Home ଓଡ଼ିଶା ନିର୍ଭୟା ମାମଲା : ଦିଲ୍ଲୀ ହାଇକୋର୍ଟରେ ଫାଶୀ ଉପରେ ଶୁଣାଣି ଶେଷ – ରାୟ ସଂରକ୍ଷିତ

ନିର୍ଭୟା ମାମଲା : ଦିଲ୍ଲୀ ହାଇକୋର୍ଟରେ ଫାଶୀ ଉପରେ ଶୁଣାଣି ଶେଷ – ରାୟ ସଂରକ୍ଷିତ

1858

ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଚାରି ଦୋଷୀମାନଙ୍କର ପାଶୀ ଦଣ୍ଡ ଉପରେ ଲାଗିଥିବା ରୋକକୁ ଚ୍ୟାଲେଞ୍ଜ କରାଯାଇଥିବା କେନ୍ଦ୍ରର ଯାଚିକା ଉପରେ ଶୁଣାଣି କରିଛନ୍ତି। ଶୁଣାଣି କରିବା ପରେ ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି।

କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ୍ ତୁଷାର ମେହତା ବିଚାରପତିଙ୍କୁ କହିଲେ କି ନିର୍ଭୟାର ଦୋଷୀମାନେ ଦେଶର ଲୋକମାନଙ୍କର ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି।

ସୂଚନାଯୋଗ୍ୟଯେ, ଦିଲ୍ଲୀର ନ୍ୟାୟାଳୟ ଦ୍ୱାରା ଶୁକ୍ରବାର (୩୧ ଜାନୁଆରି) ରେ ନିର୍ଭୟା ଗଣ ବଳାତ୍କାର ଏବଂ ହତ୍ୟାକାଣ୍ଡର ଚାରିଜଣ ଦୋଷୀଙ୍କର ଡେଥ ୱାରେଣ୍ଟ ଆସନ୍ତା ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ସକାଳେ ଦିଆଯିବାକୁଥିବା ପାଶୀ ଦଣ୍ଡ ପୁଣି ଥରେ ଘୁଞ୍ଚି ଯାଇଥିଲା। ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

– ସଲିସିଟର ଜେନେରାଲ୍ କହିଲେ କି ଥରେ ସୁପ୍ରୀମ କୋର୍ଟ ସମସ୍ତ ଦୋଷୀମାନଙ୍କର ଭାଗ୍ୟକୁ ଅନ୍ତିମ ରୂପରେ ଥୟ କରିଦେଇଛନ୍ତି, ତାଙ୍କୁ ଅଲଗାରେ ପାଶୀ ଦଣ୍ଡ ଦିଆଯିବାରେ କୌଣସି ରୋକ ନାହିଁ। ଜେଲ ନିୟମ ମୁତାବକ, ପାଶୀ ଦଣ୍ଡରୁ ବଞ୍ଚିବା ପାଇଁ ଅନ୍ତିମ ଆଇନ ବିକଳ୍ପ ସୁପ୍ରୀମ କୋର୍ଟରେ ସ୍ପେସାଲ ଲିଭ ପିଟିସନ ଅଟେ।

– ସଲିସିଟର ଜେନେରାଲ୍ କହିଲେ କି ଦୋଷୀମାନଙ୍କ ତରଫରୁ ଜାଣିଶୁଣି ବିଳମ୍ବ କରାଯାଉଛି। ନ୍ୟାୟର ହିତରେ କୌଣସି ବିଳମ୍ବ ହୋଇପାରିବ ନାହିଁ। ଦୋଷୀ ମାନଙ୍କ ହୀତରେ, ମୃତ୍ୟୁ ଦଣ୍ଡରେ ବିଳମ୍ବ ଦାଷୀମାନଙ୍କ ଉପରେ ଅମାନବୀୟ ପ୍ରଭାବ ପଡ଼ିବ।

– ସଲିସିଟର ଜେନେରାଲ୍ ତୁଷାର ମେହତା ହାଇ କୋର୍ଟରେ କହିଲେ କି ପବନ ଗୁପ୍ତା ଜାଣିଶୁଣି କ୍ୟୁରେଟିଭ୍ ପିଟିସନ କିମ୍ବା ଦୟା ଯାଚିକା ଦାଖଲ କରିନାହିଁ। ସେ କହିଲେ କି ଯଦି ଟ୍ରାଏଲ କୋର୍ଟର ଆଦେଶ ଆସେ, ତେବେ ପବନ କ୍ୟୁରେଟିଭ କିମ୍ବା ରାଜକ୍ଷମା ଆବେଦନ କରିବ ଏବଂ ଅନ୍ୟମାନଙ୍କୁ ପାଶୀ ଦଣ୍ଡ ହେବ ନାହିଁ।

