Home ଜିଲ୍ଲା ପରିକ୍ରମା ୩୦ କୋଟିର ବୁଲ୍‌ବୁଲ୍ ସହାୟତା ୫ ମାସ ହେଲା ବେସରକାରୀ ବ୍ୟାଙ୍କରେ

୩୦ କୋଟିର ବୁଲ୍‌ବୁଲ୍ ସହାୟତା ୫ ମାସ ହେଲା ବେସରକାରୀ ବ୍ୟାଙ୍କରେ

137

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ବୁଲ୍‌ବୁଲ ୨୦୧୯ ନଭେମ୍ବର ୯ ତାରିଖରେ ଓଡ଼ିଶାରେ ଲ୍ୟାଣ୍ଡଫଲ କଲା । ଏହାର ପ୍ରଭାବରେ ଭଦ୍ରକ ଜିଲାର ୭ଟି ବ୍ଲକ୍‌ରେ ନାହିଁ ନଥିବା କ୍ଷତି ରଚିଲା । ବିଶେଷକରି ସମୁଦ୍ର କୂଳବର୍ତ୍ତୀ ଓ ନଦୀ ନାଳ ଘେରା ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରେ ଏହାର ତାଣ୍ଡବଲୀଳା ଅତି ବିଷମ ଥିଲା । ତେବେ ସୁଖର ଖବର ଥିଲା ମାତ୍ର ୫ ଦିନ ମଧ୍ୟରେ ଅର୍ଥାତ ନଭେମ୍ବର ୧୪ ତାରିଖରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଧାମରାରେ ପହଞ୍ôଚ ଯାଇଥିଲେ । ତେଣୁ ସ୍ୱଚକ୍ଷୁରେ କ୍ଷୟକ୍ଷତିର ଦୃଶ୍ୟ ଦେଖି ତାଜୁବ ହୋଇଥିଲେ । ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରେ ହଜାର ହଜାର ଘର ଭାଙ୍ଗିଥିଲା ଓ ଚାଷ ଜମି ଉଜୁଡି ଯାଇଥିଲା । ଖରିଫ ଧାନ ଚାଷ କଟାଯିବା ପୂର୍ବରୁ ବାତ୍ୟା ବୁଲବୁଲ ମାଡରେ ଧରାଶାୟୀ ହୋଇଥିଲା । ଏହାକୁ ଦେଖି ଭଦ୍ରକ ଜିଲାକୁ କୋଟି କୋଟି ଟଙ୍କାର ଇନ୍‌ପୁଟ କ୍ଷତି ଧାରାରେ କ୍ଷତି ପୂରଣ ମିଳିଲା । ଘରଭଙ୍ଗା କ୍ଷୟକ୍ଷତି ଗୋଟିଏ ପଟରେ ଥିବାବେଳେ ଚାଷୀଙ୍କ ଇନପୁଟ ସବସିଡି କ୍ଷତି ଅନ୍ୟପଟେ ଥିଲା । ଜିଲାର ୭ଟି ତହସିଲଦାରଙ୍କୁ ତାଲିକା ଦେଇ ଏହି କ୍ଷତିପୂରଣ ଅର୍ଥ ବିଭିନ୍ନ ବେସରକାରୀ ବ୍ୟାଙ୍କ ଯଥା ଏକ୍ସିସ, ଆଇଡିବିଆଇ ଆଦି ବ୍ୟାଙ୍କରେ ସରକାରୀ ଜମା କରିଦେଲେ । ତଥ୍ୟ ଅନୁଯାୟୀ ଚାନ୍ଦବାଲି ତହସିଲକୁ ୮ କୋଟି ୧୯ ଲକ୍ଷ ୭୨ ହଜାର ୫୨୨ ଟଙ୍କା ଚାଷ କ୍ଷତିପୂରଣ ପାଇଁ ଦିଆଯାଇଥିବାବେଳେ ଘରଭଙ୍ଗା କ୍ଷତି ପୂରଣ ପାଇଁ ୪୪ ଲକ୍ଷ ୮୭୦ ଟଙ୍କା ଦିଆଯାଇଥିଲା । ସେହିପରି ତିହିଡି ତହସିଲରେ ୧୬୦ ଟି ରାଜସ୍ୱ ଗ୍ରାମରେ ୫୦ ହଜାର ୩୨୩ ଜଣ ଚାଷୀଙ୍କ ପାଇଁ ମୋଟ ୧୧ କୋଟି ୪ ଲକ୍ଷ ୬୭ ହଜାର ୧୪୬ ଟଙ୍କା ସହାୟତା ମିଳିଲା । ଏହି ତହସିଲରେ ଜଳସେଚିତ ଜମି ପାଇଁ ୯ କୋଟି ୧୫ ଲକ୍ଷ ୩୦୫ ଏବଂ ଅଣଜଳସେଚିତ ଜମି ପାଇଁ ୧ କୋଟି ୯୬ ଲକ୍ଷ ୩୯ ହଜାର ୬୪ ଟଙ୍କା ସହାୟତା ମିଳିଛି । ସେହିପରି ବାସୁଦେବପୁର ବ୍ଲକ୍ ପାଇଁ ୧୯୩ ଟି ଗାଁ ମଧ୍ୟରୁ ୩୧ଟି ଗାଁକୁ ୬ କୋଟି ୪୧ ଲକ୍ଷ ୫୫ ହଜାର ୮୬୩ ଟଙ୍କା ମିଳିଥିବାବେଳେ ଧାମନଗର ବ୍ଲକ୍‌କୁ ୭ କୋଟି ଟଙ୍କା ମିଳିଛି । ଭଦ୍ରକ, ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ୍‌କୁ ମୋଟ ୧୦ କୋଟି ଟଙ୍କା ମିଳିଛି । ଭଦ୍ରକ, ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ୍‌କୁ ମୋଟ ୧୦ କୋଟି ଟଙ୍କା ମିଳିଛି । ମୋଟାମୋଟି ଭାବେ ଭଦ୍ରକ ଜିଲାକୁ ୩୦ କୋଟିରୁ ଅଧିକ ଟଙ୍କା ଚାଷ କ୍ଷତିପୂରଣ ଆସିଛି ଯେ ଏଯାଏଁ ବଣ୍ଟା ସରିନି । ବିଡମ୍ବନାର ବିଷୟ ହେଲା, ୨୦୧୯ ନଭେମ୍ବର ୯ ତାରିଖରେ ବୁଲବୁଲ୍ ବାତ୍ୟା ମାଡ କରିôଥବାବେଳେ ନଭେମ୍ବର ୧୪ରେ କେନ୍ଦ୍ରୀୟ ଦଳ ଅନୁଧ୍ୟାନ କଲେ ଓ ୨୦୨୦ ଫେବୃୟାରୀ ପ୍ରଥମ ସପ୍ତାହରେ କ୍ଷତିପୂରଣ ସହାୟତା ରାଶି ପହଞ୍ôଚଲା ।

