Home ଓଡ଼ିଶା ଡକାୟତି ଉଦମ୍ୟ କରୁଥିବା ଛତିଶଗଡର ତିନି ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କଲେ

ଡକାୟତି ଉଦମ୍ୟ କରୁଥିବା ଛତିଶଗଡର ତିନି ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କଲେ

44

ମାଲକାନଗିରି,୮ା୧୦ (ଓଡିଆ ପୁଅ )ଗତ ବୁଧବାର ରାତ୍ରରେ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲାରୁ ୭ଜଣ ଯୁବକ ମାଲକାନଗିରି ଥାନାସ୍ଥ ପଦ୍ମଗିରି ବଇଲାପାରି ଗ୍ରାମକୁ ଡକାଏତି କରିବାକୁ ଆସିଥିଲେ । ନକଲି ବନ୍ଧୁକ ଦେଖାଇ ଡକାଏତି କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ମାନେ କାବୁ କରି ତିନିଜଣ ଯୁବକଙ୍କୁ ପୁଲିସ ଜିମା ଦେଇଥିବା ବେଳେ ଅନ୍ୟ୪ଜଣ ଖସିଯାଇଥିଲେ । ପୁଲିସ ସେମାନଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛନ୍ତି । ସେମାନଙ୍କ ନିକଟରୁ ଲକଲି ବନ୍ଧୁକ ସହିତ ଅନେକ ମାରଣାସ୍ତ୍ର ଜବତ କରାଯାଇଛି, ଖସି ଯାଇଥିବା ଅନ୍ୟ ୪ଜଣଙ୍କୁ ଖୁବଶିଘ୍ର ଗିରଫ କରାଯିବ,ବଇଲାପାରି ଗ୍ରାମଟି ଛତିଶଗଡ ସୀମାନ୍ତକୁ ଲାଗିଥିବାରୁ ସହଜରେ ସେବାରୀ ନଦୀ ପାରହୋଇ ଏହି ଡକାଏତ ଦଳ ସେହି ଗ୍ରାମରେ ତମ୍ବା ବିରଳ ହନୁମାନ ପଇସା ନେବା ବାହାନାରେ ପ୍ରବେଶ କରିଥିଲେ, ସେମାନଙ୍କୁ ଗ୍ରାମବାସୀ କାବୁ କରିନେଇ ପୁଲିସ ଜିମା ଦେଇଥିଲେ । ପୁଲିସ ପକ୍ଷରୁ ତଦନ୍ତ କରା ଯାଇ ସୀମାନ୍ତ ଛତିଶଗଡ ରାଜ୍ୟ ର ଶୀବନାଥ ଯଦାବ,ବଂଶୀଲାଲ ପଟି,ସନ୍ତୋଷ ଗୁପ୍ତା ତିନିଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଜି ସନ୍ଧ୍ୟାରେ ମାଲକାନଗରି ଏସଡପିଓ ଙ୍କ କାର୍ଯ୍ୟାଳୟ ରେ ଏସଡିପିଓ ବିଳାଶ ଜୀ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ମାଲକାନଗରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.