ମାଲକାନଗିରି ରେ ପ୍ରବଳ ବର୍ଷା,ଅନେକ ଅଚଂଳ ବାହ୍ୟଜଗତରୁ ବିଛିନ୍ନ,୬ଘଟାଂ ମଧ୍ୟରେ୫୪୪ମିଲି ମିଟିର ବର୍ଷା

ମାଲକାନଗିରି,୧୫ା୮ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାରେ ଗତ ତନିଦିନ ଧରି ପ୍ରବଳ ବର୍ଷା ହେବା ଦ୍ୱାରା ସେବାରୀ, ସିଲେରୁ,ସପ୍ତଧାରା,ତାର୍ଲାକୋଟା,କୋରକୁଣ୍ଡା, ତମସା,ପାଙ୍ଗାମ.ପୋଟେରୁ ନଦୀ ଗୁଡିକରେ ବନ୍ୟାଜଳ ପ୍ରଭାବିତ ହୋଇ ଜିଲ୍ଲାର ବିଭିନ୍ନ ଅଚଂଲ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ବିଶେଷ କରି ସପ୍ତଧାରା ନଦୀରେ ବନ୍ୟାଜଳରେ ମାଲକାନଗିରି ଜୟପୁର ମୁଖ୍ୟ ରାଜପଥ ଗୋବିନ୍ଦପାଲି ଘାଟି ସପ୍ତଧାରା ଓ କସିଗାଡ ରାସ୍ତା ବୁଢିଯିବା ଦ୍ୱାରା ମାଲକାନଗିରି ଜୟପୁର କୁ ଯୋଗାଯୋଗ ବିଛିନ୍ନହୋଇ ପଡିଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକିରହିଛି । ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଏମଭି୧୧, କୋରକୁଣ୍ଡା, ତାର୍ଲାକୋଟା ଏମଭି ୩୭ ପୋଲ ଉପରେ ପ୍ରାୟ ୮ଫୁଟ ରୁ ୧୦ଫଟ ଉଚ୍ଚରେ ପାଣି ଚାଲୁଥିବାରୁ କୋରକୁଣ୍ଡା,ବାଲିମେଳା କୁ ଯୋଗ ଯୋଗ ବିଛିନ୍ନ ହୋଇପଡିଛି, ଆଜି ସକାଳୁ ଏହି ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକିରହିଛି । ତାର୍ଲାକୋଟା ଏମଭି୩୭ ନଦୀ ନିକଟରେ ଏସଡିପିଓ ମାନସ ରଜଂନ ବାରିକ, କୋରକୁଣ୍ଡା ବିଡିଓ ଉପସ୍ଥିତ ରହି  ବନ୍ୟାପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଠିକ ସେହି ପରି ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ମୁଦୁଲିପଡା ଓ ଅଣ୍ଡ୍ରାହଲ ଘାଟି ରାସ୍ତାରେ ପାହଡ ଧସି ବର୍ଷାରେ ଧୋଇ ହୋଇ ଯିବା ଦ୍ୱାରା ଯୋଗା ଯୋଗ ବିଛିନ୍ନ ହୋଇପଡିଛି ,ଖଇରପୁଟ ମୁଦୁଲିପଡା ମୁଖ୍ୟରାସ୍ତା ମାଙ୍କଡଝୋଲା ଠାରେ ନାଳରେ ପାଣି ହେବା ଓ ଗଛ ପଡି ରାସ୍ତା ଅବରୋଧ ହେବାଦ୍ୱାରା ବଣ୍ଡାଘାଟିକୁ ଯାଇଥିବା ଶିକ୍ଷ ମାନେ ଘାଟି ଉପରେ ପ୍ରାୟ ୩ଘଟାଂ ବର୍ଷାରେ ଅଟକି ରହିଥିଲେ । ଘଟଣା ସ୍ଥଳରେ ଖଇରପୁଟ ବିଡିଓ ଡମ୍ବରୁଧର ମଲ୍ଲିକ, ପୁର୍ତବିଭାଗ କନିଷ୍ଟ ଯନ୍ତ୍ରୀ,ମୁଦୁଲିପଡା ଥାନା ଅଧିକାରୀ ଅଗ୍ନିଶମବିଭାଗ ପହଁଚି ରାସ୍ତାରୁ ଗଛକାଟି ସଫାକରିବାପରେ ଘାଟିରେ ଅଚକିରହିଥିବା ଶିକ୍ଷକ ମାନେ ଖାଇରପୁଟକୁ ଆସିଥିଲେ । ଏହି ପ୍ରବଳ ବର୍ଷାରେ ଘାଟିର ଅଣ୍ଡ୍ରାହଲ ପଚାଂୟତରେ  ଘର କାନ୍ଥ ପଡି ଜଣେ ବଣ୍ଡାସଂପ୍ରଦାୟ ବ୍ୟକ୍ତି ଆହତ ହୋଇଥିବାର ଜଣାପଡିଛି । ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା କାଙ୍ଗୁରକୋଣ୍ଡା ପୋଲଉପରେ ୪ଫୁଟ ଉଚ୍ଚରପାଣି, କାଲିମେଳା ଏମଭି୭୯ ମୋଟୁ ମୁଖ୍ୟରାସ୍ତା ଏମଭି୯୦ ନମ୍ବର,ଉଣ୍ଡୁର କୋଣ୍ଡା କନ୍ୟାଶ୍ରମ  ପୋଲଉପରେ  ୩ଫୁଟ ପାଣି ,ପୋଟେରୁ ପୋଲଉପରେ 2ଫୁଟ ପାଣି ଚାଲିବାଦ୍ୱାରା ସେ ସବୁ ଅଚଂଳକୁ ଯୋଗେଯାଗ ବିଛିନ୍ନ ହୋଇପଡିବା ସହିତ ଯାନବାହନ ଚଳାଚଳ ବନ୍ଦରହିଛି, ଚିତ୍ରକୋଣ୍ଡା (ବାଲିମେଳା), ସତିଗୁଡା ଜଳଭଣ୍ଡାର ଗୁଡିକରେ ଜଳସ୍ତର ବୃଦ୍ଧିପାଇଛି ।

ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀଗୁଡାକ ବଡିବାସହିତ ନଦୀକୂଳରେ ଥିବା କିଛି ଗାଁଭିତରେ ପାଣିପସି ମାଟିଘର ଭାଙ୍ଗି ଯାଇଥିବାର ଜଣାପଡିଛି । ଛତିଶଗଡ ଓ କୋରାପୁଟରେ ରେ ଲଗାଣ ବର୍ଷାଦ୍ୱାରା କୋଲାବ ନଦୀର ଜଳ ସାବେରୀ ନଦୀରେ ପ୍ରଭାବିତ ହୋଇ ଚାଲାଣଗୁଡା,ତଣ୍ଡିକି ନଦୀରେ ବନ୍ୟାଜଳ ପ୍ରଭାବିତ ହୋଇ ଛତିଶଗଡ ସୁକୁମା ଜିଲ୍ଲାକୁ ଯୋଗା ଯୋଗ ବିଛିନ୍ନ ହୋଇପଡିଛି ,  ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ଥିବା ସାବେରୀ, ସିଲେରୁ, ଚିନାଗୋଦବାରି ତ୍ରୀନଦୀ ସଙ୍ଗମ ସ୍ଥଳରେ ସମସ୍ତ ନଦୀର ଜଳ ଏକତ୍ରିତ ହୋଇଛି । ସାବେରୀ ନଦୀକୁଳବର୍ତି ମୋଟୁ,ପୁଷୁଗୁଡା, ବିନାୟକପୁର, ଆଲମା,ପେଟା,ସିମିଳିବାଛାଂ, କମାରଗୁଡା, ଉସକାଲବାଗ ପ୍ରଭୁତି ଅଚଂଳରେ ପ୍ରାକବନ୍ୟାଜଳ ପ୍ରବାବିତ ହୋଇଛି ।ମାଲକାନଗିରି ଜିଲ୍ଲାରେ ଆଜି ସକାଳ ୮ଟା ଠାରୁ ଦିନ ୨ଟା ଭିତରେ ୬ଘଟାଂ ମଧ୍ୟରେ ୫୪୪ ମିଲିମିଟର  ବର୍ଷା ହୋଇଛି । ବିଶେଷକରି ମାଲକାନଗିରି ବ୍ଲକରେ ୮୭ମିଲି ମିଟର,ମାଥିଲି ବ୍ଲକରେ ୯୭ମିଲିମିଟର, ଖଇରପୁଟ ବ୍ଲକରେ ୧୨୪ ମିଲି ମିଟର,କୁଡୁମୁଲୁଗୁମ୍ମା ବ୍ଲକରେ ୯୮ ମିଲିମିଟର,କୋରକୁଣ୍ଡା ବ୍ଲକରେ ୯୭ମିଲି ମିଟର, କାଲିମେଳା ବ୍ଲକରେ ୩୫ ମିଲିମିଟର,ପଡିଆ ବ୍ଲକରେ ୬ ମଲିମିଟର ବର୍ଷା  ହୋଇଛି । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ   ବନ୍ୟାପ୍ରଭାବିତ ଅଚଂଳରେ ୨୭ଟି ଆଶ୍ରୟସ୍ଥଳ ଖୋଲା ଯିଇ ବିଭିନ୍ନ ନଦୀର ଡଙ୍ଗାଘାଟକୁ ୨୮ଟି ବୋଟ,ସୁରକ୍ଷା ଜ୍ୟାକେଟ ଯୋଗାଇ ଦିଆଯାଇଛି । ଜିଲ୍ଲାରେ ଉଡ୍ରାପ ଟିମ,ଅଗ୍ନିଶମ ବିଭାଗ ଉଦ୍ଧାର କାରି ଦଳ ସଜାଗ ରହିବା ସହ  ଆଶ୍ରୟସ୍ଥଳରେ ଚୁଡା, ଗୁଡ,ଚାଉଳ, ମହମବତୀ ,ଡିଆସିଲି ରିଲିଫ ସାମଗ୍ରୀ ଓ ଗୋଖାଦ୍ୟ ଗଛିତ ରଖାଯାଇଛି । ଜିଲ୍ଲାର ସାତଟି ବ୍ଲକର  ବିଡିଓ, ତହସିଲଦାର ମାନଙ୍କୁ ବନ୍ୟା ପ୍ରଭାବିତ ଅଚଂଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି,ଜିଲ୍ଲାରେ ବନ୍ୟାରେ କେହିବି ଜଣେ ଯେମିତି କ୍ଷତିଗସ୍ତ ନହେବେ ସେଥିପ୍ରତି ଜିଲ୍ଲାପ୍ରଶାସନ ଗୁରୁତ୍ୱ ଦେଇ ପ୍ରସ୍ତୁତ ରହିଛି , ଜିଲ୍ଲାସଦର ମହକୁମା ସହ ସମସ୍ଥ ବ୍ଲକ ତହସିଲରେ ୨୪ଘଟିଂଆ ଜରୁରୀକାଳିନ କଂଟ୍ରୋଲ ରୁମ ଖୋଲା ରହି ବନ୍ୟାପ୍ରଭାବିତ ଅଚଂଳ ଗୁଡିକର ସୁଚନା ସଂଗ୍ରହ କରାଯାଉଛି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ କହିଛନ୍ତି ।

 

 

Leave a Reply

Your email address will not be published. Required fields are marked *