Home Coronavirus Outbreak ଗୋଷ୍ଠୀ ସଂକ୍ରମଣ ଆରମ୍ଭ: ଷ୍ଟେ୍‌ଜ୍‌ ୨ ଏବଂ ଷ୍ଟେଜ୍‌ ୩ ମଝିରେ ଭାରତ

ଗୋଷ୍ଠୀ ସଂକ୍ରମଣ ଆରମ୍ଭ: ଷ୍ଟେ୍‌ଜ୍‌ ୨ ଏବଂ ଷ୍ଟେଜ୍‌ ୩ ମଝିରେ ଭାରତ

1081

ଭୁବନେଶ୍ୱର: ଭାରତରେ ଏବେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଦେଶର କିଛି ଅଂଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। କରୋନା ‌ନେଇ ଭାରତର ସ୍ଥିତି ଧୀରେଧୀରେ ଜଟିଳ ହେବାରେ ଲାଗିଛି।ଏ’ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଡାକ୍ତର ଗୁଲେରିଆ। ସେ କହିଛନ୍ତି, କିଛି ସ୍ଥାନରେ କରୋନା ମାମଲା ଦୃତ ଗତିରେ ବଢ଼ିଯାଉଛି ଏବଂ କିଛି ସ୍ଥାନରେ ଏବେ ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ଭାରତ ଏବେ ଷ୍ଟେ୍‌ଜ୍‌ ୨ ଏବଂ ଷ୍ଟେଜ୍‌ ୩ ମଧ୍ୟରେ ଅଛି ବୋଲି ସେ କହିଛନ୍ତି। ତେବେ ଭାରତର ଅଧିକାଂଶ ସ୍ଥାନ ଏବେ ଷ୍ଟେଜ୍‌ ୨ରେ ଅଛି ବୋଲି ଗ‌ୁଲେରିଆ ସ୍ପଷ୍ଟ କରିଛନ୍ତି। ଭାରତରେ କିଛି ଅଂଶ ତଥା ମୁମ୍ବାଇ ପରି କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଉଥିବା ଜଣାପଡ଼ିଛି। କିନ୍ତୁ ଯଦି ଆରମ୍ଭରୁ ଏହି ଭାଇରସ୍‌କୁ ‌‌ରୋକି ଦିଆଯିବ ତେବେ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆମକୁ ଏ’ ଦିଗରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଡାକ୍ତରମାନେ ଭାରରସ୍‌ ସଂକ୍ରମିତ ‌ହେବାର ଅଧିକ ଭୟ ରହିଥିବାରୁ ସମସ୍ତ ଜନତା ଏବେ ଡାକ୍ତରଙ୍କୁ ସହଯୋଗ କରିବା ପାଇଁ ଗୁଲେରିଆ କହିଛନ୍ତି।‌ ଲକ୍‌ ଡାଉନ୍‌ ଅବଧି ବଢ଼ିବା ସଂକ୍ରାନ୍ତରେ ଗୁ‌ଲେରିଆ କହିଛନ୍ତି, ଏପ୍ରିଲ ୧୦ ତାରିଖ ପରେ ସ୍ପଷ୍ଟ ସ୍ଥିତି ସମ୍ପର୍କରେ ଜଣାପଡ଼ିବ।

ଭାରତ ଆମକୁ ସାହାଯ୍ୟ କଲେ ଭଲ, ନହେଲେ ଆମଠୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା ରଖୁ : ଆମେରିକା


/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.