍ରୀ"

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଭୁବନେଶ୍ୱର ୭-୪ (ଓଡ଼ିଆ ପୁଅ) ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜୁ ଯୁବ ଓ ଛାତ୍ର ସଙ୍ଗଠନପକ୍ଷକୁ କୁହାଯାଇଛିଯେ, ଆର୍ନ୍ତଜାତିକ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟବାସୀ କେନ୍ଦ୍ରର ଉଦାସୀନତା ପାଇଁ ଏହାର ସୁଫଳ ପାଇ ପାରୁ ନାହାଁନ୍ତି। ବିଜେଡି ପକ୍ଷରୁ ଆଜି ପୁରୀ, ସମ୍ବଲପୁର, ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଆନ୍ଦୋଳନ କରାଯାଇଥିଲା।

"ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ"

କେ. ମାଧବୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି

ବ୍ରହ୍ମପୁର ୨୦-୩ (ଓଡ଼ିଆ ପୁଅ) ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମହିଳା ମେୟର କେ. ମାଧବୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାଧବୀଙ୍କ ସଭ୍ୟପଦ ରଦ୍ଦ ନେଇ ଗଞ୍ଜାମ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଫଳରେ ମାଧବୀ ପୁଣି ମେୟର ଭାବେ କାର୍ଯ୍ୟ କରିପାରିବେ। ସୂଚନାଯୋଗ୍ୟଯେ, ସ୍ଥାନୀୟ କୋର୍ଟ ବ୍ରହ୍ମପୁର ମେୟର କେ. ମାଧବୀଙ୍କ ସଭ୍ୟପଦକୁ ରଦ୍ଦ କରିଥିଲେ। ନିର୍ବାଚନ ସମୟରେ ନିଜର ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିବା ଆରୋପରେ ବ୍ରହ୍ମପୁର ମେୟର କେ. ମାଧବୀଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା। ପୁନଶ୍ଚ ସୂଚନାଯୋଗ୍ୟଯେ, ପୂର୍ବ ମେୟର ଶିବ ଶଙ୍କର ଦାଶଙ୍କ ଦ୍ଵାରା ଦାୟର କାରଯାଇଥିବା ଯାଚିକାର ଜବାବରେ ଗଞ୍ଜାମ…

"କେ. ମାଧବୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି"

କଟକ ଏବଂ ବ୍ରହ୍ମପୁରରେ ଏନ୍ କାଉଁଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ସଦା ଏବଂ ମାଙ୍ଗା ଆହତ

କଟକ/ବ୍ରହ୍ମପୁର ୪-୩ (ଓଡ଼ିଆ ପୁଅ) ରବିବାରଦିନ କଟକ ଏବଂ ବ୍ରହ୍ମପୁରରେ ପୋଲିସ୍ ଏନ୍ କାଉଁଣ୍ଟରରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି। କଟକ ସଦର ଥାନା ଅଞ୍ଚଳରେ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକ ଆହତ ହୋଇଥିବା ବେଳେ, ବ୍ରହ୍ମପୁରରେ ପୋଲିସର ଆଉ ଏକ ଏନକାଉଣ୍ଟର ହୋଇଛି। ବ୍ରହ୍ମପୁରର ଗୋଷାଣୀ ନୂଆଗାଁଠାରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ପଣ୍ଡା ଓରଫ ମାଙ୍ଗା ଆହତ ହୋଇଛି। ସଦାର ବାମ ଗୋଡ଼ରେ ବାଜିଛି ଗୁଳି ବାଜିଛି ଏବଂ ତାକୁ SCBରେ ଭର୍ତ୍ତି କରାଯାଇଛି। ସେହିପରି ରାଜେଶର ବାମ ଆଣ୍ଠୁରେ ଗୁଳି ବାଜିଛି ଏବଂ ତାକୁ MKCGରେ ଭର୍ତ୍ତି କରାଯାଇଛି। ସଦାଠାରୁ ବନ୍ଧୁକ ସହ ଜୀବନ୍ତ ଗୁଳି…

