Home ଜିଲ୍ଲା ପରିକ୍ରମା ନାବାଳକ କୁ ଦୁଷ୍କର୍ମ କରି ଫେରାର ହୋଇଥିବା କାମୁକ ଯୁବକ କୁ ବେଙ୍ଗାଲୁର ରୁ...

ନାବାଳକ କୁ ଦୁଷ୍କର୍ମ କରି ଫେରାର ହୋଇଥିବା କାମୁକ ଯୁବକ କୁ ବେଙ୍ଗାଲୁର ରୁ ଗିରଫ କଲେ ପୁଲିସ

1162

ମାଲକାନଗିରି,୧୯ା୧୨ (ଓଡିଆ ପୁଅ  )  ମାଲକାନଗିରି ଜିଲ୍ଲାରେ ଏକ ଆଭାବନୀୟ ଘଟଣା ଘଟି ଯାଇଛି,ଜଣେ ନାବାଳକକୁ ଦୁଷ୍କର୍ମ କରି ଫେରା ହୋଇ ଯାଇଥିବା କାମୁକ ଯୁବକ କୁ ପୁଲିସ ବେଙ୍ଗାଲୁର ସହରରୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆଜି ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ଗିରଫ କାମୁକ ଯୁବକକୁ  ପ୍ରଦର୍ଶନ କରି ତାଙ୍କ କୁକର୍ମ ସଂପର୍କରେ ସୁଚନା ଦେଇଥିଲେ । ମାଲକାନଗିରି ଜିଲ୍ଲା ମୋଟୁ ଥାନାସ୍ଥ ଏମପିଭି୮୨ ଗ୍ରାମର ବାପି ରାୟ(୨୫) ନାମକ ଯୁବକ ତାଙ୍କ ଗାଁ ଖେଳ ପଡିଆ ରେ ଭଲିବଲ ଖେଳୁଥିବା ଜଣେ ନାବାଳକୁ ପାଖକୁ ଡାକିଥିଲେ । ସେ ନିକଟକୁ ଆସିବାରୁ ତାକୁ ମଟର ସାଇକେଲରେ ବସାଇ ଏମଭି୭୯ ବଜାରକୁ ନେଇ ଚିକେନ ପକଡା ଖୁଆଇଥିଲେ । ପକଡା ଖାଇସାରିଲା ପରେ ମୋବାଇଲରେ ସିନେରି ଫଟୋ ଫଠାଇବା କହି ରାସ୍ତାକଡରେ ଥିବା ପାହଡ ନିକଟକୁ ନେଇ ଯାଇଥିଲେ । କିଛି ଫଟୋ ଉଠାଇବାପରେ ବାପି ସେହି ନାବାଳକୁ ଜଙ୍ଗଲ ଭିତରକୁ ନେଇ ଜବରଦସ୍ତ ତାସହିତ ଦୁଷ୍କର୍ମ କରିଥିଲେ । ନାବାଳକ ଟି ରକ୍ତାକ୍ତ ହୋଇ କାନ୍ଦିବାରୁ ତାକୁ ୧୫୦ଟଙ୍କା ଦେଇ ଏ ବିଷୟରେ କାହାକୁ କହିଲେ ତୋତେ ଜୀବନରୁ ମାରିଦେବି ଧମକାଇଥିଲେ,  ନାବାଳକ ଟି ର ଚେତା ବୁଡି ଯିବାରୁ ବାପି ତରବରିଆ ଭାବେ ତାକୁ ସେଠାରେ ଛାଡିଦେଇ ପଳାଇଥିଲେ । କିଛି ସମୟପରେ ପିଡିତ ନାବାଳକର ଚେତା ଫେରିବାରୁ ସେ ବହୁକଷ୍ଟରେ ତାଙ୍କ ଘରକୁ ଯାଇ ସମସ୍ତ ବିଷୟ କହିଦେଇଥିଲେ । ପରିବାର  ଲୋକେ ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରି ମୋଟୁ ଥାନାରେ ଏକ ଏତଲା ଦେବାରୁ ଗିରଫ ହେବାଭୟରେ କାମୁକ ଯୁବକ ବାପି ଗାଁ ଛାଡି ଫେରାର ହୋଇ ଯାଇଥିଲେ । ଏହି ଘଟଣା ଗତ ୨୧.୮.୨୦୧୮ ରେ ଘଟିଥିଲା । ୨୨.୮.୨୦୧୮ରେ ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଚଳାଇଥିଲେ । ମାଲକାନଗିରି ପୁଲିସ ଫେରାର ବାପିର ମୋବାଇ ଟ୍ରାକିଂ କରି ଜାଣିବାକୁ ପାଇଲେ ଯେ ବାପି ବେଙ୍ଗାଲୁର ସହରରେ ଆତ୍ମଗୋପନ କରିଛି,ମାଲକାନଗିରି ଜିଲ୍ଲାପୁଲିସର ଏକ ସ୍ୱତନ୍ତ୍ର ଟିମ ବେଙ୍ଗାଲୁର ଯାଇ ଅଭିଯୁକ୍ତ ବାପିରାୟ ଙ୍କୁ ଗିରଫ କରି ମାଲକାନଗିରି ଆଣିବାରେ ସଫଳ ହୋଇଛନ୍ତି , ଗିରଫ ଯୁବକକୁ ମୋଟୁ ଥାନା କେସ ନମ୍ବର ୨୦ ୨୨.୮.୨୦୧୮ ତାରିଖ ଭାରତୀୟ ପିଙ୍ଗଳ କୋର୍ଡ ଏସ୩୬୩ /୩୭୭ / ୩୨୩ /୫୦୬ /ଆରଡବ୍ଲୁ ସେକ୍ସନ ୬ ପୋସ୍କୋ ଦଫା ଲାଗୁକରି କୋର୍ଟ ଚାଲାଣ କରା ଯାଇଛି  ବୋଲି ଏସପି ଶ୍ରୀ ମୀନା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ମୋଟୁ ଥାନାଅଧିକାରୀ ଓ ରିଜର୍ଭପୁଲିସ ଇନିସପେକ୍ଟର ସ୍ୟାମସୁନ୍ଧର ସୋରେନ ଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.