 

 

ଫେବୃୟାରୀରୁ ଜୁନ୍ ମାସ ହେଲା ୫ ମାସ ମଧ୍ୟରେ ଏହି ସହାୟତା ରାଶି କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଞ୍ôଚ ପାରିଲା ନାହିଁ । ସରକାରୀ ନିୟମ ଅନୁଯାୟୀ ବାତ୍ୟାରେ ଜଳସେଚିତ ଜମି ପାଇଁ ଏକର ପିଛା ୫୪୦୦ ଟଙ୍କା ମିଳୁଥିବାବେଳେ ଅଣଜଳସେଚିତ ଜମି ଏକର ପିଛା ୨୭୨୦ ଟଙ୍କା ସହାୟତା ମିଳିଛି । ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୨୧୬/୨୦୨୦ ଫେବୃୟାରୀ ୧୨ ତାରିଖରେ ଏହିସବୁ ସହାୟତା ରାଶି ଜିଲାର ୭ଟି ତହସିଲଦାରଙ୍କ ନିକଟକୁ ଯାଇଛି । କେଉଁ ତହସିଲ ବଣ୍ଟା ଆରମ୍ଭ କରିନଥିବାବେଳେ କିଏ ୧୫ ଲକ୍ଷ ତ’ କିଏ ୩୫ ଲକ୍ଷ ଯାଏଁ ଟଙ୍କା ବାଣ୍ଟିଛନ୍ତି । କୋଟି କୋଟି ଟଙ୍କା ବେସରକାରୀ ବ୍ୟାଙ୍କ ଆକାଉଣ୍ଟରେ ପଡିରହିଥିବାବେଳେ ଏହାର ସୁଧ ଅର୍ଥ କିଏ ଖାଉଛି ତାହାର ତଦନ୍ତ ଜରୁରୀ ହୋଇପଡିଛି । ବେସରକାରୀ ବ୍ୟାଙ୍କ ସାଢେ ୩ ପ୍ରତିଶତ ସୁଧ ଆକାରରେ ଏହି ୫ ମାସ ମଧ୍ୟରେ ୪ ଲକ୍ଷରୁ ଅଧିକ ଟଙ୍କାର ସୁଧ ଏହି ଟଙ୍କା ପାଇଁ ଦେବା କଥା । ଏହି ସୁଧ ଆଦାୟ ହୋଇଛି କି ଓ ସରକାରଙ୍କ ଖାତାକୁ ଯାଇଛି କି (?) ଯଦି ଯାଇଛି, ତାହା କେଉଁ ଯୋଜନାରେ ଖର୍ଚ୍ଚ ହୋଇଛି, ତାହା ତଦନ୍ତ ସାପେକ୍ଷ ହୋଇଛି । କାରଣ ୨୦୨୦ ଫେବୃୟାରୀ ପ୍ରଥମ ସପ୍ତାହରେ ଆସିଥିବା କୋଟି କୋଟି ଟଙ୍କା କାହିଁକି ଅବଣ୍ଟା ରହିଛି, ତାହାର ତଥ୍ୟ ଜିଲାପାଳ ଦେବାକୁ ନାରାଜ । ସାଧାରଣ ଚାଷୀ ପ୍ରତିଦିନ ତହସିଲକୁ ଯାଇ ଫେରୁଥିବାବେଳେ ଗଣମାଧ୍ୟମକୁ ବି ମାସେ ହେଲା ଅନ୍ଧାରରେ ରଖିଛନ୍ତି ପ୍ରଶାସନ । ବୁଲବୁଲ ଯାଇ ଅମ୍ଫନ ଆସିଲ, ଏପରିକି ୨୦୧୯ ଖରିଫର କ୍ଷତି ଚାଷୀ ପାଇନଥିବାବେଳେ ୨୦୨୦ ଖରିଫ ଚାଷ କରିବାକୁ ଚାଷୀ ଅଣ୍ଟା ଭିଡିଲେଣି । କରୋନା ପାଇଁ ଚାଷୀ ଆନ୍ଦୋଳନ ହେଉନାହିଁ । ଲକଡାଉନ୍ ଉଠିଗଲେ ଚାଷୀଙ୍କୁ କେହି ରୋକିପାରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.