"କଟକ ଏବଂ ବ୍ରହ୍ମପୁରରେ ଏନ୍ କାଉଁଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ସଦା ଏବଂ ମାଙ୍ଗା ଆହତ"

ଗୋପାଳପୁରେ ଭାସିଯାଇଥିବା ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର ୪-୩ (ଓଡ଼ିଆ ପୁଅ/ପିଣ୍ଟୁ ସାହୁ) ଗୋପାଳପୁରରେ ହୋଲି ଦିନ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିବା ୩ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ରବିବାରଦିନ ଉଦ୍ଧାର କରାଯାଇଛି। ସେମାନେ ହେଲେ ଡି.ହିତେଶ (୨୧) ଓ ଏ.ଲୋକେଶ (୨୧)। ପ୍ରକାଶ ଯେ, ଶୁକ୍ରବାର ହୋଲି ଅବସରରେ ୩ ଜଣ ଛାତ୍ର ନଦୀରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି.ସିଦ୍ଧାର୍ଥ ପାତ୍ରଙ୍କର ମୃତଦେହ ହୋଲିଦିନ ଉଦ୍ଧାର କରାଯାଇଥିଲା। ହେଲେ ଲୋକେଶ ଓ ହିତେଶ ସେବେଠାରୁ ନିଖୋଜ ଥିଲେ। ଏନ୍‌ଡିଆରଏଫ ଟିମ୍‌, ଅଗ୍ନିଶମ ବିଭାଗ ଓ ଗୋପାଳପୁର ପୋଲିସର ମିଳିତ ସହଯୋଗରେ ରବିବାରଦିନ ସମୁଦ୍ର ମଧ୍ୟରୁ ମୃତଦେହ ଉଦ୍ଧାର କରାଯାଇ…

"ଗୋପାଳପୁରେ ଭାସିଯାଇଥିବା ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର"

ବ୍ରହ୍ମପୁର ମେୟର କେ. ମାଧବୀ ଅଯୋଗ୍ୟ ଘୋଷିତ

ବ୍ରହ୍ମପୁର ୧୩-୨ (ଓଡ଼ିଆ ପୁଅ) : ବ୍ରହ୍ମପୁର ନଗର ନିଗମର ପ୍ରଥମ ମହିଳା ମେୟରଙ୍କୁ ଆଜି ବଡ଼ ଝଟକା ଲାଗିଛି। ସ୍ଥାନୀୟ କୋର୍ଟ ବ୍ରହ୍ମପୁର ମେୟର କେ. ମାଧବୀଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ନିର୍ବାଚନ ସମୟରେ ନିଜର ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିବା ଆରୋପରେ ବ୍ରହ୍ମପୁର ମେୟର କେ. ମାଧବୀ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ସୂଚନାନୁଯାୟୀ, ପୂର୍ବ ମେୟର ଶିବ ଶଙ୍କର ଦାଶଙ୍କ ଦ୍ଵାରା ଦାୟର କାରଯାଇଥିବା ଯାଚିକାର ଜବାବରେ ଗଞ୍ଜାମ ଜିଲା ନ୍ୟାୟାଳୟ ଏହି ଘୋଷଣା କରିଛନ୍ତି। ଦୁଇପକ୍ଷର ତର୍କ ଶୁଣିବା ପରେ ଅଦାଲତ ମାଧବୀ ନିଜର ର୍ବୈବାହିକ ସ୍ଥିତି ବିଷୟରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ବୋଲି ପ୍ରମାଣିତ ହୋଇଥିଲା। ଯାଚିକାକର୍ତ୍ତା ଆରୋପ…

"ବ୍ରହ୍ମପୁର ମେୟର କେ. ମାଧବୀ ଅଯୋଗ୍ୟ ଘୋଷିତ"

ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ପ୍ରତିବାଦରେ ଦକ୍ଷୀଣ ଏବଂ ପଶ୍ଚିମ ଓଡ଼ିଶାରେ ରେଳରୋକ

