Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ନଳକୂପ ପାଣି ରେ ଜିଆ ଓ ମାଟି,୨୦୬ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ମାତ୍ର୬ଟି କୋଠରୀ

ବିଦ୍ୟାଳୟ ନଳକୂପ ପାଣି ରେ ଜିଆ ଓ ମାଟି,୨୦୬ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ମାତ୍ର୬ଟି କୋଠରୀ

282

ମାଲକାନଗିରି,୧୯ା୧୨ (ଓଡିଆ ପୁଅ  )  ମାଲକାନଗିରି ସଦର ବ୍ଲକ ସ୍ଥ ଗୌଡଗୁଡା ପଚାଂୟତ ରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗିରହିଥିବାରୁ ସେଠାରେ ଅଧ୍ୟୟନକରୁଥିବା ଛାତ୍ର ଛାତ୍ରୀ ମାନେ ନାନାପ୍ରକାର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ବିଶେଷ କରି ବିଦ୍ୟାଳୟ ନିକଟରେ ଥିବା ଏକ ମାତ୍ର ନଳକୂପ ପାଣିକୁ ରୋଷେଇ ଓ ପାନୀୟ ଜଳଭାବେ ବ୍ୟବହାର କରିଥାନ୍ତି । ଗତକିଛି ଦିନହେଲା ଏହି ନଳକୂପ ପାଣିରୁ  କାଦୁଅ ମାଟି ସହ ଜିଆ ବାହାରୁ ଥିବାରୁ ରୋଷେଇ ଓ ପାନୀୟ ଜଳ ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡିଛି ।ବାରମ୍ବାରା ବିଭାଗୀୟ ଅଧିକାରୀ ଙ୍କୁଣାଇଲେ ମଧ୍ୟ ନଳକୂପ ମରାମତ କରାଯାଇ ନଥିବାରୁ ଗାଁ ଭିତରେ ଦୂରରେ ଥିବା ନଳକୂପରୁ ପାଣି ଅଣିବ୍ୟବହାର କରୁଛନ୍ତି ,ଜରୁରୀ ସମୟରେ   ଏହି ଜିଆ ବାହାରୁଥିବା ଅପରିସ୍କାର ପାଣିକୁ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀ ମାନେ ବାଧ୍ୟହୋଇ ଥାନ୍ତି ।

କେବଳ ନଳକୂପ ସମସ୍ୟା ନୁହଁ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ  ୮ମ ଶ୍ରେଣୀପର୍ଯ୍ୟନ୍ତ  ୨୦୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନକରୁଥିଲେ ମଧ୍ୟ ସୋମାନଙ୍କ ପାଠପଢାପାଇଁ ମାତ୍ର ୬ଟି କୋଠରୀ ରହିଛି । ଉପଯୁକ୍ତ ପରିମାଣର ଶ୍ରେଣୀ କୋଠରୀ ନଥିବାରୁ ଅନେକ ପିଲା ଖୋଲାରେ ବାରଣ୍ଡାରେ ବସି ପାଠପଡିଥାନ୍ତି । ଏହି ସବୁ ଅସୁବିଧା ବିଦ୍ୟାଳୟ କମିଟିର କର୍ମକର୍ତା ମାନେ  ବାରମ୍ବାର ଜିଲ୍ଲାଶିକ୍ଷାଅଧିକାରୀ, ସବ ର୍ଶିକ୍ଷା ଅଭି ଯାନ ଡିପିସି ଙ୍କୁ ଜଣାଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବାରୁ ଗ୍ରାମବାସୀ ମାନେ ଆସନ୍ତୋଷ ପ୍ରକାଶ କରିଛନ୍ତି ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.