Home ଆନ୍ତର୍ଜାତୀୟ ‘ପବିତ୍ର ତେଲ’ ଭୂମି ଉପରେ ପଡ଼ିଛି, କହୁ କହୁ, ଠେଲାପେଲା – ୨୦ ମୃତ -୪୦...

‘ପବିତ୍ର ତେଲ’ ଭୂମି ଉପରେ ପଡ଼ିଛି, କହୁ କହୁ, ଠେଲାପେଲା – ୨୦ ମୃତ -୪୦ ଆହତ

492

ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ତାଞ୍ଜାନିଆର ଏକ ଚର୍ଚ୍ଚରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ଅଚାନକ ଠେଲାପେଲା ହେବାରୁ ୨୦ ଜଣଲୋକଙ୍କର ମୃତ୍ୟୁ ହୋଇଯାଇଛି। ଅନେକ ଲୋକ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ସ୍ଥାନୀୟ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ବଢ଼ିପାରେ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡ଼ିଛି।

ଏଏଫପିର ରିପୋର୍ଟ ଅନୁସାରେ ଉତ୍ତର ତାଞ୍ଜାନିଆର ଏକ ଚର୍ଚ୍ଚରେ ଶନିବାରଦିନ ଏକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠାରେ ଭାରୀ ସଂଖ୍ୟାରେ ଲୋକ ଉପଦେଷ୍ଟା ବୋନୀଫସ ମବାମପୋସାଙ୍କର ନେତୃତ୍ବରେ ପ୍ରାର୍ଥନା କରୁଥିଲେ। ପ୍ରାର୍ଥନା ସମାପ୍ତ ହେବା ପରେ ନିଜକୁ ଈଶ୍ୱର କହୁଥିବା ମବାମପୋସା କହିଲେ କି ଭୂମି ଉପରେ ‘ପବିତ୍ର ତେଲ’ ପଡ଼ିଛି। ଏହାକହିବା ପରେ ଚର୍ଚ୍ଚରେ ଉପସ୍ଥିତ ଲୋକ ନିଜର ରୋଗ ଠିକହେବାର ଆଶାରେ ତେଲକୁ ଛୁଇଁବାରେ ଲାଗିଲେ।

ତେଲକୁ ଛୁଇଁବାପାଇଁ ଠେଲାପେଲା ହେବା ଦ୍ୱାରା ଲୋକମାନଙ୍କ ଉପରେ ଲୋକମାନେ ଚଢ଼ିଯାଇଥିଲେ ଏହାଫଳରେ ୨୦ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା କଥା ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡ଼ିଛି। ଅନ୍ୟ ୧୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.