Home ଜିଲ୍ଲା ପରିକ୍ରମା ତିହିଡି-ଚାନ୍ଦବାଲିରେ ୧୭ଟି କାଠ ଡିପୋ : ହାତବାନ୍ଧି ବସିଛନ୍ତି ଜଙ୍ଗଲ ଅଧିକାରୀ

ତିହିଡି-ଚାନ୍ଦବାଲିରେ ୧୭ଟି କାଠ ଡିପୋ : ହାତବାନ୍ଧି ବସିଛନ୍ତି ଜଙ୍ଗଲ ଅଧିକାରୀ

122

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଙ୍ଗଲ ବିଭାଗ ଉପରେ କାହାରି ନଜର ନଥିଲା । ଶେଷରେ ଚାନ୍ଦବାଲି ଜଂଗଲ ଡିଭିଜନ ଏସ୍‌ସିଏଫ୍ ଏବଂ ଫରେଷ୍ଟରଙ୍କ ଘର ଉପରେ ଭିଜିଲାନସ୍ ଚଢଉ ହୋଇ ଆୟ ବର୍ହିଭୂତ ସଂପତ୍ତି ତାଲିକା ପ୍ରକାଶ ପାଇବା ପରେ ଜଂଗଲ ବିଭାଗ ଅଧିକାରୀଙ୍କ କାରନାମା ପଦାକୁ ଆସିଛି । ଜିଲାରେ ସ’ ମିଲ୍ ଗୁଡିକ ବର୍ଷ ବର୍ଷ ଧରି ସୁପ୍ରିମ କୋର୍ଟଙ୍କ ଆଦେଶକୁ ନମାନି ସହର ଭିତରେ କାଠ କାଟୁଥିଲେ । ଏହି କେତେଦିନ ହେବ ସବୁ ସ’ ମିଲ୍ ବନ୍ଦ ହୋଇ ଗୋଟିଏ ଜାଗାରେ ଚାଲିଛି । କିନ୍ତୁ ସ’ ମିଲ୍ ବନ୍ଦ ହେବା ପରେ କାଠ ଡିପୋ ନାମରେ ଲାଇସେନସ୍ ଆଣି ଯେଉଁ କାରନାମା ଚାଲିଛି, ତାହାର ତଦନ୍ତ କରିବ କିଏ । । କାରଣ କାଠ ଡିପୋ ଗୁଡିକ ନିଜ ଲାଇସେନସ୍ ଅନୁସାରେ ମାସକୁ କେତେ କାଠ ଉଠାଉଛନ୍ତି ଓ ବିକ୍ରି କରୁଛନ୍ତି, ତାହାର ତାଲିକା ନିଜେ କରି ଫରେଣ୍ଟରଙ୍କ ହାତରେ ଧରାଇ ଦେଉଛନ୍ତି । ଏହି ତାଲିକା ଉପରେ ରେଂଜର, ଏସ୍‌ସିଏଫ୍ ଦସ୍ତଖତ ଓ ଷ୍ଟାମ୍ଫ ବାଡେଇବା ପରେ ଡିଏଫ୍‌ଓ ଅନୁମତି ଦେଉଛନ୍ତି । ପ୍ରକୃତରେ ଏହି କାଠ ଡିପୋ ଗୁଡିକ କେତେ ସିଫୁଟ କାଠ ବିକୁଛନ୍ତି, ତାହାର ହିସବାବ କାହାରି ପାଖରେ ନାହିଁ । ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରେ କେବଳ ୧୭ ଟି କାଠ ଡିପୋ ରହିଛି । ତିହିଡି ବ୍ଲକ୍‌ରେ ୮ଟି କାଠ ଡିପୋ ଲାଇସେନସ୍ ଆଣିଥିବାବେଳେ ବିନା ଲାଇସେନସ୍‌ରେ ୪ଟି ଚାଲିଛି । ଚାନ୍ଦବାଲି ସହରରେ ୩ଟି କାଠ ଡିପୋ ଲାଇସେନସ୍ ଆଣିଥିବାବେଳେ ୩ଟି ବିନା ଲାଇସେନସ୍‌ରେ ଚାଲିଛି । ମତୋରେ ୩ଟି ଲାଇସେନସ୍ ପାଇଥିବାବେଳେ ଗୋଟିଏ ବିନା ଲାଇସେନସ୍‌ରେ ଚାଲିଛି । କରଞ୍ଜମାଳରେ ଦୁଇଟି ଲାଇସେନସ୍ ପାଇଥିବାବେଳେ ଆହୁରି ଦୁଇଟି ବିନା ଲାଇସେନସରେ ଚାଲିଛି । ଧାମରାରେ ଗୋଟିଏ ଲାଇସେନସ୍ ପାଇଥିବାବେଳେ ଆହୁରି ଦୁଇଟି ବିନା ଲାଇସେନସ୍‌ରେ ଚାଲିଛି । ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରେ ୪ ଜଣ ଫରେଷ୍ଟର ଏହି କାଠ ଡିପୋ ତନଖି କରିବା ପାଇଁ ୯ ଜଣ ଫରେଷ୍ଟ ଗାର୍ଡଙ୍କୁ ଧରି ବୁଲୁଥିଲେ ମଧ୍ୟ ପ୍ରକୃତ ରହସ୍ୟ ଲୁଚିଯାଉଛି । ନିଜ ମନ ଇଚ୍ଛାରେ କାଠ ସିଫ୍ଟ ବିକ୍ରି କରୁଛନ୍ତି ଡିପୋ ମାଲିକମାନେ । ଶାଳ, ଶାଗୁଆନ, ପିଆଶାଳ, ଅଶନ, ଆମ୍ବ, ଆକାଶୀ ଆଦି କାଠ ପିସ୍ ଏହି ଡିପୋରେ ଗଦା ଗଦା ରହିଥିବାବେଳେ ଲାଇସେନସନ୍‌ରେ ତାହା ଦର୍ଶାଯାଇନାହିଁ । ଯଦି ଭିଜିଲାନସ୍ ବିଭାଗ ଦ୍ୱାରା ତନଖି ହୁଅନ୍ତା ବହୁ ରହସ୍ୟ ପଦାକୁ ବାହାରନ୍ତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.