ସମାଜସେବୀଙ୍କ ବିୟୋଗରେ ଶୋକ

ରାଉରକେଲା ୬-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ବିଶିଷ୍ଟ ସମାଜସେବୀ ପିତାମ୍ବର ମଲ୍ଲିକଙ୍କ ବିୟୋଗରେ ସାରନଗରୀରେ ଶୋକର ଲହରୀ ଖେଳି ଯାଇଛି। ୮୦ ବର୍ଷ ବୟସରେ ତାଙ୍କର ପରଲୋକ ଗମନ ହୋଇଥିଲା। ସେ ଜଣେ ପରୋପକାରୀ, ମେଳାପି ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ମୃତ୍ୟୁରେ ସାରନଗରୀର ଶ୍ରୀଚରଣ ସାମଲ, ବିପିନ ଲେଙ୍କା, ସୁବାଷ ପାତ୍ର, କ୍ଷୀରୋଦ ପଶାୟତ ଓ ଅନ୍ୟ ବ୍ୟକ୍ତି ମାନେ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କ ପରିବାରବର୍ଗର ତାଙ୍କ ପୁତ୍ର ଅନୀଲ ମଲ୍ଲିକ, ବାପି, ପୁତୁରା ଦିଲୀପ ମଲ୍ଲିକ, ସଂଜୀବଙ୍କୁ ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ପୀତାମ୍ବର ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ଜଣେ ବରିଷ୍ଠ ସଦସ୍ୟ ଥିଲେ। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *