Home Coronavirus Outbreak ଆମେରିକାର ଚାପରେ ୨୪ଟି ଔଷଧ ରପ୍ତାନି ଉପରେ ପ୍ରତିବନ୍ଧକ ଉଠାଇଲା ଭାରତ : କିନ୍ତୁ ପାରାସିଟାମଲ୍...

ଆମେରିକାର ଚାପରେ ୨୪ଟି ଔଷଧ ରପ୍ତାନି ଉପରେ ପ୍ରତିବନ୍ଧକ ଉଠାଇଲା ଭାରତ : କିନ୍ତୁ ପାରାସିଟାମଲ୍ ଏବେ ବି ପ୍ରତିବନ୍ଧିତ ତାଲିକାରେ

1455

ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଭାରତ ସମେତ ବିଶ୍ୱର ସମସ୍ତ ଦେଶ ବର୍ତ୍ତମାନ କରୋନାଭାଇରସ୍ ଭୂତାଣୁ ବିସ୍ତାରର ସମ୍ମୁଖୀନ ହେଉଛନ୍ତି। ଭୂତାଣୁ ପାଇଁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା କିମ୍ବା ଟିକା ଚିହ୍ନଟ ହୋଇନାହିଁ। ତଥାପି, ମ୍ୟାଲେରିଆ ଏବଂ ଜ୍ୱର ପାଇଁ କିଛି ଔଷଧ ଅଛି ଯାହା କରୋନା ଜୀବାଣୁ ସଂକ୍ରମଣର ଚିକିତ୍ସାରେ କିଛି ପରିମାଣରେ ସହାୟକ ହେଉଛି। ତେଣୁ ଏହି ଔଷଧ ଗୁଡ଼ିକର ଚାହିଦା ବୃଦ୍ଧି ପାଇଛି।

କରୋନା ଭାଇରସ୍ ର ଆତଙ୍କରେ ଭାରତର ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ (DGFT) ୨୬ ଟି ଔଷଧର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ମଧ୍ୟରେ ପାରାସିଟାମଲ ଏବଂ ଏହା ସୂତ୍ରରେ ତିଆରି ଔଷଧ ଅନ୍ତର୍ଭୁକ୍ତ ଥିଲେ। କିନ୍ତୁ ଆମେରିକାର ଚାପରେ ଭାରତ ୨୪ ଟି ଡ୍ରଗ୍ସର ରପ୍ତାନି ଉପରେ ପ୍ରତିବନ୍ଧକ ଉଠାଇଛି। କିନ୍ତୁ ଏବେ ବି ପାରାସିଟାମଲ୍ ପ୍ରତିବନ୍ଧିତ ତାଲିକାରେ ଅଛି। ଜେନେରିକ୍ ଔଷଧର ବିଶ୍ୱକୁ ଯୋଗାଣକାରୀ ଭାରତ ୨୪ ଟି ଫାର୍ମାସ୍ୟୁଟିକାଲ୍ ଉପାଦାନ ଏବଂ ସେଥିରୁ ପ୍ରସ୍ତୁତ ଔଷଧର ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ବୋଲି ସରକାର ଏକ ବିବୃତ୍ତିରେ କହିଛନ୍ତି।

ଯଦିଓ ଭାରତ ପ୍ରତିବନ୍ଧକ କ’ଣ ପାଇଁ ହଟାଇଲା ତାହା ସ୍ପଷ୍ଟ ଭାବେ ଆଧିକାରିକ ଭାବରେ ଜଣା ପଡ଼ିନାହିଁ, କିନ୍ତୁ ଏହି ପ୍ରତିବନ୍ଧକ ଆମେରିକାର ଚାପ ଯୋଗୁଁ ହଟାଯାଇଥିବା ସୂତ୍ରରୁ ଏବଂ ପ୍ରକାଶିତ ରିପୋର୍ଟରୁ ପ୍ରକାଶ।

ଶନିବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଟେଲିଫୋନ୍ କଲ୍ ପରେ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଛି।

ଅଧିକାଂଶ ଡାଇଗ୍ନୋଷ୍ଟିକ୍ ପରୀକ୍ଷଣ କିଟ୍ ରପ୍ତାନି ଉପରେ ଭାରତ ମଧ୍ୟ ପ୍ରତିବନ୍ଧକ ଲଗାଇଛି ଏବଂ ଗତଦିନରେ ଉଭୟ ରୋଗୀ ଏବଂ ଡାକ୍ତରୀ କର୍ମଚାରୀଙ୍କ ଆବଶ୍ୟକ ହେଉଥିବା ଭେଣ୍ଟିଲେଟର, ମାସ୍କ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ଶନିବାର ଟେଲିଫୋନ୍ ଯୋଗେ ଟ୍ରମ୍ପ ମୋଦୀଙ୍କୁ ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଯୋଗାଣ ମୁକ୍ତ କରିବାକୁ ଅନୁରୋଧ କରିଥିଲେ, ଯାହା COVID-19 ରୋଗୀଙ୍କ ପାଇଁ ସାମ୍ଭାବ୍ୟ ଚିକିତ୍ସା ଭାବରେ ପରୀକ୍ଷଣ କରାଯାଉଛି। ସୋମବାର ଦିନ ୱାଶିଂଟନରେ ଟ୍ରମ୍ପ କହିଥିଲେ ଯେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାରୁ ଭାରତ ଉପରେ ଆମେରୀକା ରିଟାଲିଏଟ କରିପାରେ।

ତେବେ ସୋମବାର ଦିନ ଭାରତ ସରକାର ଭିଟାମିନ୍ B1 ଏବଂ B12 ସମେତ ୨୪ ଟି ଔଷଧ ରପ୍ତାନି ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି।

ସୂଚନାଯୋଗ୍ୟଯେ ଏହି ଔଷଧର ଉତ୍ପାଦନ ଚାଇନାରୁ ଆସୁଥିବା କଞ୍ଚାମାଲ ଉପରେ ନିର୍ଭରଶୀଳ। ତେବେ କରୋନା ଯୋଗୁଁ ଚାଇନାରେ କାରଖାନା ବନ୍ଦ ରହିଥିଲା। ସେମାନଙ୍କର ରପ୍ତାନି ବନ୍ଦ ହୋଇଯାଇଥିଲା। ଯାହାଦ୍ୱାରା ଦେଶରେ ଏହାର ଅଭାବ ଦେଖାଯିବାରୁ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.