Home ଜିଲ୍ଲା ପରିକ୍ରମା ଗାନ୍ଧୀଙ୍କ ଐତିହାସିକ ହରିଜନ ପଦଯାତ୍ରା ସ୍ମାରକୀ ଦିବସ ପାଳିତ

ଗାନ୍ଧୀଙ୍କ ଐତିହାସିକ ହରିଜନ ପଦଯାତ୍ରା ସ୍ମାରକୀ ଦିବସ ପାଳିତ

171

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୩୪ ମସିହା ଜୁନ ୭ ତାରିଖରେ ଐତିହାସିକ ହରିଜନ ପଦଯାତ୍ରାର ସ୍ମାରକୀ ଦିବସ ଉପଲକ୍ଷେ ଆଜି ଭଦ୍ରକ ଗାନ୍ଧି ବିଚାରମଞ୍ଚ ଏବଂ ଗାନ୍ଧି ଓଡ଼ିଶା ବାଳାଶ୍ରମରେ ପାଳନ କରାଯାଇଛି । ସକାଳ ୭ଟା ୩୦ ସମୟରେ ଗାନ୍ଧି ପଡ଼ିଆ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଭଦ୍ରକ ଗାନ୍ଧି ବିଚାରମଞ୍ଚ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା । ପ୍ରଥମେ ଗାନ୍ଧି ବିଚାରମଞ୍ଚର ସମ୍ପାଦକ ଶିକ୍ଷାବିତ ଶାନ୍ତନୁ ରାଉତ ଧୂପ ଦୀପ ଅର୍ପଣ କରିବା ପରେ ଗାନ୍ଧିଙ୍କ ପ୍ରିୟଭଜନ ଗାନ କରାଯାଇଥିଲା । ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ଅଧିବକ୍ତା ତୁଷାରକାନ୍ତି ମହାନ୍ତି, ଅଧିବକ୍ତା ଗଦାଧର ବଳ, ସାହିତ୍ୟାନୁରାଗୀ ବୈଲୋଚନ ବେହୁରିଆ, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ଶ୍ରୀହର୍ଷ ସ୍ୱାଇଁ, ଉଦୟନାଥ ମହାନ୍ତି, ହରମୋହନ କୁଅଁର, ବିନୟ ପଣ୍ଡା ପ୍ରମୁଖ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ସ୍ମାରକୀ ଦିବସ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ୧୯୩୪ ମସିହା ଜୁନ ୫ ତାରିଖରେ ଗାନ୍ଧିଜୀ ଗରଦପୁର ସ୍ଥିତ ଗାନ୍ଧି ଓଡ଼ିଶା ବାଳାଶ୍ରମରେ ରାତ୍ରୀ ଯାପନ କରିଥିଲେ ଏବଂ ପରଦିନ ଅର୍ଥାତ ଜୁନ ୬ ତାରିଖରେ ବାଳାଶ୍ରମରୁ ହରିଜନ ପଦଯାତ୍ରା ଆରମ୍ଭ କରିଥିବାରୁ ଗାନ୍ଧି ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଅନ୍ତେବାସୀଙ୍କ ଦ୍ୱାରା ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଗାନ୍ଧି ଭଜନ ଗାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.