– ତୁଷାର ମେହତା ହାଇକୋର୍ଟରେ କହିଲେ କି ଦିଲ୍ଲୀ ଜେଲ ନିୟମ ମୁତାବକ, ସମସ୍ତ ଦୋଷୀଙ୍କୁ ଏକ ସାଥିରେ ପାଶୀ ଦଣ୍ଡ ଦେବା ଆବଶ୍ୟକ, ଯଦି ‘ଅପିଲ କିମ୍ବା ଆବେଦନ’ ଲମ୍ବିତ ଅଛି। ଏହି ‘ଅପିଲ କିମ୍ବା ଆବେଦନ’ ରେ ରାଜକ୍ଷମା ସାମିଲ ନୁହେଁ । ତାହା ଅଲଗା ଅଟେ ଏବଂ ଏଥିରେ ସାମିଲ ହୋଇପାରିବ ନାହିଁ।

– ଦିଲ୍ଲୀ ହାଇକୋର୍ଟରେ ସଲିସିଟର ଜେନେରାଲ୍ ତୁଷାର ମେହତା କହିଲେ, ମୃତ୍ୟୁଦଣ୍ଡ ଦେଉଥିବା ସଂସ୍ଥାର ବିଶ୍ବସନୀୟତା ବାଜିରେ ଲାଗିଛି। ତେଲେଙ୍ଗାନାରେ ଲୋକମାନେ ବଳାତ୍କାର ଅବିଯୁକ୍ତମାନଙ୍କର ଏନକାଉଣ୍ଟର ପରେ ଖୁସି ମନାଇଲେ।

– ସଲିସିଟର ଜେନେରାଲ୍ କହିଲେ ଆଇନ୍ ର ମୁତାବକ ଦୋଷୀମାନଙ୍କୁ ପାଶୀ ଦଣ୍ଡ ଦିଆଯିବା ପୂର୍ବରୁ ୧୪ ଦିନର ନୋଟିସ ଦେବା ଜରୁରୀ।
ଏହି ମାମଲାରେ, ୧୩ ତମ ଦିନ ଜଣେ ଦୋଷୀ କିଛି ଦଲୀଲ ଦାଖଲ କରିବ ଏବଂ ତା ପରେ ସମସ୍ତଙ୍କ ବିରୁଦ୍ଧରେ ଜାରୀ ହୋଇଥିବା ଡେଥ ୱାରେଣ୍ଟ ଉପରେ ରୋକ ଲଗାଇବା ପାଇଁ ଦାବି କରାଯିବ। ଏ ସମସ୍ତେ ମିଶିକରି କାର୍ଯ୍ୟ କରୁଛନ୍ତି।
ସେ କହିଲେ କି ଦୟା କ୍ଷେତ୍ରାଧିକାର ବ୍ୟକ୍ତିଗତ ଅଧିକାର କ୍ଷେତ୍ର ଅଟେ। ରାଷ୍ଟ୍ରପତି ପରିସ୍ଥିତିକୁ ଦେଖି ଦୋଷୀ ପ୍ରତି ଦୟା ଦେଖାଇ ପାରନ୍ତି। ଏହା ଅନ୍ୟ ଦୋଷୀମାନଙ୍କ ଉପରେ କିପରି ଲାଗୁ ହେବ?

– ସଲିସିଟର ଜେନେରାଲ୍ ତୁଷାର ମେହତା କହିଲେ କି ଟ୍ରାଏଲ କୋର୍ଟ ଦ୍ୱାରା ପାଶୀ ଦଣ୍ଡ ଉପରେ ଲଗାଯାଇଥିବା ରୋକ ଆଦେଶ ଉପରେ ରୋକ ଲଗାଇବା ଆବଶ୍ୟକ। ସମସ୍ତ ଦୋଷୀ ଦେଶର ନ୍ୟାୟିକ ପ୍ରଣାଳୀର ଫାଇଦା ଉଠାଉଛନ୍ତି।

-ଦୋଷୀମାନଙ୍କର ଓକିଲ ଏପି ସିଂହ କହିଲେ କି ଏହି ମାମଲାରେ ଶିଘ୍ର କ’ଣ ପାଇଁ ? ସେ କହିଲେ କି ଦୋଷୀମାନେ ଗରୀବ, ଗ୍ରାମୀଣ ଏବଂ ଦଳିତ ପରିବାରରୁ ଆସିଛନ୍ତି। ସୁପ୍ରୀମ କୋର୍ଟ ଏବଂ ସଂବିଧାନ ଦ୍ୱାରା ପାଶୀ ଦଣ୍ଡ ଦେବା ପାଇଁ କୌଣସି ନିର୍ଦ୍ଧାରିତ ସମୟ ନାହିଁ।

