Home ଜିଲ୍ଲା ପରିକ୍ରମା ଜ୍ୟୋତି ହସପିଟାଲରେ ଚକ୍ଷୁ ବିଭାଗ ଉଦଘାଟିତ

ଜ୍ୟୋତି ହସପିଟାଲରେ ଚକ୍ଷୁ ବିଭାଗ ଉଦଘାଟିତ

29

ବାଲେଶ୍ୱର, ୪ା୨(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସହର ଉପକଣ୍ଠ ଜ୍ୟୋତି ହସପିଟାଲରେ ନୂତନ ଚକ୍ଷୁ ବିଭାଗ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ବାଲେଶ୍ୱର ରୋମାନ କ୍ୟାଥୋଳିକ୍ ଡାଇଓସେସର ପୂର୍ବତନ ମୁଖ୍ୟ ବିଶଫ ଥୋମାସ ଥିରଥଲିଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚକ୍ଷୁ ଚିକିତ୍ସା ବିଭାଗକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କରିଥିଲେ। ନୂତନ ଭାବେ ଆରମ୍ଭ ହୋଇଥିବା ଏହି ଚକ୍ଷୁ ଚିକିତ୍ସା ବିଭାଗ ଜ୍ୟୋତି ହସପିଟାଲ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି ହେଲା ବୋଲି ସେ କହିଥିଲେ। ଏହି ହସପିଟାଲ ଉଜ୍ଜ୍ୱଳ ଜ୍ୟୋତିଷ୍କ ଭଳି ଆହୁରି ଅଧିକରୁ ଅଧିକରୁ ଅଧିକ ଉଦଭାସିତ ହେବ ବୋଲି ବିଶଫ ଥିରୁଥଲିଲ ମତ ପ୍ରକାଶ କରିଥିଲେ। ବାଲେଶ୍ୱର ରୋମାନ କ୍ୟାଥୋଲିକ ଡାଇଓସେସର ପ୍ରଶାସନିକ ଅଧିକାରୀ ଫାଦର ଆଇଜାକ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଜ୍ୟୋତି ହସପିଟାଲର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ହସପିଟାଲର ନିର୍ଦ୍ଦେଶକ ଫାଦର ପଲ ପରମ କୁନମପଥ ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ହସପିଟାଲର ସଫଳତା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜ୍ୟୋତି ହସପିଟାଲ ଚକ୍ଷୁ ବିଭାଗର ନୂତନ ଭାବେ ଯୋଗଦାନ କରିଥିବା ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବଦତ୍ତ ନାୟକ ଏଥିରେ ଯୋଗଦେଇ ଜନସାଧାରଣଙ୍କୁ ଉତ୍ତମ ଚକ୍ଷୁଚିକିତ୍ସା ଯୋଗାଇ ଦେବା ଦିଗରେ ନିଜର ଅଙ୍ଗକାରବଦ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ। ଡାଇଓସେସର ସମ୍ପାଦକ ଫାଦର ଯୋଶ କୁଟି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.