Home ଜିଲ୍ଲା ପରିକ୍ରମା ମାଓପ୍ରବଣ ଚିତ୍ରକୋଣ୍ଡା ଅଚଂଳରେ ବେଆଇନ ଗଜେଂଇ ଚାଷଉପରେ ଚଡାଉ ,୨ଦିନ ମଧ୍ୟରେ୧୯କୋଟି ଟଙ୍କାର ଗଜେଂଇ ଗଛ...

ମାଓପ୍ରବଣ ଚିତ୍ରକୋଣ୍ଡା ଅଚଂଳରେ ବେଆଇନ ଗଜେଂଇ ଚାଷଉପରେ ଚଡାଉ ,୨ଦିନ ମଧ୍ୟରେ୧୯କୋଟି ଟଙ୍କାର ଗଜେଂଇ ଗଛ ପୋଡିଲେ ପୁଲିସ ଓ ଅବକାରି ବିଭାଗ

164

ମାଲକାନଗିରି,୧୯ା୧୨(ଓଡିଆ ପୁଅ  )  ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶକ କ୍ରମେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢାଉ ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲାଅବକାରି ବିଭାଗ ଓ ନବରଙ୍ଗପୁର,ଜୟପୁର ଅବକାରୀ ବିଭାଗ ଚିତ୍ରକୋଣ୍ଡା ଥାନା ପୁଲିସ ପକ୍ଷରୁ ଅପରେସନ ଗ୍ରୀନ ହେମ୍ପ ଆରମ୍ଭ କରି ଗତ ଦୁଇଦିନ ମଧ୍ୟରେ ୧୯କୋଟି ଉର୍ଦ୍ଦଟଙ୍କାର ଗଜେଂଇ ଗଛ କାଟି ପୋଡିଛନ୍ତି । ଆଜି ସକାଳେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଥାନା ଆଇଆଇସି ରାମପ୍ରସାଦ ନାଗ,ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା, ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,ଦିଲୀପ ନାୟକ, ରାଜୁ ଖିତି,ଦିନେଶ କୁମାର,ସି.ଏଚ.ଖରା, ଜେମସ ସାହୁ,ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ,ଏସ. ମହାନ୍ତି,ଏସ. ମାଝି,ପି. ନାୟକ,ସୁଜାତ, ଜୁଲି ,ସରିତା ଙ୍କ ସହ ନବରଙ୍ଗପୁର ଜିଲ୍ଲା, ଜୟପୁର ଅବକାରି ବିଭାଗ ଅଧିକାରୀ ଓ କର୍ମଚାରି ମାନେ ଚିତ୍ରକୋଣ୍ଡା ଥାନାସ୍ଥ ମାଓପ୍ରବଣ ଚମ୍ପାଝରନ,ରାଜଲକୋଣ୍ଡା ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୬୯ଏକର ଜମିରୁ ୧୦୩୫୦୦ ଟି ଗଜେଂଇ ଗଛଗୁଡିକୁ କାଟି ପୋଡି ନଷ୍ଟ କରିଦେଇଛନ୍ତି । ଏହି ଗଜେଂଇ ଗଛର ସରକାରି ମୂଲ୍ୟ ୧୦କୋଟି ୩୫ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି । ଠିକ ସେହିପରି ଗୁରୁବାର ଦିନ ଚିତ୍ରକୋଣ୍ଡା ଥାନାସ୍ଥ ଆରଏସି୨,ଦାନ୍ତୁନଗୁଡା, ସିଲେଇପୁଟ ଗ୍ରାମ ଜଙ୍ଗଲରୁ ୫୪ଏକର ଜମିରେ ବେଆଇନ ଭାବେ ହୋଇଥିବା ୮୬୪୦୦ଟି ଗଜେଂଇ ଗଛ କାଟି ପୋଡି ନଷ୍ଟକରିଦେଇ ଛନ୍ତି । ଯାହାର ସରକାରି ମୂଲ୍ୟ ୮କୋଟି ୬୪ଲକ୍ଷ ଟଙ୍କାର ହେବ ବୋଲି ଜଣାପଡିଛି ଗତ ଦୁଇଦିନ ମଧ୍ୟରେ ମାଓପ୍ରବଣ ଚିତ୍ରକୋଣ୍ଡା ଅଚଂଳର ୫ଟି ସ୍ଥାନରୁ ୧୨୩ଏକର ଜମିରୁ ୧୯୦୦୦ ଗଜେଂଇଗଛ କାଟି ପୋଡି ନଷ୍ଟକରା ଯାଇଛି ।  ଏହାର ସରାକାରି ମୂଲ୍ୟ ୧୯କୋଟି ଟଙ୍କା ହେବ, ଏହି ଗଜେଂଇ ଚାଷଉପରେ ନିୟମିତ ଭାବେ ଚଡାଉ ଜାରିରହିବ  ବୋଲି ଜିଲ୍ଲାଅବକାରି ବିଭାଗ ସୁପରି ଟେଣ୍ଡେଟଂ ଶ୍ରୀ ସେଠ୍ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.