ନିର୍ଭାୟା କାଣ୍ଡର ଦୋଷୀ ମୁକେଶ ପାଇଁ କୋର୍ଟରେ ବରିଷ୍ଠ ଓକିଲ ରେବେକା ଜନ କହିଲେ କି କେନ୍ଦ୍ର, ନିର୍ଭୟା ମାମଲାରେ ଦୋଷୀମାନଙ୍କର ଫାଶୀ ପାଇଁ ବିଳମ୍ବ ହେଉଥିବାର ଅଭିଯୋଗ ଲଗାଉଛି, ସେ ନିଜେ ଦୁଇ ଦିନ ହେବ ଜାଗିଛନ୍ତି। ସମ୍ବିଧାନ ଅନୁଯାୟୀ ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆଇନର ସମସ୍ତ ବିକଳ୍ପ ବ୍ୟବହାର କରିବା ମୋର ଅଧିକାର।

ଦ୍ୱିତୀୟ ଥର ଘୁଞ୍ଚିଲା ପାଶୀ ଦଣ୍ଡ
ଦିଲ୍ଲୀର ଏକ କୋର୍ଟ ଦ୍ୱାରା ଶୁକ୍ରବାର (୩୧ ଜାନୁଆରି) ରେ ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର ଚାରି ଦୋଷୀମାନଙ୍କର ଡେଥ ୱାରେଣ୍ଟର ଆଦେଶ ସ୍ଥଗିତ ରଖିବା ପରେ ତାଙ୍କୁ ଶନିବାର ସକାଳେ ଦିଆଯିବାକୁଥିବା ପାଶୀ ଦଣ୍ଡ ପୁଣି ଥରେ ଘୁଞ୍ଚାଇ ଦିଆଯାଇଛି। ବିଚାରପତି ଧର୍ମେନ୍ଦ୍ର ରାଣା ଚାରିଦୋଷୀମାନଙ୍କର ଆବେଦନ ଉପରେ ଏହି ଆଦେଶ ଜାରୀ କରିଥିଲେ। ଚାରି ଦୋଷୀମାନଙ୍କୁ ଏକ ଫେବୃଆରିରେ ପାଶୀ ଦଣ୍ଡ ଦେବା ଉପରେ ରୋକ ଲଗାଇବାକୁ ପ୍ରାର୍ଥନା କରିଥିଲେ। ପବନ କୁମାର ଗୁପ୍ତା (୨୫), ବିନୟ କୁମାର ମିଶ୍ର (୨୬), ଅକ୍ଷୟ କୁମାର (୩୧) ଏବଂ ମୁକେଶ କୁମାର ସିଂହ (୩୨) କୁ ଏକ ଫେବୃଆରିରେ ସକାଳ ଛଅଟା ବେଳେ ପାଶୀ ଦଣ୍ଡ ଦିଆଯିବାକୁ ଥିଲା।

ପ୍ରଥମ ଥର ସାତ ଜାନୁଆରୀରେ, ଡେଥ ୱାରେଣ୍ଡ ଜାରୀ କରାଯାଇଥିଲାକି, ୨୨ ଜାନୁଆରୀରେ ପାଶୀ ଦଣ୍ଡ ଦିଆଯିବ ବୋଲି କିନ୍ତୁ ଏହା ଉପରେ ୧୭ ଜାନୁଆରୀରେ ସ୍ଥଗିତାଦେଶ ଜାରୀ କରାଯାଇ। ସେହି ଦିନ ତାଙ୍କୁ ଏକ ଫେବୃଆରିରେ ପାଶୀ ଦଣ୍ଡ ଦେବା ପାଇଁ ଦ୍ୱିତୀୟ ୱାରେଣ୍ଟ ଜାରି କରାଯାଇଥିଲା। ଏବଂ ଏହା ପରେ ଶୁକ୍ରବାର (୩୧ ଜାନୁଆରି)ରେ ଏହା ଉପରେ ସ୍ଥଗିତାଦେଶ ଜାରୀ କରାଯାଇଛି।

ପବନ, ବିନୟ ଏବଂ ଅକ୍ଷୟର ଓକିଲ ଏ. ପି. ସିଂହ କୋର୍ଟରେ ପାଶୀ ଦଣ୍ଡ ଉପରେ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରିବାପାଇଁ ଅପୀଲ କରିଥିଲେ। ସେ କହିଥିଲେ କି ତାଙ୍କର ଆଇନଗତ ବିକଳ୍ପ ଏବେ ସମାପ୍ତ ହୋଇନାହିଁ। ତିହାଡ଼ ଜେଲ ପ୍ରଶାସନ ତାଙ୍କର ଆବେଦନ ଏହା କହି ଚ୍ୟାଲେଞ୍ଜ କରିଛନ୍ତି କି ଏହା ବିଚାରଯୋଗ୍ୟ ନୁହେଁ ତଥା ତାଙ୍କୁ ଅଲଗା-ଅଲଗା ପାଶୀ ଦଣ୍ଡ ଦିଆଯାଇପାରେ। କିନ୍ତୁ ତିହାଡ଼ ଜେଲର ଏହି ଦଲୀଲ କୋର୍ଟରେ ସ୍ୱୀକାର ହୋଇନଥିଲା।

1 COMMENT

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.