ବ୍ରହ୍ମପୁର ୭-୨ (ଓଡ଼ିଆ ପୁଅ) ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ପ୍ରତିବାଦରେ ଦକ୍ଷୀଣ ଏବଂ ପଶ୍ଚିମ ଓଡ଼ିଶାରେ ରେଳରୋକ କରାଯାଇଛି। ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ଅଭିଯୋଗ ଆଣିଛି ବିଡେଡ଼ି। ଏଥିପାଇଁ ଆଜି ସକାଳ ୭ ଟାରୁ ୮ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ବିଡେଡ଼ି ପକ୍ଷରୁ ରେଳରୋକ କରାଯାଇଥିଲା। ଶତାଧିକ ବିଡେଡ଼ି କର୍ମୀ ବ୍ରହ୍ମପୁର ଷ୍ଟେସନରେ ରେଳରୋକ କରିଥିଲେ। ବିଜେଡ଼ିର ଅଭିଯୋଗଯେ, ରେଳ ବିଭାଗ ଓଡ଼ିଶାରୁ ଅଧିକ ରାଜସ୍ୱ ପାଉଥିବା ବେଳେ ବଜେଟ୍ ରେ ଓଡ଼ିଶାକୁ ଅଣଦେଖା କରିଛି। ବିଶେଷକରି ଗଞ୍ଜାମ ଜିଲ୍ଲା ସୀତାପଲ୍ଲୀ ଠାରେ ପ୍ରସ୍ତାବିତ ୱାଗନକାରଖାନାକୁ ବନ୍ଦ କରିବା ପ୍ରତିବାଦରେ ଏହି ରେଳରୋକ କରାଯାଇଥିଲା।ଘଣ୍ଟିକିଆ ରେଳରୋକ ପରେ ରେଳ ଚଳାଚଳ…

"ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ପ୍ରତିବାଦରେ ଦକ୍ଷୀଣ ଏବଂ ପଶ୍ଚିମ ଓଡ଼ିଶାରେ ରେଳରୋକ"

କେବେ ଉଡ଼ିବ ବ୍ରହ୍ମପୁରରୁ ବିମାନ ସେବା?

ବ୍ରହ୍ମପୁର, ୧, ପ୍ରେବ୍ରୁଆରୀ, ୨୦୧୭(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଉରକେଳା, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳକୁ ବିମାନ ଚଳାଚଳ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଜୟପୁର, ବାରିପଦା ଏବଂ ପଦ୍ମପୁରରେ ଏୟାରଷ୍ତ୍ରିପ୍ କାମ ଚାଲିଛି।ଉଡ଼େ ଦେଶ କା ଆମ ନାଗରିକ(ଉଡାଣ)ଯୋଜନାରେ ଏହି ସବୁ ଏୟାରଷ୍ତ୍ରିପ୍ ଅନ୍ତର୍ଭୁକ୍ତ ହୋଇଛି।କିନ୍ତୁ, ପରିତାପର ବିଷୟ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଏହି ଯୋଜନାରେ ପଛରେ ପଡ଼ି ଯାଇଛି। ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ନିକଟରେ ଏକ ବହୁ ପୂରାତନ ଏୟାରଷ୍ତ୍ରିପ୍ ରହିଛି।ଏହି ଏୟାରଷ୍ତ୍ରିପଟି ଅପଗ୍ରେଡ଼ସନ ହେବ ନାଁ କମ୍ପ୍ରିହେନ୍ସିଭ୍ ଡେଭଲପମେଣ୍ଟ ଯୋଜନାରେ ଶୀତଳପଲ୍ଲୀ ନିକଟସ୍ଥ ଲକ୍ଷ୍ମୀପୁରରେ ବିମାନ ବନ୍ଦର ହେବ ସେ…

"କେବେ ଉଡ଼ିବ ବ୍ରହ୍ମପୁରରୁ ବିମାନ ସେବା?"