Home Coronavirus Outbreak ଭୁବନେଶ୍ୱରରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି

ଭୁବନେଶ୍ୱରରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି

592

ଭୁବନେଶ୍ୱର ୭-୪ (ଓଡ଼ିଆ ପୁଅ) ଭୁବନେଶ୍ୱରରେ ପୁଣି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭୁବନେଶ୍ୱର ସ୍ଥିତ ମଧୁସୁଦନ ନଗର ୟୁନିଟ-୪ର ଏକ ୪୫ବର୍ଷିୟ ବ୍ୟକ୍ତିଙ୍କ ନିକଟରେ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୂଚନାଯୋଗ୍ୟଯେ, ଗତକାଲି କେନ୍ଦ୍ରାପଡାର ୩୨ ବର୍ଷ ବୟସ୍କ ଯୁବକଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ସେ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ।

ତେବେ ରାଜ୍ୟରେ କରୋନାଭାଇରସ୍ ରେ ସଂକ୍ରମିତ ୪୧ ହୋଇଥିବା ବେଳେ ଭୁବନେଶ୍ୱରରେ ୩୨ ଜଣ ଓ ଭଦ୍ରକରୁ ୩ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ କଟକ, ପୁରୀ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିକିତ୍ସାଧିନ ଅଛନ୍ତି। ୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

https://twitter.com/HFWOdisha/status/1247438917462196225

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.